ମାଥିଉଲିଖିତ ସୁସମାଚାର 16 : 1 (ORV)
ଫାରୂଶୀ ଓ ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ ।
ମାଥିଉଲିଖିତ ସୁସମାଚାର 16 : 2 (ORV)
କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ଭଲ ପାଗ ହେବ, କାରଣ ଆକାଶ ଲାଲ ହୋଇଅଛି ।
ମାଥିଉଲିଖିତ ସୁସମାଚାର 16 : 3 (ORV)
ଆଉ, ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
ମାଥିଉଲିଖିତ ସୁସମାଚାର 16 : 4 (ORV)
ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ଵେଷଣ କରନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ପ୍ରସ୍ଥାନ କଲେ ।
ମାଥିଉଲିଖିତ ସୁସମାଚାର 16 : 5 (ORV)
ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୋଟୀ ନେବାକୁ ପାସୋରି ଯାଇଅଛନ୍ତି ।
ମାଥିଉଲିଖିତ ସୁସମାଚାର 16 : 6 (ORV)
ଯୀଶୁ ସେମାନଙ୍କୁ କହିଲେ, ସତର୍କ ହୁଅ, ଫାରୁଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ ।
ମାଥିଉଲିଖିତ ସୁସମାଚାର 16 : 7 (ORV)
ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୋଟୀ ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି ।
ମାଥିଉଲିଖିତ ସୁସମାଚାର 16 : 8 (ORV)
କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପବିଶ୍ଵାସୀ-ମାନେ, ତୁମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?
ମାଥିଉଲିଖିତ ସୁସମାଚାର 16 : 9 (ORV)
ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୋଟୀ, ଆଉ କେତେ ଟୋକାଇ ଉଠାଇଲ,
ମାଥିଉଲିଖିତ ସୁସମାଚାର 16 : 10 (ORV)
କିମ୍ଵା ସେହି ଚାରି ହଜାର ଲୋକଙ୍କ ସାତୋଟି ରୋଟୀ, ପୁଣି କେତେ ବେତା ଉଠାଇଲ, ସେହିସବୁ କି ତୁମ୍ଭମାନଙ୍କର ସ୍ମରଣ ନାହିଁ?
ମାଥିଉଲିଖିତ ସୁସମାଚାର 16 : 11 (ORV)
ମୁଁ ଯେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ ।
ମାଥିଉଲିଖିତ ସୁସମାଚାର 16 : 12 (ORV)
ଯୀଶୁ ଯେ ରୋଟୀର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ ।
ମାଥିଉଲିଖିତ ସୁସମାଚାର 16 : 13 (ORV)
ପରେ ଯୀଶୁ କାଇସରୀୟା ଫିଲିପ୍‍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?
ମାଥିଉଲିଖିତ ସୁସମାଚାର 16 : 14 (ORV)
ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ।
ମାଥିଉଲିଖିତ ସୁସମାଚାର 16 : 15 (ORV)
ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?
ମାଥିଉଲିଖିତ ସୁସମାଚାର 16 : 16 (ORV)
ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ଵରଙ୍କ ପୁତ୍ର ।
ମାଥିଉଲିଖିତ ସୁସମାଚାର 16 : 17 (ORV)
ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ଵର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି ।
ମାଥିଉଲିଖିତ ସୁସମାଚାର 16 : 18 (ORV)
ଆଉ, ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ତଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ ।
ମାଥିଉଲିଖିତ ସୁସମାଚାର 16 : 19 (ORV)
ମୁଁ ତୁମ୍ଭକୁ ସ୍ଵର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ଵର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ଵର୍ଗରେ ତାହା ମୁକ୍ତ ରହିବ ।
ମାଥିଉଲିଖିତ ସୁସମାଚାର 16 : 20 (ORV)
ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ ।
ମାଥିଉଲିଖିତ ସୁସମାଚାର 16 : 21 (ORV)
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ ।
ମାଥିଉଲିଖିତ ସୁସମାଚାର 16 : 22 (ORV)
ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ଵର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ ।
ମାଥିଉଲିଖିତ ସୁସମାଚାର 16 : 23 (ORV)
କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋʼ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ଵରୂପ, କାରଣ ତୁମ୍ଭେ ଈଶ୍ଵରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।
ମାଥିଉଲିଖିତ ସୁସମାଚାର 16 : 24 (ORV)
ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ରୁଶ ଘେନିମୋହର ଅନୁଗମନ କରୁ ।
ମାଥିଉଲିଖିତ ସୁସମାଚାର 16 : 25 (ORV)
କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋʼ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ ।
ମାଥିଉଲିଖିତ ସୁସମାଚାର 16 : 26 (ORV)
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ଵା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
ମାଥିଉଲିଖିତ ସୁସମାଚାର 16 : 27 (ORV)
ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ ।
ମାଥିଉଲିଖିତ ସୁସମାଚାର 16 : 28 (ORV)
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: