ମାଥିଉଲିଖିତ ସୁସମାଚାର 14 : 1 (ORV)
ସେହି ସମୟରେ ସାମ; ରାଜା ହେରୋଦ ଯୀଶୁଙ୍କ ସମ୍ଵନ୍ଧୀୟ ସମାଚାର ଶୁଣି ଆପଣା ଦାସମାନଙ୍କୁ କହିଲେ,
ମାଥିଉଲିଖିତ ସୁସମାଚାର 14 : 2 (ORV)
ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାଙ୍କଠାରେ କାର୍ଯ୍ୟ କରୁଅଛି ।
ମାଥିଉଲିଖିତ ସୁସମାଚାର 14 : 3 (ORV)
ଯେଣୁ ହେରୋଦ ଆପଣା ଭ୍ରାତା ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ ।
ମାଥିଉଲିଖିତ ସୁସମାଚାର 14 : 4 (ORV)
କାରଣ ଯୋହନ ତାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ ।
ମାଥିଉଲିଖିତ ସୁସମାଚାର 14 : 5 (ORV)
ଆଉ, ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।
ମାଥିଉଲିଖିତ ସୁସମାଚାର 14 : 6 (ORV)
କିନ୍ତୁ ହେରୋଦଙ୍କ ଜନ୍ମଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା ।
ମାଥିଉଲିଖିତ ସୁସମାଚାର 14 : 7 (ORV)
ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ ।
ମାଥିଉଲିଖିତ ସୁସମାଚାର 14 : 8 (ORV)
ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା, ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ ।
ମାଥିଉଲିଖିତ ସୁସମାଚାର 14 : 9 (ORV)
ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ଉପବିଷ୍ଟ ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା କଲେ,
ମାଥିଉଲିଖିତ ସୁସମାଚାର 14 : 10 (ORV)
ପୁଣି ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ,
ମାଥିଉଲିଖିତ ସୁସମାଚାର 14 : 11 (ORV)
ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି ସେ ଆପଣା ମାଆ ନିକଟକୁ ତାହା ଘେନିଗଲା ।
ମାଥିଉଲିଖିତ ସୁସମାଚାର 14 : 12 (ORV)
ସେଥିରେ ତାଙ୍କ ଶିଷ୍ୟମାନେ ଆସି ଶବ ଘେନିଯାଇ ତାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ ।
ମାଥିଉଲିଖିତ ସୁସମାଚାର 14 : 13 (ORV)
ଯୀଶୁ ତାହା ଶୁଣି ସେଠାରୁ ଅନ୍ତର ହୋଇ ନୌକାରେ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ପ୍ରସ୍ଥାନ କଲେ । ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ପାଦ-ଗତିରେ ତାହାଙ୍କର ପଶ୍ଚାଦ୍ଗମନ କଲେ;
ମାଥିଉଲିଖିତ ସୁସମାଚାର 14 : 14 (ORV)
ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ଆରୋଗ୍ୟ କଲେ ।
ମାଥିଉଲିଖିତ ସୁସମାଚାର 14 : 15 (ORV)
ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜ୍ଜନ, ପୁଣି ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ ।
ମାଥିଉଲିଖିତ ସୁସମାଚାର 14 : 16 (ORV)
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ ।
ମାଥିଉଲିଖିତ ସୁସମାଚାର 14 : 17 (ORV)
ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି ।
ମାଥିଉଲିଖିତ ସୁସମାଚାର 14 : 18 (ORV)
ସେ କହିଲେ, ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ ।
ମାଥିଉଲିଖିତ ସୁସମାଚାର 14 : 19 (ORV)
ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗ ଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ, ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ ।
ମାଥିଉଲିଖିତ ସୁସମାଚାର 14 : 20 (ORV)
ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟୀରୁ ଯାହା ବଳିଲା, ତାହା ସେମାନେ ଉଠାଇ ବାର ଟୋକାଇ ଭର୍ତ୍ତି କଲେ ।
ମାଥିଉଲିଖିତ ସୁସମାଚାର 14 : 21 (ORV)
ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ ।
ମାଥିଉଲିଖିତ ସୁସମାଚାର 14 : 22 (ORV)
ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକି ଯିବା ପାଇଁ ବଳାଇଲେ, ପୁଣି ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ ।
ମାଥିଉଲିଖିତ ସୁସମାଚାର 14 : 23 (ORV)
ଲୋକସମୂହକୁ ବିଦାୟ ଦେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ଅନ୍ତର ହୋଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ ।
ମାଥିଉଲିଖିତ ସୁସମାଚାର 14 : 24 (ORV)
କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା ।
ମାଥିଉଲିଖିତ ସୁସମାଚାର 14 : 25 (ORV)
କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ,
ମାଥିଉଲିଖିତ ସୁସମାଚାର 14 : 26 (ORV)
ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ ।
ମାଥିଉଲିଖିତ ସୁସମାଚାର 14 : 27 (ORV)
କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ ।
ମାଥିଉଲିଖିତ ସୁସମାଚାର 14 : 28 (ORV)
ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ ।
ମାଥିଉଲିଖିତ ସୁସମାଚାର 14 : 29 (ORV)
ଯୀଶୁ କହିଲେ, ଆସ । ସେଥିରେ ପିତର ନୌକାରୁ ଓହ୍ଳାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ ।
ମାଥିଉଲିଖିତ ସୁସମାଚାର 14 : 30 (ORV)
ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ।
ମାଥିଉଲିଖିତ ସୁସମାଚାର 14 : 31 (ORV)
ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାଙ୍କୁ ଧରି କହିଲେ, ହେ ଅଳ୍ପବିଶ୍ଵାସୀ, କାହିଁକି ସନ୍ଦେହ କଲ?
ମାଥିଉଲିଖିତ ସୁସମାଚାର 14 : 32 (ORV)
ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା ।
ମାଥିଉଲିଖିତ ସୁସମାଚାର 14 : 33 (ORV)
ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ଵରଙ୍କ ପୁତ୍ର ।
ମାଥିଉଲିଖିତ ସୁସମାଚାର 14 : 34 (ORV)
ସେମାନେ ପାର ହୋଇ ଗିନ୍ନେସରତ୍ ଅଞ୍ଚଳରେ ପହଞ୍ଚିଲେ ।
ମାଥିଉଲିଖିତ ସୁସମାଚାର 14 : 35 (ORV)
ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ଵାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ;
ମାଥିଉଲିଖିତ ସୁସମାଚାର 14 : 36 (ORV)
ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅଁନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି ଯେତେ ଲୋକ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: