ମାଥିଉଲିଖିତ ସୁସମାଚାର 13 : 1 (ORV)
ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ର କୂଳରେ ବସିଲେ ।
ମାଥିଉଲିଖିତ ସୁସମାଚାର 13 : 2 (ORV)
ସେଥିରେ ତାହାଙ୍କ ନିକଟରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି ଲୋକସମୂହ କୂଳରେ ଠିଆ ହୋଇ ରହିଲେ ।
ମାଥିଉଲିଖିତ ସୁସମାଚାର 13 : 3 (ORV)
ଆଉ, ଯୀଶୁ ଦୃଷ୍ଟାନ୍ତ ଦ୍ଵାରା ସେମାନଙ୍କୁ ଅନେକ କଥା କହିଲେ, ଦେଖ, ଜଣେ ବୁଣାଳି ବୁଣିବାକୁ ବାହାରିଲା ।
ମାଥିଉଲିଖିତ ସୁସମାଚାର 13 : 4 (ORV)
ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ ।
ମାଥିଉଲିଖିତ ସୁସମାଚାର 13 : 5 (ORV)
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
ମାଥିଉଲିଖିତ ସୁସମାଚାର 13 : 6 (ORV)
କିନ୍ତୁ ସୂର୍ଯ୍ୟ ଉଠନ୍ତେ, ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା ।
ମାଥିଉଲିଖିତ ସୁସମାଚାର 13 : 7 (ORV)
ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ।
ମାଥିଉଲିଖିତ ସୁସମାଚାର 13 : 8 (ORV)
ମାତ୍ର ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ, କେତେକ ଷାଠିଏ ଗୁଣ, ପୁଣି କେତେକ ତିରିଶ ଗୁଣ ।
ମାଥିଉଲିଖିତ ସୁସମାଚାର 13 : 9 (ORV)
ଯାହାର କାନ ଅଛି, ସେ ଶୁଣୁ ।
ମାଥିଉଲିଖିତ ସୁସମାଚାର 13 : 10 (ORV)
ଏଥିଉତ୍ତାରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ଵାରା କଥା କହୁଅଛନ୍ତି?
ମାଥିଉଲିଖିତ ସୁସମାଚାର 13 : 11 (ORV)
ଯୀଶୁ ଉତ୍ତର ଦେଲେ, କାରଣ ସ୍ଵର୍ଗରାଜ୍ୟର ନିଗୂଢ଼ ତତ୍ତ୍ଵସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ ।
ମାଥିଉଲିଖିତ ସୁସମାଚାର 13 : 12 (ORV)
ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।
ମାଥିଉଲିଖିତ ସୁସମାଚାର 13 : 13 (ORV)
ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ଵାରା କଥା କହୁଅଛି ।
ମାଥିଉଲିଖିତ ସୁସମାଚାର 13 : 14 (ORV)
ଆଉ, ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ଵନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
ମାଥିଉଲିଖିତ ସୁସମାଚାର 13 : 15 (ORV)
କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।
ମାଥିଉଲିଖିତ ସୁସମାଚାର 13 : 16 (ORV)
କିନ୍ତୁ ଧନ୍ୟ ତୁମ୍ଭମାନଙ୍କ ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ ।
ମାଥିଉଲିଖିତ ସୁସମାଚାର 13 : 17 (ORV)
କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ବାଞ୍ଛା କଲେ, କିନ୍ତୁଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ, ସେହିସବୁ ସେମାନେ ଶୁଣିବାକୁ ବାଞ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।
ମାଥିଉଲିଖିତ ସୁସମାଚାର 13 : 18 (ORV)
ତେବେ ତୁମ୍ଭେମାନେ ବୀଜବପନକାରୀର ଦୃଷ୍ଟାନ୍ତ ଶୁଣ।
ମାଥିଉଲିଖିତ ସୁସମାଚାର 13 : 19 (ORV)
ଯେକେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 20 (ORV)
ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ,
ମାଥିଉଲିଖିତ ସୁସମାଚାର 13 : 21 (ORV)
ପରେ ବାକ୍ୟ ସକାଶେ କ୍ଳେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 22 (ORV)
ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 23 (ORV)
କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶ ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 24 (ORV)
ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ଵର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣିଥିବା ଜଣେ ବ୍ୟକ୍ତିଙ୍କ ସଦୃଶ;
ମାଥିଉଲିଖିତ ସୁସମାଚାର 13 : 25 (ORV)
ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲା ।
ମାଥିଉଲିଖିତ ସୁସମାଚାର 13 : 26 (ORV)
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା ।
ମାଥିଉଲିଖିତ ସୁସମାଚାର 13 : 27 (ORV)
ସେଥିରେ ଗୃହକର୍ତ୍ତାଙ୍କ ଦାସମାନେ ତାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?
ମାଥିଉଲିଖିତ ସୁସମାଚାର 13 : 28 (ORV)
ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି । ପୁଣି, ଦାସମାନେ ତାଙ୍କୁ କହିଲେ, ତେବେ ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କଅଣ ଆପଣଙ୍କର ଇଚ୍ଛା?
ମାଥିଉଲିଖିତ ସୁସମାଚାର 13 : 29 (ORV)
କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁକରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ ।
ମାଥିଉଲିଖିତ ସୁସମାଚାର 13 : 30 (ORV)
ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋʼ ଅମାରରେ ସଂଗ୍ରହ କରି ରଖ ।
ମାଥିଉଲିଖିତ ସୁସମାଚାର 13 : 31 (ORV)
ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ଵର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତରେ ବୁଣିଲା ।
ମାଥିଉଲିଖିତ ସୁସମାଚାର 13 : 32 (ORV)
ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।
ମାଥିଉଲିଖିତ ସୁସମାଚାର 13 : 33 (ORV)
ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, ସ୍ଵର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା ।
ମାଥିଉଲିଖିତ ସୁସମାଚାର 13 : 34 (ORV)
ଏହିସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ଵାରା ଲୋକ-ସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ,
ମାଥିଉଲିଖିତ ସୁସମାଚାର 13 : 35 (ORV)
ଯେପରି ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ଵାରା କଥା କହିବା, ଜଗତର ପତ୍ତନାବଧି ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା ।
ମାଥିଉଲିଖିତ ସୁସମାଚାର 13 : 36 (ORV)
ପରେ ସେ ଲୋକସମୂହକୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ ।
ମାଥିଉଲିଖିତ ସୁସମାଚାର 13 : 37 (ORV)
ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି, ସେ ମନୁଷ୍ୟପୁତ୍ର;
ମାଥିଉଲିଖିତ ସୁସମାଚାର 13 : 38 (ORV)
କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନ-ମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ;
ମାଥିଉଲିଖିତ ସୁସମାଚାର 13 : 39 (ORV)
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି କଟାଳିସବୁ ଦୂତମାନେ ।
ମାଥିଉଲିଖିତ ସୁସମାଚାର 13 : 40 (ORV)
ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ, ଯୁଗା; ସମୟରେ ସେପରି ଘଟିବ ।
ମାଥିଉଲିଖିତ ସୁସମାଚାର 13 : 41 (ORV)
ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,
ମାଥିଉଲିଖିତ ସୁସମାଚାର 13 : 42 (ORV)
ପୁଣି ସେମାନଙ୍କୁ ଅଗ୍ନିକୁଣ୍ତରେ ନିକ୍ଷେପ କରିବେ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।
ମାଥିଉଲିଖିତ ସୁସମାଚାର 13 : 43 (ORV)
ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ ।
ମାଥିଉଲିଖିତ ସୁସମାଚାର 13 : 44 (ORV)
ସ୍ଵର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା।
ମାଥିଉଲିଖିତ ସୁସମାଚାର 13 : 45 (ORV)
ପୁନଶ୍ଚ, ସ୍ଵର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ଵେଷଣ କରୁଥିବା ଜଣେ ବଣିକ ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 46 (ORV)
ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।
ମାଥିଉଲିଖିତ ସୁସମାଚାର 13 : 47 (ORV)
ପୁନଶ୍ଚ ସ୍ଵର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣାଜାଲ ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 48 (ORV)
ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ, ପୁଣି ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ, କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ ।
ମାଥିଉଲିଖିତ ସୁସମାଚାର 13 : 49 (ORV)
ଯୁଗା; ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ବିଭିନ୍ନ କରିବେ,
ମାଥିଉଲିଖିତ ସୁସମାଚାର 13 : 50 (ORV)
ପୁଣି ସେମାନଙ୍କୁ ଅଗ୍ନିକୁଣ୍ତରେ ପକାଇଦେବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।
ମାଥିଉଲିଖିତ ସୁସମାଚାର 13 : 51 (ORV)
ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ? ସେମାନେ ତାହାଙ୍କୁ କହିଲେ, ହଁ ।
ମାଥିଉଲିଖିତ ସୁସମାଚାର 13 : 52 (ORV)
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ତାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ଵର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ ।
ମାଥିଉଲିଖିତ ସୁସମାଚାର 13 : 53 (ORV)
ଯୀଶୁ ଏହିସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ଉତ୍ତାରେ ସେହି ସ୍ଥାନରୁ ପ୍ରସ୍ଥାନ କଲେ ।
ମାଥିଉଲିଖିତ ସୁସମାଚାର 13 : 54 (ORV)
ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟନ୍ଵିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା?
ମାଥିଉଲିଖିତ ସୁସମାଚାର 13 : 55 (ORV)
ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାଁ କଅଣ ମରୀୟମ ନୁହେଁ? ପୁଣି ଏହାର ଭାଇମାନଙ୍କ ନାଁ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୁଦା ନୁହେଁ?
ମାଥିଉଲିଖିତ ସୁସମାଚାର 13 : 56 (ORV)
ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା?
ମାଥିଉଲିଖିତ ସୁସମାଚାର 13 : 57 (ORV)
ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ଵପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।
ମାଥିଉଲିଖିତ ସୁସମାଚାର 13 : 58 (ORV)
ଆଉ, ସେ ସେମାନଙ୍କର ଅବିଶ୍ଵାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58

BG:

Opacity:

Color:


Size:


Font: