ଲୂକଲିଖିତ ସୁସମାଚାର 17 : 1 (ORV)
ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ଵାରା ତାହା ଘଟିବ, ହାୟ, ସେ ଦଣ୍ତର ପାତ୍ର;
ଲୂକଲିଖିତ ସୁସମାଚାର 17 : 2 (ORV)
ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।
ଲୂକଲିଖିତ ସୁସମାଚାର 17 : 3 (ORV)
ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ । ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ, ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ ।
ଲୂକଲିଖିତ ସୁସମାଚାର 17 : 4 (ORV)
ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର ।
ଲୂକଲିଖିତ ସୁସମାଚାର 17 : 5 (ORV)
ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ଵାସ ବଢ଼ାଇ ଦିଅନ୍ତୁ ।
ଲୂକଲିଖିତ ସୁସମାଚାର 17 : 6 (ORV)
ପ୍ରଭୁ କହିଲେ, ଯଦି ଗୋଟିଏ ସୋରିଷଦାନା ପରି ତୁମ୍ଭମାନଙ୍କର ବିଶ୍ଵାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହ ବୋଲି କହିଲେ ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ ।
ଲୂକଲିଖିତ ସୁସମାଚାର 17 : 7 (ORV)
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ଵା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ୍?
ଲୂକଲିଖିତ ସୁସମାଚାର 17 : 8 (ORV)
ସେ କଅଣ ବରଞ୍ଚ ତାହାକୁ କହିବ ନାହିଁ, ମୋର ଖାଇବାର ଠିକ୍ କର୍, ପୁଣି ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋର ସେବା କର୍, ତାହା ପରେ ତୁ ଖିଆପିଆ କରିବୁ?
ଲୂକଲିଖିତ ସୁସମାଚାର 17 : 9 (ORV)
ଦାସ ଆଜ୍ଞାନୁସାରେ କର୍ମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
ଲୂକଲିଖିତ ସୁସମାଚାର 17 : 10 (ORV)
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଜ୍ଞାନୁସାରେ ସମସ୍ତ କର୍ମ କଲା ଉତ୍ତାରେ କୁହ, ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ ।
ଲୂକଲିଖିତ ସୁସମାଚାର 17 : 11 (ORV)
ସେ ଯିରୂଶାଲମକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଗମନ କରୁଥିଲେ ।
ଲୂକଲିଖିତ ସୁସମାଚାର 17 : 12 (ORV)
ଆଉ, ସେ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ, ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ କଲେ;
ଲୂକଲିଖିତ ସୁସମାଚାର 17 : 13 (ORV)
ସେମାନେ ଦୂରରେ ଠିଆ ହୋଇ ଉଚ୍ଚ ସ୍ଵରରେ କହିଲେ, ହେ ଯୀଶୁ, ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ ।
ଲୂକଲିଖିତ ସୁସମାଚାର 17 : 14 (ORV)
ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ଆପଣା ଆପଣାକୁ ଯାଜକମାନଙ୍କୁ ଦେଖାଅ । ଆଉ, ସେମାନେ ଯାଉ ଯାଉ ଶୁଚି ହେଲେ ।
ଲୂକଲିଖିତ ସୁସମାଚାର 17 : 15 (ORV)
କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଆପଣାକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚ ସ୍ଵରରେ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ ବାହୁଡ଼ିଆସି,
ଲୂକଲିଖିତ ସୁସମାଚାର 17 : 16 (ORV)
ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ ।
ଲୂକଲିଖିତ ସୁସମାଚାର 17 : 17 (ORV)
ସେଥିରେ ଯୀଶୁ ଉତ୍ତର ଦେଲେ, ଦଶଜଣ କଅଣ ଶୁଚି ହେଲେ ନାହିଁ?
ଲୂକଲିଖିତ ସୁସମାଚାର 17 : 18 (ORV)
ତେବେ ଆଉ ନଅଜଣ କାହାନ୍ତି? ଈଶ୍ଵରଙ୍କୁ ଗୌରବ ଦେବା ନିମନ୍ତେ ଏହି ବିଜାତି ଲୋକଟି ଛଡ଼ା କଅଣ ଆଉ କେହି ବାହୁଡ଼ିଆସି ନାହିଁ?
ଲୂକଲିଖିତ ସୁସମାଚାର 17 : 19 (ORV)
ପୁଣି, ସେ ତାହାକୁ କହିଲେ, ଉଠି ପ୍ରସ୍ଥାନ କର, ତୁମ୍ଭର ବିଶ୍ଵାସ ତୁମ୍ଭକୁ ସୁସ୍ଥ କରିଅଛି।
ଲୂକଲିଖିତ ସୁସମାଚାର 17 : 20 (ORV)
ଈଶ୍ଵରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ଵରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
ଲୂକଲିଖିତ ସୁସମାଚାର 17 : 21 (ORV)
କିମ୍ଵା ଦେଖ, ଏଠାରେ ବା ସେଠାରେ ବୋଲି ଲୋକେ କହିବେ ନାହିଁ; କାରଣ ଦେଖ, ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେଜଜ ଅଛି ।
ଲୂକଲିଖିତ ସୁସମାଚାର 17 : 22 (ORV)
କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ବାଞ୍ଛା କରିବ, କିନ୍ତୁ ଦେଖିବ ନାହିଁ ।
ଲୂକଲିଖିତ ସୁସମାଚାର 17 : 23 (ORV)
ଦେଖ, ସେଠାରେ, ଦେଖ, ଏଠାରେ ବୋଲି ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ଵା ସେମାନଙ୍କର ପଶ୍ଚାଦ୍ଗାମୀ ହୁଅ ନାହିଁ ।
ଲୂକଲିଖିତ ସୁସମାଚାର 17 : 24 (ORV)
କାରଣ ବିଜୁଳି ମାରି ଯେପରି ଆକାଶର ଗୋଟିଏ ପାଖରୁ ଆର ପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ ।
ଲୂକଲିଖିତ ସୁସମାଚାର 17 : 25 (ORV)
କିନ୍ତୁ ପ୍ରଥମେ ତାହାଙ୍କୁ ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ଵାରା ଅଗ୍ରାହ୍ୟ ହେବାକୁ ହେବ ।
ଲୂକଲିଖିତ ସୁସମାଚାର 17 : 26 (ORV)
ଆଉ, ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
ଲୂକଲିଖିତ ସୁସମାଚାର 17 : 27 (ORV)
ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ, ପୁଣି ଜଳପ୍ଳାବନ ଆସି ସମସ୍ତଙ୍କୁ ବିନାଶ କଲା ।
ଲୂକଲିଖିତ ସୁସମାଚାର 17 : 28 (ORV)
ଲୋଟଙ୍କ ସମୟରେ ମଧ୍ୟ ସେହିପ୍ରକାର ଘଟିଥିଲା, ଲୋକେ ଭୋଜନପାନ, କ୍ରୟବିକ୍ରୟ, ବୃକ୍ଷରୋପଣ ଓ ଗୃହନିର୍ମାଣ କରିବାରେ ପ୍ରବୃତ୍ତ ଥିଲେ,
ଲୂକଲିଖିତ ସୁସମାଚାର 17 : 29 (ORV)
କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା ।
ଲୂକଲିଖିତ ସୁସମାଚାର 17 : 30 (ORV)
ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
ଲୂକଲିଖିତ ସୁସମାଚାର 17 : 31 (ORV)
ସେହିଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ଘେନିଯିବା ପାଇଁ ଓହ୍ଳାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ବାହୁଡ଼ି ନ ଯାଉ ।
ଲୂକଲିଖିତ ସୁସମାଚାର 17 : 32 (ORV)
ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର ।
ଲୂକଲିଖିତ ସୁସମାଚାର 17 : 33 (ORV)
ଯେକେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେକେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।
ଲୂକଲିଖିତ ସୁସମାଚାର 17 : 34 (ORV)
ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତ୍ରିରେ ଦୁଇ ଜଣ ଗୋଟିଏ ଶଯ୍ୟାରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।
ଲୂକଲିଖିତ ସୁସମାଚାର 17 : 35 (ORV)
ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।
ଲୂକଲିଖିତ ସୁସମାଚାର 17 : 36 (ORV)
[ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।]
ଲୂକଲିଖିତ ସୁସମାଚାର 17 : 37 (ORV)
ସେଥିରେ ସେମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: