ଲୂକଲିଖିତ ସୁସମାଚାର 16 : 1 (ORV)
ସେ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, ଜଣେ ଧନୀ ଲୋକ ଥିଲେ; ତାଙ୍କର ଜଣେ ବେବର୍ତ୍ତା ଥିଲା, ଆଉ ସେ ତାଙ୍କର ସମ୍ପତ୍ତି ଅପବ୍ୟୟ କରିଦେଉଅଛି ବୋଲି ତାହା ବିଷୟରେ ଅପବାଦ ଶୁଣି ସେ ତାହାକୁ ଡାକି କହିଲେ,
ଲୂକଲିଖିତ ସୁସମାଚାର 16 : 2 (ORV)
ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ ।
ଲୂକଲିଖିତ ସୁସମାଚାର 16 : 3 (ORV)
ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି ।
ଲୂକଲିଖିତ ସୁସମାଚାର 16 : 4 (ORV)
ମୁଁ ବେବର୍ତ୍ତାପଦରୁ ଚ୍ୟୁତ ହେଲା ଉତ୍ତାରେ ଲୋକେ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରନ୍ତି, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି ।
ଲୂକଲିଖିତ ସୁସମାଚାର 16 : 5 (ORV)
ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭ ଉପରେ ମୋʼ ପ୍ରଭୁଙ୍କର କେତେ ପାଉଣା? ସେ କହିଲା, ଶହେ ମହଣ ତେଲ ।
ଲୂକଲିଖିତ ସୁସମାଚାର 16 : 6 (ORV)
ସେ ତାହାକୁ କହିଲା, ତୁମ୍ଭର ଚୁକ୍ତିପତ୍ର ଘେନି ଶୀଘ୍ର ବସି ପଚାଶ ବୋଲି ଲେଖ ।
ଲୂକଲିଖିତ ସୁସମାଚାର 16 : 7 (ORV)
ତାହା ପରେ ସେ ଆଉ ଜଣକୁ କହିଲା, ତୁମ୍ଭ ଉପରେ କେତେ ପାଉଣା? ସେ କହିଲା, ଶହେ ଭରଣ ଗହମ । ସେ ତାହାକୁ କହିଲା, ତୁମ୍ଭର ଚୁକ୍ତିପତ୍ର ଘେନି ଅଶୀ ବୋଲି ଲେଖ ।
ଲୂକଲିଖିତ ସୁସମାଚାର 16 : 8 (ORV)
ସେହି ଅବିଶ୍ଵସ୍ତ।। ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ସ୍ଵଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ।
ଲୂକଲିଖିତ ସୁସମାଚାର 16 : 9 (ORV)
ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ ।
ଲୂକଲିଖିତ ସୁସମାଚାର 16 : 10 (ORV)
ଯେ ଅତି ଅଳ୍ପ ବିଷୟରେ ବିଶ୍ଵସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ଵସ୍ତ ଅଟେ, ପୁଣି ଯେ ଅତି ଅଳ୍ପ ବିଷୟରେ ଅବିଶ୍ଵସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ଵସ୍ତ ।
ଲୂକଲିଖିତ ସୁସମାଚାର 16 : 11 (ORV)
ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ଵସ୍ତ ହୋଇନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ଵାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
ଲୂକଲିଖିତ ସୁସମାଚାର 16 : 12 (ORV)
ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ଵସ୍ତ ହୋଇନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବେ?
ଲୂକଲିଖିତ ସୁସମାଚାର 16 : 13 (ORV)
କୌଣସି ଭୃତ୍ୟ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣକୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ଵର ଓ ଧନ ଭଭୟର ଦାସ ହୋଇ ପାର ନାହିଁ ।
ଲୂକଲିଖିତ ସୁସମାଚାର 16 : 14 (ORV)
ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ବିଦ୍ରୂପ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 16 : 15 (ORV)
ସେଥିରେ ସେ ସେମାନଙ୍କୁ କହିଲେ, ଯେଉଁମାନେ ଆପଣା ଆପଣାକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହିପ୍ରକାର ଲୋକ, କିନ୍ତୁ ଈଶ୍ଵର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ଵରଙ୍କ ଦୃଷ୍ଟିରେ ଘୃଣିତ ।
ଲୂକଲିଖିତ ସୁସମାଚାର 16 : 16 (ORV)
ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାରିତ ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି ।
ଲୂକଲିଖିତ ସୁସମାଚାର 16 : 17 (ORV)
କିନ୍ତୁ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।
ଲୂକଲିଖିତ ସୁସମାଚାର 16 : 18 (ORV)
ଯେକେହି ଆପଣା ସ୍ତ୍ରୀକି ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ଵାମୀ ଦ୍ଵାରା ପରିତ୍ୟକ୍ତା ସ୍ତ୍ରୀକି ବିବାହ କରେ, ସେ ବ୍ୟଭିଚାର କରେ ।
ଲୂକଲିଖିତ ସୁସମାଚାର 16 : 19 (ORV)
ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ଵରରେ ପ୍ରତିଦିନ ଆମୋଦପ୍ରମୋଦ କରୁଥିଲା;
ଲୂକଲିଖିତ ସୁସମାଚାର 16 : 20 (ORV)
କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, ତାʼର ଦେହଯାକ ଘାଆ ଭର୍ତ୍ତି ହୋଇଥିଲା;
ଲୂକଲିଖିତ ସୁସମାଚାର 16 : 21 (ORV)
ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୂରାଇବାକୁ ଆଶା କରୁଥିଲା; ଆଉ, କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆସବୁ ଚାଟୁଥିଲେ ।
ଲୂକଲିଖିତ ସୁସମାଚାର 16 : 22 (ORV)
କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ଵାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା ।
ଲୂକଲିଖିତ ସୁସମାଚାର 16 : 23 (ORV)
ଆଉ, ସେ ନରକ ଯନ୍ତ୍ରଣାରେ।। କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାଙ୍କ କୋଳରେ ଲାଜାରକୁ ଦେଖିଲା ।
ଲୂକଲିଖିତ ସୁସମାଚାର 16 : 24 (ORV)
ସେଥିରେ ସେ ଡାକି କହିଲା, ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ତା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି ।
ଲୂକଲିଖିତ ସୁସମାଚାର 16 : 25 (ORV)
କିନ୍ତୁ ଅବ୍ରହାମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ଵନା ପାଉଅଛି, ଆଉ ତୁ କଲବଲ ହେଉଅଛୁ ।
ଲୂକଲିଖିତ ସୁସମାଚାର 16 : 26 (ORV)
ତାହା ଛଡ଼ା ତୁମ ଆମ ମଧ୍ୟରେ ଅତି ବୃହତ୍ ବ୍ୟବଧାନ ଅବସ୍ଥିତ, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରନ୍ତି ନାହିଁ, ପୁଣି ସେସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରନ୍ତି ନାହିଁ ।
ଲୂକଲିଖିତ ସୁସମାଚାର 16 : 27 (ORV)
ସେଥିରେ ସେ କହିଲା, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାଉନ୍ତୁ,
ଲୂକଲିଖିତ ସୁସମାଚାର 16 : 28 (ORV)
କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବ ।
ଲୂକଲିଖିତ ସୁସମାଚାର 16 : 29 (ORV)
କିନ୍ତୁ ଅବ୍ରହାମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ ।
ଲୂକଲିଖିତ ସୁସମାଚାର 16 : 30 (ORV)
ସେଥିରେ ସେ କହିଲା, ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ ।
ଲୂକଲିଖିତ ସୁସମାଚାର 16 : 31 (ORV)
କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: