ଲୂକଲିଖିତ ସୁସମାଚାର 1 : 1 (ORV)
ଆରମ୍ଭାବଧି ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ,
ଲୂକଲିଖିତ ସୁସମାଚାର 1 : 2 (ORV)
ଆମ୍ଭମାନଙ୍କ ମଧ୍ୟରେ ସାଧିତ ଘଟଣାବଳୀର ବିବରଣ ଅନେକେ ଶୃଙ୍ଗଳିତ ରୂପେ ଲିପିବଦ୍ଧ କରିବାକୁ ପ୍ରବୃତ୍ତ ହୋଇଅଛନ୍ତି ।
ଲୂକଲିଖିତ ସୁସମାଚାର 1 : 3 (ORV)
ଅତଏବ, ହେ ମାନ୍ୟବର ଥୀୟଫିଲ, ଆଦ୍ୟରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ବିହିତ ମନେ କଲି,
ଲୂକଲିଖିତ ସୁସମାଚାର 1 : 4 (ORV)
ଯେପରି ଆପଣ ଯେସମସ୍ତ ବିଷୟ ଶିକ୍ଷା ପ୍ରାପ୍ତ ହୋଇଅଛନ୍ତି, ସେସବୁର ନିଶ୍ଚୟତା ଜ୍ଞାତ ହୋଇ ପାରନ୍ତି ।
ଲୂକଲିଖିତ ସୁସମାଚାର 1 : 5 (ORV)
ଯିହୁଦା ଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମକ ଜଣେ ଯାଜକ ଥିଲେ; ତାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାଙ୍କର ନାମ ଏଲୀଶାବେଥ ।
ଲୂକଲିଖିତ ସୁସମାଚାର 1 : 6 (ORV)
ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ବିଧି ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ଵରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ ।
ଲୂକଲିଖିତ ସୁସମାଚାର 1 : 7 (ORV)
କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା ।
ଲୂକଲିଖିତ ସୁସମାଚାର 1 : 8 (ORV)
ସେ ଆପଣା ଦଳର ପାଳି ଅନୁସାରେ ଈଶ୍ଵରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
ଲୂକଲିଖିତ ସୁସମାଚାର 1 : 9 (ORV)
ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ଵାରା ତାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
ଲୂକଲିଖିତ ସୁସମାଚାର 1 : 10 (ORV)
ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ ।
ଲୂକଲିଖିତ ସୁସମାଚାର 1 : 11 (ORV)
ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ଵରେ ଦଣ୍ତାୟମାନ ହୋଇ ତାଙ୍କୁ ଦର୍ଶନ ଦେଲେ ।
ଲୂକଲିଖିତ ସୁସମାଚାର 1 : 12 (ORV)
ଜିଖରୀୟ ତାଙ୍କୁ ଦେଖି ଉଦ୍ବିଗ୍ନ ଓ ଭୟଗ୍ରସ୍ତ ହେଲେ ।
ଲୂକଲିଖିତ ସୁସମାଚାର 1 : 13 (ORV)
କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି ତୁମ୍ଭେ ତାହାର ନାମ ଯୋହନ ଦେବ ।
ଲୂକଲିଖିତ ସୁସମାଚାର 1 : 14 (ORV)
ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ ।
ଲୂକଲିଖିତ ସୁସମାଚାର 1 : 15 (ORV)
ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ସୁରା କେବେ ହେଁ ପାନ କରିବ ନାହିଁ, ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
ଲୂକଲିଖିତ ସୁସମାଚାର 1 : 16 (ORV)
ଆଉ ସେ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ଵରଙ୍କ ପ୍ରତି ଫେରାଇବ ।
ଲୂକଲିଖିତ ସୁସମାଚାର 1 : 17 (ORV)
ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ତଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ତାହାଙ୍କ ଆଗରେ ଗମନ କରିବ ।
ଲୂକଲିଖିତ ସୁସମାଚାର 1 : 18 (ORV)
ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ଵାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି ।
ଲୂକଲିଖିତ ସୁସମାଚାର 1 : 19 (ORV)
ଦୂତ ତାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ଵରଙ୍କ ସାକ୍ଷାତରେ ଉଭା ହୋଇଥାଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପ୍ରେରିତ ହୋଇଅଛି ।
ଲୂକଲିଖିତ ସୁସମାଚାର 1 : 20 (ORV)
ଦେଖ, ଏହିସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ଵାସ କଲ ନାହିଁ ।
ଲୂକଲିଖିତ ସୁସମାଚାର 1 : 21 (ORV)
ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରେ ସେମାନେ ଚମତ୍କୃତ ହେଉଥିଲେ ।
ଲୂକଲିଖିତ ସୁସମାଚାର 1 : 22 (ORV)
କିନ୍ତୁ ସେ ବାହାରିଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ ।
ଲୂକଲିଖିତ ସୁସମାଚାର 1 : 23 (ORV)
ପରେ ତାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଗୃହକୁ ପ୍ରସ୍ଥାନ କଲେ ।
ଲୂକଲିଖିତ ସୁସମାଚାର 1 : 24 (ORV)
ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
ଲୂକଲିଖିତ ସୁସମାଚାର 1 : 25 (ORV)
ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି ।
ଲୂକଲିଖିତ ସୁସମାଚାର 1 : 26 (ORV)
ପରେ ଷଷ୍ଠ ମାସରେ ଗାବ୍ରିଏଲ ଦୂତ ଈଶ୍ଵରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲେ;
ଲୂକଲିଖିତ ସୁସମାଚାର 1 : 27 (ORV)
ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ ।
ଲୂକଲିଖିତ ସୁସମାଚାର 1 : 28 (ORV)
ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ ।
ଲୂକଲିଖିତ ସୁସମାଚାର 1 : 29 (ORV)
କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦ୍ବିଗ୍ନ ହୋଇ ଏହା କିପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 1 : 30 (ORV)
ସେଥିରେ ଦୂତ ତାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ଵରଙ୍କ ଛାମୁରେ ଅନୁଗ୍ରହ ପ୍ରାପ୍ତ ହୋଇଅଛ ।
ଲୂକଲିଖିତ ସୁସମାଚାର 1 : 31 (ORV)
ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ ।
ଲୂକଲିଖିତ ସୁସମାଚାର 1 : 32 (ORV)
ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ଵର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
ଲୂକଲିଖିତ ସୁସମାଚାର 1 : 33 (ORV)
ସେ ଯାକୁବବଂଶ ଉପରେ ଯୁଗେ ଯୁଗେ ରାଜତ୍ଵ କରବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।
ଲୂକଲିଖିତ ସୁସମାଚାର 1 : 34 (ORV)
କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
ଲୂକଲିଖିତ ସୁସମାଚାର 1 : 35 (ORV)
ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।
ଲୂକଲିଖିତ ସୁସମାଚାର 1 : 36 (ORV)
ପୁଣି ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି । ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଷଷ୍ଠ ମାସ ହେଲାଣି;
ଲୂକଲିଖିତ ସୁସମାଚାର 1 : 37 (ORV)
କାରଣ ଈଶ୍ଵରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।
ଲୂକଲିଖିତ ସୁସମାଚାର 1 : 38 (ORV)
ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ । ତାହା ପରେ ଦୂତ ତାଙ୍କ ନିକଟରୁ ପ୍ରସ୍ଥାନ କଲେ ।
ଲୂକଲିଖିତ ସୁସମାଚାର 1 : 39 (ORV)
ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୁଦା ପ୍ରଦେଶର ଗୋଟିଏ ନଗରକୁଶୀଘ୍ର ଗମନ କଲେ,
ଲୂକଲିଖିତ ସୁସମାଚାର 1 : 40 (ORV)
ପୁଣି ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ ।
ଲୂକଲିଖିତ ସୁସମାଚାର 1 : 41 (ORV)
ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
ଲୂକଲିଖିତ ସୁସମାଚାର 1 : 42 (ORV)
ଅତି ଉଚ୍ଚ ସ୍ଵରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି ଧନ୍ୟ ତୁମ୍ଭ ଗର୍ଭର ଫଳ ।
ଲୂକଲିଖିତ ସୁସମାଚାର 1 : 43 (ORV)
ଆଉ, ମୋʼ ପ୍ରଭୁଙ୍କର ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ଉତ୍ତମତା କେଉଁଠାରୁ ହେଲା?
ଲୂକଲିଖିତ ସୁସମାଚାର 1 : 44 (ORV)
କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ଵର ମୋʼ କର୍ଣ୍ଣରେ ପ୍ରବେଶ କରିବାମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା ।
ଲୂକଲିଖିତ ସୁସମାଚାର 1 : 45 (ORV)
ଯେ ବିଶ୍ଵାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ ।
ଲୂକଲିଖିତ ସୁସମାଚାର 1 : 46 (ORV)
ଏଥିରେ ମରୀୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
ଲୂକଲିଖିତ ସୁସମାଚାର 1 : 47 (ORV)
ପୁଣି ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ଵରଙ୍କଠାରେ ଉଲ୍ଲସିତ ହୋଇଅଛି;
ଲୂକଲିଖିତ ସୁସମାଚାର 1 : 48 (ORV)
କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି । ଆଉ ଦେଖ, ଅଦ୍ୟାବଧି ପୁରୁଷାନୁକ୍ରମେ ସମସ୍ତେ ମୋତେ ଧନ୍ୟ ବୋଲି କହିବେ,
ଲୂକଲିଖିତ ସୁସମାଚାର 1 : 49 (ORV)
କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
ଲୂକଲିଖିତ ସୁସମାଚାର 1 : 50 (ORV)
ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।
ଲୂକଲିଖିତ ସୁସମାଚାର 1 : 51 (ORV)
ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
ଲୂକଲିଖିତ ସୁସମାଚାର 1 : 52 (ORV)
ସେ ବିକ୍ରମୀମାନଙ୍କୁ ସିଂହାସନଚ୍ୟୁତ କରିଅଛନ୍ତି, ଦୀନହୀନମାନଙ୍କୁ ଉନ୍ନତ କରିଅଛନ୍ତି,
ଲୂକଲିଖିତ ସୁସମାଚାର 1 : 53 (ORV)
ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି ।
ଲୂକଲିଖିତ ସୁସମାଚାର 1 : 54 (ORV)
ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରହାମ ଓ ତାଙ୍କ ସନ୍ତାନମାନଙ୍କ ପ୍ରତି,
ଲୂକଲିଖିତ ସୁସମାଚାର 1 : 55 (ORV)
ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣା ଦାସ ଇସ୍ରାଏଲର ଉପକାର କରିଅଛନ୍ତି ।
ଲୂକଲିଖିତ ସୁସମାଚାର 1 : 56 (ORV)
ଆଉ, ମରୀୟମ ପ୍ରାୟ ତିନି ମାସ ତାଙ୍କ ସହିତ ରହି ଆପଣା ଗୃହକୁ ବାହୁଡ଼ିଗଲେ ।
ଲୂକଲିଖିତ ସୁସମାଚାର 1 : 57 (ORV)
ପରେ ଏଲୀଶାବେଥଙ୍କ ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ସେ ଗୋଟିଏ ପୁତ୍ର ପ୍ରସବ କଲେ,
ଲୂକଲିଖିତ ସୁସମାଚାର 1 : 58 (ORV)
ଆଉ ପ୍ରଭୁ ଯେ ତାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାଙ୍କ ପ୍ରତିବାସୀ ଓ ଆତ୍ମୀୟମାନେ ତାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 1 : 59 (ORV)
ଅଷ୍ଟମ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ ।
ଲୂକଲିଖିତ ସୁସମାଚାର 1 : 60 (ORV)
କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ ।
ଲୂକଲିଖିତ ସୁସମାଚାର 1 : 61 (ORV)
ସେମାନେ ତାଙ୍କୁ କହିଲେ, ତୁମ୍ଭର ଆତ୍ମୀୟମାନଙ୍କ ମଧ୍ୟରେ ତ କାହାରି ଏହି ନାମ ନାହିଁ ।
ଲୂକଲିଖିତ ସୁସମାଚାର 1 : 62 (ORV)
ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସେମାନେ ତାଙ୍କୁ ସଙ୍କେତ କରି ପଚାରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 1 : 63 (ORV)
ତହିଁରେ ସେ ଗୋଟିଏ ଲିପିଫଳକ ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚମତ୍କୃତ ହେଲେ ।
ଲୂକଲିଖିତ ସୁସମାଚାର 1 : 64 (ORV)
ଆଉ, ତତ୍କ୍ଷଣାତ୍ ତାଙ୍କ ମୁଖ ଓ ଜିହ୍ଵା ଫିଟିଗଲା ଏବଂ ସେ କଥା କହି ଈଶ୍ଵରଙ୍କ ସ୍ତବ କରିବାକୁ ଲାଗିଲେ ।
ଲୂକଲିଖିତ ସୁସମାଚାର 1 : 65 (ORV)
ଏଥିରେ ସେମାନଙ୍କ ପ୍ରତିବାସୀସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହିସମସ୍ତ କଥା ଯିହୁଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକୋହି ହେଲେ,
ଲୂକଲିଖିତ ସୁସମାଚାର 1 : 66 (ORV)
ପୁଣି ଶୁଣିବା ଲୋକସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।
ଲୂକଲିଖିତ ସୁସମାଚାର 1 : 67 (ORV)
ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
ଲୂକଲିଖିତ ସୁସମାଚାର 1 : 68 (ORV)
ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ଵର, କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
ଲୂକଲିଖିତ ସୁସମାଚାର 1 : 69 (ORV)
ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉତ୍ଥାପନ କରି
ଲୂକଲିଖିତ ସୁସମାଚାର 1 : 70 (ORV)
ପୁରାକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ଵାରା ଯେପରି କହିଥିଲେ,
ଲୂକଲିଖିତ ସୁସମାଚାର 1 : 71 (ORV)
ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
ଲୂକଲିଖିତ ସୁସମାଚାର 1 : 72 (ORV)
ଯେପରି ସେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
ଲୂକଲିଖିତ ସୁସମାଚାର 1 : 73 (ORV)
ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
ଲୂକଲିଖିତ ସୁସମାଚାର 1 : 74 (ORV)
ପୁଣି ଯେପରି ଶତ୍ରୁହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଯାବଜ୍ଜୀବନ ତାହାଙ୍କ ଛାମୁରେ,
ଲୂକଲିଖିତ ସୁସମାଚାର 1 : 75 (ORV)
ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି ।
ଲୂକଲିଖିତ ସୁସମାଚାର 1 : 76 (ORV)
ଆଉ ହେ ଶିଶୁ, ତୁ ମଧ୍ୟ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
ଲୂକଲିଖିତ ସୁସମାଚାର 1 : 77 (ORV)
କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
ଲୂକଲିଖିତ ସୁସମାଚାର 1 : 78 (ORV)
ପୁଣି ଆମ୍ଭମାନଙ୍କ ପଦ ଶାନ୍ତିପଥକୁ ଆଣିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ଵରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ଵରୁ ସୂର୍ଯ୍ୟୋଦୟ ହେବ,
ଲୂକଲିଖିତ ସୁସମାଚାର 1 : 79 (ORV)
ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ଵାରା ପରିତ୍ରାଣଜ୍ଞାନ ଦେବା ନିମନ୍ତେ ତୁ ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।
ଲୂକଲିଖିତ ସୁସମାଚାର 1 : 80 (ORV)
ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80

BG:

Opacity:

Color:


Size:


Font: