ଲେବୀୟ ପୁସ୍ତକ 4 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 4 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯେବେ କୌଣସି ପ୍ରାଣୀ ତହିଁ ମଧ୍ୟରୁ କୌଣସି କର୍ମ କରି ଭ୍ରାନ୍ତିରେ ପାପ କରେ;
ଲେବୀୟ ପୁସ୍ତକ 4 : 3 (ORV)
ବିଶେଷତଃ ଅଭିଷିକ୍ତ ଯାଜକ ଯେବେ ଲୋକମାନଙ୍କର ଦୋଷଜନକ ପାପ କରେ; ତେବେ ସେ ଆପଣା କୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁ; ଏକ ଗୋବତ୍ସ ପାପାର୍ଥକ ବଳି ରୂପେ ଉତ୍ସର୍ଗ କରିବ ।
ଲେବୀୟ ପୁସ୍ତକ 4 : 4 (ORV)
ପୁଣି ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତନିର୍ଭର ଦେଇ ସଦାପ୍ରଭୁଙ୍କ ଛାମୁରେ ତାକୁ ବଧ କରିବ ।
ଲେବୀୟ ପୁସ୍ତକ 4 : 5 (ORV)
ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ଵୁ ମଧ୍ୟକୁ ଆଣିବ ।
ଲେବୀୟ ପୁସ୍ତକ 4 : 6 (ORV)
ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନର ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ ।
ଲେବୀୟ ପୁସ୍ତକ 4 : 7 (ORV)
ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ଵୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ଵୁର ଦ୍ଵାରସ୍ଥିତ ହୋମବେଦି ମୂଳରେ ଢାଳିବ ।
ଲେବୀୟ ପୁସ୍ତକ 4 : 8 (ORV)
ଆଉ, ପାପାର୍ଥକ ବଳି ରୂପ ଗୋବତ୍ସର ସମସ୍ତ ମେଦ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ
ଲେବୀୟ ପୁସ୍ତକ 4 : 9 (ORV)
ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଗୁରୁଦା ସହିତ ନେବ ।
ଲେବୀୟ ପୁସ୍ତକ 4 : 10 (ORV)
ମଙ୍ଗଳାର୍ଥକ ବଳିର ଗୋରୁ ହେଲେ ଯେରୂପ କରିବାକୁ ହୁଏ, ସେରୂପ କରିବ; ପୁଣି ଯାଜକ ହୋମବେଦି ଉପରେ ତାହା ଦଗ୍ଧ କରିବ ।
ଲେବୀୟ ପୁସ୍ତକ 4 : 11 (ORV)
ଆଉ, ସେହି ଗୋବତ୍ସର ଚର୍ମ ଓ ସମସ୍ତ ମାଂସ ଓ ମସ୍ତକ ଓ ପଦ ଓ ଅନ୍ତ୍ର ଓ ଗୋମୟ,
ଲେବୀୟ ପୁସ୍ତକ 4 : 12 (ORV)
ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍, ଭସ୍ମନିକ୍ଷେପ-ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମନିକ୍ଷେପ-ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ ।
ଲେବୀୟ ପୁସ୍ତକ 4 : 13 (ORV)
ଆଉ, ଇସ୍ରାଏଲର ସମଗ୍ର ମଣ୍ତଳୀ ଯେବେ ଭ୍ରାନ୍ତ ହୁଅନ୍ତି ଓ ତାହା ସମାଜର ଦୃଷ୍ଟି ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯେବେ କୌଣସି କର୍ମ କରି ଦୋଷୀ ହୁଅନ୍ତି;
ଲେବୀୟ ପୁସ୍ତକ 4 : 14 (ORV)
ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ, ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ, ପୁଣି ସମାଗମ-ତମ୍ଵୁ ନିକଟକୁ ତାହା ଆଣିବେ ।
ଲେବୀୟ ପୁସ୍ତକ 4 : 15 (ORV)
ଏଉତ୍ତାରେ ମଣ୍ତଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ-ମସ୍ତକରେ ହସ୍ତନିର୍ଭର ଦେବେଣ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ ।
ଲେବୀୟ ପୁସ୍ତକ 4 : 16 (ORV)
ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ଵୁ ମଧ୍ୟକୁ ଆଣିବ ।
ଲେବୀୟ ପୁସ୍ତକ 4 : 17 (ORV)
ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ ।
ଲେବୀୟ ପୁସ୍ତକ 4 : 18 (ORV)
ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ଵୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ଵୁର ଦ୍ଵାର ସମୀପସ୍ଥ ହୋମବେଦି ମୂଳରେ ଆଉ ସବୁ ରକ୍ତ ଢାଳିବ ।
ଲେବୀୟ ପୁସ୍ତକ 4 : 19 (ORV)
ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ ।
ଲେବୀୟ ପୁସ୍ତକ 4 : 20 (ORV)
ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ତଦ୍ରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ ।
ଲେବୀୟ ପୁସ୍ତକ 4 : 21 (ORV)
ଅନନ୍ତର ସେ ଗୋବତ୍ସକୁ ଛାଉଣିର ବାହାରେ ନେଇ ପ୍ରଥମ ଗୋବତ୍ସନ୍ୟାୟ ତାକୁ ଦଗ୍ଧ କରିବ; ତାହା ସମାଜର ପାପାର୍ଥକ ବଳିଦାନ ।
ଲେବୀୟ ପୁସ୍ତକ 4 : 22 (ORV)
ଆଉ, ଯେବେ କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ଵର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭ୍ରାନ୍ତିରେ କରି ଦୋଷୀ ହୁଏ;
ଲେବୀୟ ପୁସ୍ତକ 4 : 23 (ORV)
ତେବେ ସେ ଯେଉଁ ବିଷୟରେ ପାପ କରିଅଛି, ତାହାର ସେହି ପାପ ତାହାକୁ ଜ୍ଞାତ କରାଗଲେ, ସେ ଏକ ନିଖୁ; ପୁଂଛାଗ ଉପହାର ଆଣିବ ।
ଲେବୀୟ ପୁସ୍ତକ 4 : 24 (ORV)
ପୁଣି, ସେ ସେହି ଛାଗ ମସ୍ତକରେ ହସ୍ତନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ; ତାହା ପାପାର୍ଥକ ବଳିଦାନ ।
ଲେବୀୟ ପୁସ୍ତକ 4 : 25 (ORV)
ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି-ମୂଳରେ ଢାଳିବ ।
ଲେବୀୟ ପୁସ୍ତକ 4 : 26 (ORV)
ପୁଣି ମଙ୍ଗଳାର୍ଥକ ବଳିଦାନର ମେଦନ୍ୟାୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ ।
ଲେବୀୟ ପୁସ୍ତକ 4 : 27 (ORV)
ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯେବେ ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭ୍ରାନ୍ତିରେ ପାପ କରି ଦୋଷୀ ହୁଏ
ଲେବୀୟ ପୁସ୍ତକ 4 : 28 (ORV)
ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ଯେବେ ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଏକ ନିଖୁ; ଛାଗୀ ଉପହାର ଆଣିବ ।
ଲେବୀୟ ପୁସ୍ତକ 4 : 29 (ORV)
ପୁଣି ସେ ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ସେହି ପାପାର୍ଥକ ବଳି ବଧ କରିବ ।
ଲେବୀୟ ପୁସ୍ତକ 4 : 30 (ORV)
ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ବେଦିମୂଳରେ ଢାଳିବ ।
ଲେବୀୟ ପୁସ୍ତକ 4 : 31 (ORV)
ପୁଣି, ମଙ୍ଗଳାର୍ଥକ ବଳିରୁ ନୀତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ; ତହୁଁ ଯାଜକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଦି ଉପରେ ତାହା ଦଗ୍ଧ କରିବ; ଏହିରୂପେ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ ।
ଲେବୀୟ ପୁସ୍ତକ 4 : 32 (ORV)
ଯେବେ ସେ ପାପାର୍ଥକ ବଳିଦାନ ନିମନ୍ତେ ମେଷବତ୍ସା ଆଣେ, ତେବେ ନିଖୁ; ମେଷବତ୍ସା ଆଣିବ ।
ଲେବୀୟ ପୁସ୍ତକ 4 : 33 (ORV)
ପୁଣି ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତନିର୍ଭର ଦେଇ ହୋମବଳି ବଧ କରିବା ସ୍ଥାନରେ ପାପାର୍ଥକ ବଳିକି ବଧ କରିବ ।
ଲେବୀୟ ପୁସ୍ତକ 4 : 34 (ORV)
ତହୁଁ ଯାଜକ ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ବେଦିମୂଳରେ ଢାଳିବ ।
ଲେବୀୟ ପୁସ୍ତକ 4 : 35 (ORV)
ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନୀତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: