ଲେବୀୟ ପୁସ୍ତକ 24 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 24 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ, ନିତ୍ୟ ନିତ୍ୟ ପ୍ରଦୀପ ଜ୍ଵଳାଇବା ନିମନ୍ତେ ସେମାନେ ତୁମ୍ଭ ନିକଟକୁ ନିର୍ମଳ ପେଷା ଜୀତ ତୈଳ ଆଣିବେ ।
ଲେବୀୟ ପୁସ୍ତକ 24 : 3 (ORV)
ହାରୋଣ ସମାଗମ-ତମ୍ଵୁ ମଧ୍ୟରେ ସାକ୍ଷ୍ୟସିନ୍ଦୁକର ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ।
ଲେବୀୟ ପୁସ୍ତକ 24 : 4 (ORV)
ସେ ନିର୍ମଳ ଦୀପବୃକ୍ଷ ଉପରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ସେହି ପ୍ରଦୀପସକଳ ସ୍ଥାପନ କରିବ ।
ଲେବୀୟ ପୁସ୍ତକ 24 : 5 (ORV)
ଆଉ, ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ; ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ ।
ଲେବୀୟ ପୁସ୍ତକ 24 : 6 (ORV)
ପୁଣି, ତୁମ୍ଭେ ଏକ ଏକ ଧାଡ଼ିରେ ଛଅ ଛଅ, ଏପରି ଦୁଇ ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହା ସବୁ ରଖିବ ।
ଲେବୀୟ ପୁସ୍ତକ 24 : 7 (ORV)
ଆଉ, ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ, ତାହା ସେହି ରୋଟୀର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ ।
ଲେବୀୟ ପୁସ୍ତକ 24 : 8 (ORV)
ପୁଣି, ଯାଜକ ପ୍ରତି ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ ।
ଲେବୀୟ ପୁସ୍ତକ 24 : 9 (ORV)
ପୁଣି, ତାହା ହାରୋଣ ଓ ତାହାର ପୁତ୍ରଗଣର ହେବ; ଆଉ, ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ; ଏହା ଅନନ୍ତକାଳୀନ ବିଧି ।
ଲେବୀୟ ପୁସ୍ତକ 24 : 10 (ORV)
ଅନନ୍ତର ମିସ୍ରୀୟ ପୁରୁଷର ଔରସରେ ଇସ୍ରାଏଲ-ବଂଶୀୟା ସ୍ତ୍ରୀଠାରୁ ଜାତ ଏକ ପୁତ୍ର ବାହାର ହୋଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଲା; ପୁଣି ଛାଉଣି ମଧ୍ୟରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର ଓ ଇସ୍ରାଏଲୀୟ କୌଣସି ପୁରୁଷ ମଧ୍ୟରେ ବିବାଦ ହେଲା ।
ଲେବୀୟ ପୁସ୍ତକ 24 : 11 (ORV)
ତହିଁରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର (ସଦାପ୍ରଭୁଙ୍କ) ନାମକୁ ନିନ୍ଦା କରି ଶାପ ଦେଲା; ତହୁଁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ । ତାହାର ମାତାର ନାମ ଶଲୋମୀତ୍, ସେ ଦାନ ବଂଶୀୟ ଦିବ୍ରିର କନ୍ୟା ଥିଲା ।
ଲେବୀୟ ପୁସ୍ତକ 24 : 12 (ORV)
ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ଅପେକ୍ଷାରେ ତାହାକୁ ରୁଦ୍ଧ କରି ରଖିଲେ ।
ଲେବୀୟ ପୁସ୍ତକ 24 : 13 (ORV)
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 24 : 14 (ORV)
ଯେଉଁ ଲୋକ ଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ତଳୀ ପଥର ମାରି ତାହାକୁ ବଧ କରନ୍ତୁ ।
ଲେବୀୟ ପୁସ୍ତକ 24 : 15 (ORV)
ଆଉ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯେ କେହି ଆପଣା ପରମେଶ୍ଵରଙ୍କୁ ଶାପ ଦିଏ, ସେ ଆପଣା ପାପ ବହିବ ।
ଲେବୀୟ ପୁସ୍ତକ 24 : 16 (ORV)
ପୁଣି, ଯେ କେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ, ସେ ଅବଶ୍ୟ ହତ ହେବ; ସମସ୍ତ ମଣ୍ତଳୀ ତାହାକୁ ନିଶ୍ଚୟ ପଥର ମାରି ବଧ କରିବେ; ବିଦେଶୀ ହେଉ ବା ସ୍ଵଦେଶୀ ହେଉ, ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ ।
ଲେବୀୟ ପୁସ୍ତକ 24 : 17 (ORV)
ଆଉ, ଯେ କେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ, ସେ ନିଶ୍ଚୟ ହତ ହେବ;
ଲେବୀୟ ପୁସ୍ତକ 24 : 18 (ORV)
ପୁଣି, ଯେ କେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ, ସେ ତହିଁର ପରିଶୋଧ ଦେବ; ପ୍ରାଣ ପରିଶୋଧରେ ପ୍ରାଣ ।
ଲେବୀୟ ପୁସ୍ତକ 24 : 19 (ORV)
ଆଉ, କୌଣସି ମନୁଷ୍ୟ ଯେବେ ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ, ତେବେ ସେ ଯେପରି କରିଅଛି, ସେପରି ତାହା ପ୍ରତି କରାଯିବ
ଲେବୀୟ ପୁସ୍ତକ 24 : 20 (ORV)
କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦ; ପରିଶୋଧରେ ଦନ୍ତ; ମନୁଷ୍ୟର ଦେହରେ ଯେ ଯେପରି ଖୁଣ କରିଅଛି, ତାହା ପ୍ରତି ସେହି ପ୍ରକାର କରାଯିବ ।
ଲେବୀୟ ପୁସ୍ତକ 24 : 21 (ORV)
ଯେଉଁ ଜନ ପଶୁ ବଧ କରେ, ସେ ତହିଁର ପରିଶୋଧ ଦେବ; ପୁଣି ଯେଉଁ ଜନ ନରହତ୍ୟା କରେ, ସେ ହତ ହେବ ।
ଲେବୀୟ ପୁସ୍ତକ 24 : 22 (ORV)
ବିଦେଶୀ ହେଉ କି ସ୍ଵଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ ପ୍ରକାର ବ୍ୟବସ୍ଥା ହେବ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
ଲେବୀୟ ପୁସ୍ତକ 24 : 23 (ORV)
ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ଶାପ ଦେଇଥିଲା, ତାହାକୁ ସେମାନେ ଛାଉଣିର ବାହାରକୁ ଆଣି ପଥର ମାରି ବଧ କଲେ । ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: