ଲେବୀୟ ପୁସ୍ତକ 18 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 18 : 2 (ORV)
ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ,ଣଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
ଲେବୀୟ ପୁସ୍ତକ 18 : 3 (ORV)
ତୁମ୍ଭେମାନେ ଯେଉଁ ମିସର ଦେଶରେ ବାସ କଲ, ସେହି ଦେଶାଚାର ଅନୁସାରେ ଆଚରଣ କରିବ ନାହିଁ; ପୁଣି, ଯେଉଁ କିଣାନ ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶାଚାର ଅନୁସାରେ ଆଚରଣ କରିବ ନାହିଁ ଓ ସେମାନଙ୍କ ବିଧି ଅନୁସାରେ ଚଳିବ ନାହିଁ ।
ଲେବୀୟ ପୁସ୍ତକ 18 : 4 (ORV)
ତୁମ୍ଭେମାନେ ଆମ୍ଭର ଶାସନ ମାନ୍ୟ କରିବ ଓ ଆମ୍ଭର ବିଧି ପାଳନ କରିବ ଓ ତଦନୁସାରେ ଆଚରଣ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।
ଲେବୀୟ ପୁସ୍ତକ 18 : 5 (ORV)
ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କରିବ; ମନୁଷ୍ୟ ତାହା କଲେ, ତହିଁରେ ହିଁ ସେ ବଞ୍ଚିବ; ଆମ୍ଭେ ସଦାପ୍ରଭୁ ଅଟୁ ।
ଲେବୀୟ ପୁସ୍ତକ 18 : 6 (ORV)
ତୁମ୍ଭମାନଙ୍କର କେହି ଆପଣା ନିକଟ-କୁଟୁମ୍ଵ ମଧ୍ୟରୁ କାହାରି ଆବରଣୀୟ ଅନାବୃତ କରିବାକୁ ଯିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ ।
ଲେବୀୟ ପୁସ୍ତକ 18 : 7 (ORV)
ତୁମ୍ଭେ ଆପଣା ପିତାର ଆବରଣୀୟ ଅବା ଆପଣା ମାତାର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ମାତା; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ ।
ଲେବୀୟ ପୁସ୍ତକ 18 : 8 (ORV)
ତୁମ୍ଭେ ଆପଣା ପିତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ପିତାର ଆବରଣୀୟ ଅଟେ ।
ଲେବୀୟ ପୁସ୍ତକ 18 : 9 (ORV)
ତୁମ୍ଭେ ଆପଣା ଭଗିନୀ, ଅର୍ଥାତ୍, ତୁମ୍ଭ ପିତୃକନ୍ୟା କି ମାତୃକନ୍ୟା, ସେ ଗୃହଜାତା ହେଉ କି ଅନ୍ୟତ୍ରଜାତା ହେଉ, ତାହାର ଆବରଣୀୟ ଅନାବୃତ କରିବ ନାହିଁ ।
ଲେବୀୟ ପୁସ୍ତକ 18 : 10 (ORV)
ତୁମ୍ଭେ ଆପଣା ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ତାହା ତୁମ୍ଭ ନିଜର ଆବରଣୀୟ ।
ଲେବୀୟ ପୁସ୍ତକ 18 : 11 (ORV)
ତୁମ୍ଭେ ଆପଣା ବିମାତୃକନ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; କାରଣ ସେ ତୁମ୍ଭ ପିତାଠାରୁ ଜନ୍ମିଅଛି, ସେ ତୁମ୍ଭର ଭଗିନୀ, ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ ।
ଲେବୀୟ ପୁସ୍ତକ 18 : 12 (ORV)
ତୁମ୍ଭେ ଆପଣା ପିତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, ସେ ତୁମ୍ଭର ପିତୃଗୋତ୍ରଜାତା ।
ଲେବୀୟ ପୁସ୍ତକ 18 : 13 (ORV)
ତୁମ୍ଭେ ଆପଣା ମାତୃଭଗିନୀର ଆବରଣୀୟ ଅନାବୃତ କରିବ ନାହିଁ, କାରଣ ସେ ତୁମ୍ଭର ମାତୃଗୋତ୍ରଜାତା ।
ଲେବୀୟ ପୁସ୍ତକ 18 : 14 (ORV)
ତୁମ୍ଭେ ଆପଣା ପିତୃଭ୍ରାତାର ଆବରଣୀୟ ଅନାବୃତ କରିବ ନାହିଁ, ତୁମ୍ଭେ ତାହାର ଭାର୍ଯ୍ୟା ନିକଟକୁ ଯିବ ନାହିଁ, କାରଣ ସେ ତୁମ୍ଭର ପିତୃବ୍ୟପନିୀ ।
ଲେବୀୟ ପୁସ୍ତକ 18 : 15 (ORV)
ତୁମ୍ଭେ ଆପଣା ପୁତ୍ରବଧୂର ଆବରଣୀୟ ଅନାବୃତ କରିବ ନାହିଁ; ସେ ତୁମ୍ଭର ପୁତ୍ରବଧୂ; ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବ ନାହିଁ;
ଲେବୀୟ ପୁସ୍ତକ 18 : 16 (ORV)
ତୁମ୍ଭେ ଆପଣା ଭ୍ରାତୃଭାର୍ଯ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତାହା ତୁମ୍ଭ ଭ୍ରାତାର ଆବରଣୀୟ ।
ଲେବୀୟ ପୁସ୍ତକ 18 : 17 (ORV)
ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟାର ଆବରଣୀୟ ଅନାବୃତ କରିବ ନାହିଁ; ତୁମ୍ଭେ ତାହାର ପୌତ୍ରୀର କି ଦୌହିତ୍ରୀର ଆବରଣୀୟ ଅନାବୃତ କରିବା ପାଇଁ ତାହାକୁ ଗ୍ରହଣ କରିବ ନାହିଁ; ସେମାନେ ଗୋତ୍ରଜାତା; ଏହା ଦୁଷ୍ଟତା ଅଟେ ।
ଲେବୀୟ ପୁସ୍ତକ 18 : 18 (ORV)
ଆଉ ଭଗିନୀ ଜୀବିତା ଥାଉ ଥାଉ ତୁମ୍ଭେ ତାହା ପାର୍ଶ୍ଵରେ ତାହାର ସପନିୀ ରୂପେ ଆବରଣୀୟ ଅନାବୃତ କରିବା ପାଇଁ ତାʼର ଭଗିନୀକି ଗ୍ରହଣ କରିବ ନାହିଁ ।
ଲେବୀୟ ପୁସ୍ତକ 18 : 19 (ORV)
ପୁଣି, କୌଣସି ସ୍ତ୍ରୀ ତାହାର ସ୍ତ୍ରୀଧର୍ମ ହେତୁ ଅଶୁଚି ଥିବାଯାଏ ତୁମ୍ଭେ ତାହାର ଆବରଣୀୟ ଅନାବୃତ କରିବା ନିମନ୍ତେ ତାହା ନିକଟକୁ ଯିବ ନାହିଁ।
ଲେବୀୟ ପୁସ୍ତକ 18 : 20 (ORV)
ଆଉ, ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ ପ୍ରତିବାସୀର ଭାର୍ଯ୍ୟାଠାରେ ଗମନ କରିବ ନାହିଁ।
ଲେବୀୟ ପୁସ୍ତକ 18 : 21 (ORV)
ତୁମ୍ଭେ ଆପଣା ବଂଶଜାତ କାହାକୁ ହିଁ, ମୋଲକ ଦେବତାର ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇବାକୁଦେବ ନାହିଁ, କିଅବା ତୁମ୍ଭେ ଆପଣା ପରମେଶ୍ଵରଙ୍କ ନାମ ଅପବିତ୍ର କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ ।
ଲେବୀୟ ପୁସ୍ତକ 18 : 22 (ORV)
ତୁମ୍ଭେ ସ୍ତ୍ରୀର ନ୍ୟାୟ ପୁରୁଷ ସହିତ ସଂସର୍ଗ କରିବ ନାହିଁ, ତାହା ଘୃଣାଯୋଗ୍ୟ କର୍ମ ।
ଲେବୀୟ ପୁସ୍ତକ 18 : 23 (ORV)
ତୁମ୍ଭେ ଆପଣାକୁ ଅଶୁଚି କରିବା ନିମନ୍ତେ କୌଣସି ପଶୁଠାରେ ଗମନ କରିବ ନାହିଁ; କିଅବା କୌଣସି ସ୍ତ୍ରୀ ଆପଣା ସହିତ ସଂସର୍ଗ କରାଇବାକୁ କୌଣସି ପଶୁର ସମ୍ମୁଖରେ ଠିଆ ହେବ ନାହିଁ; ଏହା ତ ପାଷାଣ୍ତତା ।
ଲେବୀୟ ପୁସ୍ତକ 18 : 24 (ORV)
ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ଵାରା ଆପଣାମାନଙ୍କୁ ଅଶୁଚି କର ନାହିଁ; କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ଵାରା ଅଶୁଚି ହୋଇଅଛନ୍ତି;
ଲେବୀୟ ପୁସ୍ତକ 18 : 25 (ORV)
ପୁଣି, ଦେଶ ହିଁ ଅଶୁଚି ହୋଇଅଛି; ଏହେତୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉଦ୍ଗାର କରୁଅଛି ।
ଲେବୀୟ ପୁସ୍ତକ 18 : 26 (ORV)
ଏନିମନ୍ତେ ତୁମ୍ଭେମାନେ ଆମ୍ଭର ବିଧି ଓ ଶାସନ ପାଳନ କରିବ, ସ୍ଵଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ହେଉ, ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ;
ଲେବୀୟ ପୁସ୍ତକ 18 : 27 (ORV)
କାରଣ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଦେଶ ନିବାସୀମାନେ ଏହିସବୁ ଘୃଣାଯୋଗ୍ୟ କର୍ମ କରିଅଛନ୍ତି ଓ ଦେଶ ଅଶୁଚି ହୋଇଅଛି ।
ଲେବୀୟ ପୁସ୍ତକ 18 : 28 (ORV)
ତୁମ୍ଭେମାନେ ତାହା ଅଶୁଚି କଲେ, ସେହି ଦେଶ ଯେପରି ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉଦ୍ଗାର କଲା, ସେପରି ତୁମ୍ଭମାନଙ୍କୁ ହିଁ ଉଦ୍ଗାର କରିବ;
ଲେବୀୟ ପୁସ୍ତକ 18 : 29 (ORV)
ତେଣୁ ଯେଉଁମାନେ ଏହିସବୁ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ସେହି କର୍ମକାରୀ ପ୍ରାଣୀ-ମାନେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ ।
ଲେବୀୟ ପୁସ୍ତକ 18 : 30 (ORV)
ଏଣୁକରି ତୁମ୍ଭମାନଙ୍କ ପୂର୍ବରେ ଯେସବୁ ଘୃଣାଯୋଗ୍ୟ କର୍ମ କରାଯାଇଅଛି, ସେସବୁ ମଧ୍ୟରୁ କୌଣସି କର୍ମ କରି ତଦ୍ଦ୍ଵାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ ଓ ଆମ୍ଭର ରକ୍ଷଣୀୟ ରକ୍ଷା କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30

BG:

Opacity:

Color:


Size:


Font: