ଲେବୀୟ ପୁସ୍ତକ 17 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଲେବୀୟ ପୁସ୍ତକ 17 : 2 (ORV)
ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି ।
ଲେବୀୟ ପୁସ୍ତକ 17 : 3 (ORV)
ଇସ୍ରାଏଲ-ବଂଶଜାତ ଯେକେହି ଗୋରୁ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ,
ଲେବୀୟ ପୁସ୍ତକ 17 : 4 (ORV)
ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ଵୁଦ୍ଵାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ ।
ଲେବୀୟ ପୁସ୍ତକ 17 : 5 (ORV)
ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେ ଯେ ବଳି କ୍ଷେତ୍ରକୁ ନିଅନ୍ତି, ସେସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ଵୁଦ୍ଵାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ ।
ଲେବୀୟ ପୁସ୍ତକ 17 : 6 (ORV)
ପୁଣି, ଯାଜକ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଦ ଦଗ୍ଧ କରିବ ।
ଲେବୀୟ ପୁସ୍ତକ 17 : 7 (ORV)
ତହିଁରେ ସେମାନେ ଯେଉଁ ଛାଗ (ଦେବତା)ମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ । ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ ।
ଲେବୀୟ ପୁସ୍ତକ 17 : 8 (ORV)
ଆଉ, ତୁମ୍ଭେ ସେମାନଙ୍କୁ କହିବ, ଇସ୍ରାଏଲ-ବଂଶଜାତ କୌଣସି ଲୋକ ଅବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ହୋମ କି ବଳିଦାନ କରେ,
ଲେବୀୟ ପୁସ୍ତକ 17 : 9 (ORV)
ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ଵୁଦ୍ଵାରକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ ।
ଲେବୀୟ ପୁସ୍ତକ 17 : 10 (ORV)
ଆଉ, ଇସ୍ରାଏଲ-ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯେବେ କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତଭୋକ୍ତା ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା;
ଲେବୀୟ ପୁସ୍ତକ 17 : 11 (ORV)
କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରଇ ।
ଲେବୀୟ ପୁସ୍ତକ 17 : 12 (ORV)
ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭମାନଙ୍କ ମଧ୍ୟରୁ କୌଣସି ପ୍ରାଣୀ ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ ।
ଲେବୀୟ ପୁସ୍ତକ 17 : 13 (ORV)
ଆଉ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ଲୋକ ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ମୃଗୟାରେ କୌଣସି ଖାଦ୍ୟ-ପଶୁକୁ ବା ପକ୍ଷୀକି ବଧ କରେ, ତେବେ ସେ ତାହାର ରକ୍ତ ଢାଳି ଧୂଳିରେ ଢାଙ୍କିବ ।
ଲେବୀୟ ପୁସ୍ତକ 17 : 14 (ORV)
କାରଣ ସବୁ ପ୍ରାଣୀର ପ୍ରାଣ ସମ୍ଵନ୍ଧରେ ରକ୍ତ ହିଁ ପ୍ରାଣ ସ୍ଵରୂପ; ଏହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ କୌଣସି ପ୍ରକାର ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ, ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ; ଯେକେହି ତାହା ଭୋଜନ କରିବ, ସେ ଉଚ୍ଛିନ୍ନ ହେବ ।
ଲେବୀୟ ପୁସ୍ତକ 17 : 15 (ORV)
ଆଉ, ସ୍ଵଦେଶୀ କି ବିଦେଶୀ ମଧ୍ୟରୁ ଯେକେହି ସ୍ଵୟଂମୃତ କିଅବା ବିଦୀର୍ଣ୍ଣ ପଶୁ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ଶୁଚି ହେବ ।
ଲେବୀୟ ପୁସ୍ତକ 17 : 16 (ORV)
ମାତ୍ର ଯେବେ ସେ (ବସ୍ତ୍ର) ନ ଧୁଏ କି ସ୍ନାନ ନ କରେ, ତେବେ ସେ ଆପଣା ଅପରାଧ ବହିବ ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: