ଲେବୀୟ ପୁସ୍ତକ 15 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
ଲେବୀୟ ପୁସ୍ତକ 15 : 2 (ORV)
ଇସ୍ରାଏଲ-ସନ୍ତାନଗଣକୁ ବୋଲ ଓ ସେମାନଙ୍କୁ କୁହ, ପୁରୁଷର ଶରୀରରେ ପ୍ରମେହ ରୋଗ ହେଲେ, ସେ ଆପଣାର ସେହି ପ୍ରମେହ ସକାଶୁ ଅଶୁଚି ହେବ ।
ଲେବୀୟ ପୁସ୍ତକ 15 : 3 (ORV)
ପୁଣି ପ୍ରମେହ ସକାଶୁ ତାହାର ଅଶୌଚ-ବିଧି ଏହି; ତାହାର ଶରୀରରୁ ପ୍ରମେହ କ୍ଷରୁ ଅବା ଶରୀରରେ ବନ୍ଦ ଥାଉ, ତାହା ତାହାର ଅଶୌଚ ଅଟେ ।
ଲେବୀୟ ପୁସ୍ତକ 15 : 4 (ORV)
ପ୍ରମେହୀ ଲୋକ ଯେଉଁ ପ୍ରତ୍ୟେକ ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ ଓ ଯେଉଁ ପ୍ରତ୍ୟେକ ପଦାର୍ଥ ଉପରେ ସେ ବସେ, ତାହା ଅଶୁଚି ହେବ ।
ଲେବୀୟ ପୁସ୍ତକ 15 : 5 (ORV)
ପୁଣି, ଯେକେହି ତାହାର ଶଯ୍ୟା ଛୁଏଁ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 6 (ORV)
ଆଉ, ଯେକୌଣସି ପଦାର୍ଥ ଉପରେ ପ୍ରମେହୀ ବସେ, ତହିଁ ଉପରେ ଯେବେ କେହି ବସେ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 7 (ORV)
ପୁଣି, ଯେକେହି ପ୍ରମେହୀର ଶରୀର ଛୁଏଁ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 8 (ORV)
ଆଉ, ପ୍ରମେହୀ ଯେବେ ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 9 (ORV)
ପୁଣି, ପ୍ରମେହୀ ଯେଉଁ ବାହନ ଉପରେ ଚଢ଼େ, ତାହା ଅଶୁଚି ହେବ ।
ଲେବୀୟ ପୁସ୍ତକ 15 : 10 (ORV)
ଆଉ, ଯେବେ କେହି ତାହାର ତଳସ୍ଥ କୌଣସି ବସ୍ତୁ ଛୁଏଁ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ପୁଣି ଯେକେହି ତାହା ବହେ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 11 (ORV)
ପୁଣି, ପ୍ରମେହୀ ଆପଣା ହସ୍ତ ଜଳରେ ନ ଧୋଇ ଯାହାକୁ ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 12 (ORV)
ପୁଣି, ପ୍ରମେହୀ ଯେଉଁ ମୃତ୍ତିକାପାତ୍ର ଛୁଏଁ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ ।
ଲେବୀୟ ପୁସ୍ତକ 15 : 13 (ORV)
ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୌଚକ୍ରିୟା ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ଶୁଚି ହେବ ।
ଲେବୀୟ ପୁସ୍ତକ 15 : 14 (ORV)
ପୁଣି, ଅଷ୍ଟମ ଦିନରେ ସେ ଆପଣା ନିମନ୍ତେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ଵୁଦ୍ଵାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ ।
ଲେବୀୟ ପୁସ୍ତକ 15 : 15 (ORV)
ତହିଁରେ ଯାଜକ ସେଥିରୁ ଗୋଟିକି ପାପାର୍ଥକ ବଳି ଓ ଅନ୍ୟଟିକି ହୋମବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁରୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ ।
ଲେବୀୟ ପୁସ୍ତକ 15 : 16 (ORV)
ଆଉ, ଯେବେ କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 17 (ORV)
ଆଉ, ଯେଉଁ ପ୍ରତ୍ୟେକ ବସ୍ତ୍ରରେ କି ଚର୍ମରେ ବୀର୍ଯ୍ୟପାତ ହୁଏ, ତାହା ଜଳରେ ଧୋଇବ ଓ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 18 (ORV)
ମଧ୍ୟ ସେ ସ୍ତ୍ରୀ, ଯାହା ସଙ୍ଗେ ସ୍ଖଳିତ-ବୀର୍ଯ୍ୟ ପୁରୁଷ ଶୟନ କରିବ, ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ ।
ଲେବୀୟ ପୁସ୍ତକ 15 : 19 (ORV)
ଆଉ, ଯେବେ ସ୍ତ୍ରୀ ରଜସ୍ଵଳା ହୁଏ ଓ ତାହାର ଦେହରୁ ରକ୍ତ କ୍ଷରେ, ତେବେ ସେ ସାତଦିନ ଆପଣା ଅଶୌଚରେ ରହିବ; ପୁଣି, ଯେକେହି ତାହାକୁ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 20 (ORV)
ଆଉ ସେ ଆପଣା ସ୍ତ୍ରୀଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ହେବ ଓ ଯହିଁ ଉପରେ ସେ ବସିବ, ତାହା ଅଶୁଚି ହେବ ।
ଲେବୀୟ ପୁସ୍ତକ 15 : 21 (ORV)
ପୁଣି, ଯେକେହି ତାହାର ଶଯ୍ୟା ଛୁଏଁ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 22 (ORV)
ପୁଣି, ଯେକେହି ତାହାର ବସିବାର କୌଣସି ଆସନ ଉପରେ ବସେ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 23 (ORV)
ଆଉ, ତାହାର ଶଯ୍ୟା କି ଆସନ ଉପରେ କିଛି ଥିଲେ ଯେକେହି ତାହା ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 24 (ORV)
ଆଉ, ଯେଉଁ ପୁରୁଷ ତାହା ସଙ୍ଗେ ଶୟନ କରେ ଓ ତାହାର ରଜ ତାହାଠାରେ ଲାଗେ, ସେ ସାତ ଦିନ ଅଶୁଚି ରହିବ; ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ ।
ଲେବୀୟ ପୁସ୍ତକ 15 : 25 (ORV)
ଆଉ, ସ୍ତ୍ରୀଧର୍ମ ସମୟ ଛଡ଼ା ଯେବେ କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିଅବା ସ୍ତ୍ରୀଧର୍ମ ସମୟ ଉତ୍ତାରେ ଯେବେ ରକ୍ତସ୍ରାବ ହୁଏ; ତେବେ ଯେପରି ସ୍ତ୍ରୀଧର୍ମ ସମୟରେ, ସେପରି ଅଶୁଚି ରକ୍ତସ୍ରାବର ସକଳ ଦିନ ହେବ, ସେ ଅଶୁଚି ଅଟେ ।
ଲେବୀୟ ପୁସ୍ତକ 15 : 26 (ORV)
ସେହି ରକ୍ତସ୍ରାବର ସକଳ ଦିନ ଯେକୌଣସି ଶଯ୍ୟାରେ ସେ ଶୟନ କରେ, ତାହା ସ୍ତ୍ରୀଧର୍ମ ସମୟର ଶଯ୍ୟା ନ୍ୟାୟ ଅଶୁଚି ହେବ, ଆଉ ସେ ଯେକୌଣସି ଆସନରେ ବସେ, ତାହା ସ୍ତ୍ରୀଧର୍ମ ସମୟର ଅଶୌଚ ନ୍ୟାୟ ଅଶୁଚି ହେବ ।
ଲେବୀୟ ପୁସ୍ତକ 15 : 27 (ORV)
ପୁଣି, ଯେକେହି ତାହା ସବୁ ଛୁଏଁ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ ।
ଲେବୀୟ ପୁସ୍ତକ 15 : 28 (ORV)
ମାତ୍ର ସେହି ସ୍ତ୍ରୀର ରକ୍ତସ୍ରାବ ରହିତ ହେଲେ, ସେ ଆପଣା ନିମନ୍ତେ ସାତ ଦିନ ଗଣନା କରିବ, ତହିଁ ଉତ୍ତାରେ ସେ ଶୁଚି ହେବ ।
ଲେବୀୟ ପୁସ୍ତକ 15 : 29 (ORV)
ପୁଣି, ଅଷ୍ଟମ ଦିନରେ ସେ ଆପଣା ନିମନ୍ତେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ନେଇ ସମାଗମ-ତମ୍ଵୁଦ୍ଵାରରେ ଯାଜକ ନିକଟକୁ ଆଣିବ ।
ଲେବୀୟ ପୁସ୍ତକ 15 : 30 (ORV)
ତହିଁରେ ଯାଜକ ସେଥିରୁ ଗୋଟିକି ପାପାର୍ଥକ ବଳି ଓ ଅନ୍ୟଟିକି ହୋମବଳି ରୂପେ ଉତ୍ସର୍ଗ କରିବ; ଆଉ, ଯାଜକ ତାହାର ରକ୍ତସ୍ରାବର ଅଶୌଚ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ ।
ଲେବୀୟ ପୁସ୍ତକ 15 : 31 (ORV)
ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କର ମଧ୍ୟବର୍ତ୍ତୀ ଆମ୍ଭର ଆବାସ ଅଶୁଚି କଲେ, ଯେପରି ସେମାନେ ଆପଣାମାନଙ୍କ ଅଶୌଚରେ ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ଅଶୌଚରୁ ପୃଥକ୍ କରିବ ।
ଲେବୀୟ ପୁସ୍ତକ 15 : 32 (ORV)
ପ୍ରମେହ ରୋଗୀର ଓ ବୀର୍ଯ୍ୟପତନରେ ଅଶୁଚି ଲୋକର,
ଲେବୀୟ ପୁସ୍ତକ 15 : 33 (ORV)
ପୁଣି ରଜସ୍ଵଳା ସ୍ତ୍ରୀର ଓ ପ୍ରମେହୀ ପୁରୁଷ ଓ ସ୍ତ୍ରୀର, ଆଉ, ସ୍ତ୍ରୀର ଅଶୌଚ କାଳେ ତାହା ସହିତ ଶୟନକାରୀ ପୁରୁଷର, ଏହି ବ୍ୟବସ୍ଥା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: