ବିଚାରକର୍ତାମାନଙ୍କ ବିବରଣ 3 : 1 (ORV)
ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନ-ଦେଶୀୟ ଯୁଦ୍ଧସକଳ ଜାଣି ନ ଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ
ବିଚାରକର୍ତାମାନଙ୍କ ବିବରଣ 3 : 2 (ORV)
ଓ ଇସ୍ରାଏଲ-ସନ୍ତାନଗଣର ପୁରୁଷ-ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍, ଯେଉଁମାନେ ଆଗେ ଯୁଦ୍ଧ ଜାଣି ନ ଥିଲେ, ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା,
ବିଚାରକର୍ତାମାନଙ୍କ ବିବରଣ 3 : 3 (ORV)
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ୍ହର୍ମୋନ୍ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ୍ ପର୍ବତ-ନିବାସୀ ସମସ୍ତ କିଣାନୀୟ ଓ ସୀଦୋନୀୟ ଓ ହିବ୍ବୀୟ ଲୋକ ।
ବିଚାରକର୍ତାମାନଙ୍କ ବିବରଣ 3 : 4 (ORV)
ଏମାନଙ୍କ ଦ୍ଵାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍, ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଶାଙ୍କ ଦ୍ଵାରା ଯେ ଯେ ଆଜ୍ଞା ଆଦେଶ କରିଥିଲେ, ତାହାସବୁ ସେମାନେ ଶୁଣିବେ କି ନାହିଁ, ଏହା ଜାଣିବା ନିମନ୍ତେ, ଅବଶିଷ୍ଟ ରଖାଗଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 5 (ORV)
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 6 (ORV)
ପୁଣି ସେମାନେ ସେମାନଙ୍କ କନ୍ୟାଗଣକୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣକୁ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 7 (ORV)
ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କୁ ପାସୋରି ବାଲ୍- ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 8 (ORV)
ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ଵଳିତ ହୁଅନ୍ତେ, ସେ ଅରାମ-ନହରୟିମର ରାଜା କୂଶନ-ରିଶୀୟାଥୟିମ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୂଶନ୍-ରିଶୀୟାଥୟିମ୍ର ସେବା କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 9 (ORV)
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ପାଇଁ କାଲେବ୍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅନିୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ପନ୍ନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 10 (ORV)
ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍-ରିଶୀୟାଥୟିମ୍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍-ରିଶୀୟାଥୟିମ୍ ଉପରେ ତାହାର ହସ୍ତ ପ୍ରବଳ ହେଲା ।
ବିଚାରକର୍ତାମାନଙ୍କ ବିବରଣ 3 : 11 (ORV)
ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା । ଏ ଉତ୍ତାରେ କନସର ପୁତ୍ର ଅନିୀୟେଲ ମଲା ।
ବିଚାରକର୍ତାମାନଙ୍କ ବିବରଣ 3 : 12 (ORV)
ଅନନ୍ତର ଇସ୍ରାଏଲ-ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ପ୍ରତିକୂଳରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 13 (ORV)
ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା ।
ବିଚାରକର୍ତାମାନଙ୍କ ବିବରଣ 3 : 14 (ORV)
ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 15 (ORV)
ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ । ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ଵାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟୀ ପଠାଇଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 16 (ORV)
ତହିଁରେ ଏହୂଦ୍ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ଵିଧାର ଖଡ଼୍‍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 17 (ORV)
ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଭେଟୀ ନେଲେ; ସେହି ଇଗ୍ଲୋନ୍ ଏକ ମୋଟା ଲୋକ ଥିଲା ।
ବିଚାରକର୍ତାମାନଙ୍କ ବିବରଣ 3 : 18 (ORV)
ଆଉ ସେ ଭେଟୀ ଦେଇ ସାରିଲା ଉତ୍ତାରେ ଭେଟୀ ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 19 (ORV)
ମାତ୍ର ସେ ଆପେ ଗିଲ୍ଗଲସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍, ଆପଣଙ୍କ ନିକଟରେ ମୋହର ଏକ ଗୁପ୍ତ କଥା ଅଛି । ତେବେ ରାଜା କହିଲା, ତୁନି ହୋଇ ଥାଅ । ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରି ଗଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 20 (ORV)
ଏଥିରେ ଏହୂଦ୍ ତାହା ନିକଟକୁ ଗଲେ; ସେତେ-ବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା । ତହିଁରେ ଏହୂଦ କହିଲେ, ଆପଣଙ୍କ ପାଇଁ ପରମେଶ୍ଵରଙ୍କଠାରୁ ଆମ୍ଭର ଏକ କଥା ଅଛି; ତହୁଁ ସେ ଆପଣା ଆସନରୁ ଉଠିଲା ।
ବିଚାରକର୍ତାମାନଙ୍କ ବିବରଣ 3 : 21 (ORV)
ତେବେ ଏହୂଦ୍ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ଼୍‍ଗ ନେଇ ତାହାର ପେଟ ଭୁସିଲେ;
ବିଚାରକର୍ତାମାନଙ୍କ ବିବରଣ 3 : 22 (ORV)
ତହିଁରେ ଖଡ଼୍‍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ଼୍‍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ଼୍‍ଗ ପଛଭାଗରେ ବାହାରିଲା ।
ବିଚାରକର୍ତାମାନଙ୍କ ବିବରଣ 3 : 23 (ORV)
ଏ ଉତ୍ତାରେ ଏହୂଦ୍ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 24 (ORV)
ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି ।
ବିଚାରକର୍ତାମାନଙ୍କ ବିବରଣ 3 : 25 (ORV)
ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି ।
ବିଚାରକର୍ତାମାନଙ୍କ ବିବରଣ 3 : 26 (ORV)
ମାତ୍ର ସେମାନେ ବିଳମ୍ଵ କରି ରହିବା ବେଳେ ଏହୂଦ୍ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 27 (ORV)
ପୁଣି ସେ ସ୍ଥାନରେ ପହୁଞ୍ଚି ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ ।
ବିଚାରକର୍ତାମାନଙ୍କ ବିବରଣ 3 : 28 (ORV)
ପୁଣି ସେ ସେମାନଙ୍କୁ କହିଲେ, ମୋʼ ପଛେ ପଛେ ଆସ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ-ମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି । ତହୁଁ ସେମାନେ ତାଙ୍କ ପଛେ ପଛେ ଚାଲି ମୋୟାବୀୟମାନଙ୍କ ପ୍ରତିକୂଳରେ ଯର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 3 : 29 (ORV)
ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 3 : 30 (ORV)
ଏହିରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା । ତହୁଁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା ।
ବିଚାରକର୍ତାମାନଙ୍କ ବିବରଣ 3 : 31 (ORV)
ଆଉ ତାହାର ଉତ୍ତାରେ ଅନାତର ପୁତ୍ର ଶମ୍ଗର (ବିଚାରକର୍ତ୍ତା) ହେଲେ, ସେ ପଲେଷ୍ଟୀୟ ଛଅ ଶହ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ଵାରା ବଧ କଲେ; ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ⇧ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31