ବିଚାରକର୍ତାମାନଙ୍କ ବିବରଣ 21 : 1 (ORV)
ଇସ୍ରାଏଲୀୟ ଲୋକମାନେ ମିସ୍ପୀରେ ଶପଥ କରି କହିଥିଲେ, ଆମ୍ଭମାନଙ୍କର କେହି ବିନ୍ୟାମୀନ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 21 : 2 (ORV)
ତେଣୁ ଲୋକମାନେ ବୈଥେଲକୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ଵରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟ; ରୋଦନ କଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 3 (ORV)
ଆଉ ସେମାନେ କହିଲେ, ହେ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୋ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଊଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା?
ବିଚାରକର୍ତାମାନଙ୍କ ବିବରଣ 21 : 4 (ORV)
ତହୁଁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 5 (ORV)
ପୁଣି ଇସ୍ରାଏଲ-ସନ୍ତାନମାନେ କହିଲେ, ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି? କାରଣ ମିସ୍ପୀକି ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, ସେ ଅବଶ୍ୟ ହତ ହେବ, ଏହା କହି ସେମାନେ ମହା ଶପଥ କରିଥିଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 6 (ORV)
ପୁଣି ଇସ୍ରାଏଲ-ସନ୍ତାନମାନେ ଆପଣା ଭାଇ ବିନ୍ୟାମୀନ ପାଇଁ ଅନୁତାପ କରି କହିଲେ, ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା ।
ବିଚାରକର୍ତାମାନଙ୍କ ବିବରଣ 21 : 7 (ORV)
ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମ୍ଭେମାନେ ଶପଥ କରିଅଛୁ ।
ବିଚାରକର୍ତାମାନଙ୍କ ବିବରଣ 21 : 8 (ORV)
ପୁଣି ସେମାନେ କହିଲେ, ମିସ୍ପୀକି ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ-ବଂଶସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି? ତହିଁରେ ଦେଖ, ଯାବେଶ୍-ଗିଲୀୟଦରୁ କେହି ଛାଉଣିସ୍ଥ ସମାଜକୁ ଆସି ନ ଥିଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 9 (ORV)
କାରଣ ଲୋକମାନେ ଗଣିତ ହେବା ବେଳେ, ଦେଖ, ସେଠାରେ ଯାବେଶ୍-ଗିଲୀୟଦ ନିବାସୀମାନଙ୍କ ମଧ୍ୟରୁ କେହି ନ ଥିଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 10 (ORV)
ତହୁଁ ମଣ୍ତଳୀ ସେ ସ୍ଥାନକୁ ବାର ହଜାର ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଯାଇ ସ୍ତ୍ରୀ ବାଳକ ସମେତ ଯାବେଶ୍-ଗିଲୀୟଦ ନିବାସୀମାନଙ୍କୁ ଖଡ଼୍‍ଗଧାରରେ ଆଘାତ କର ।
ବିଚାରକର୍ତାମାନଙ୍କ ବିବରଣ 21 : 11 (ORV)
ଆହୁରି ତୁମ୍ଭେମାନେ ଏହା କରିବ; ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ-ସହବାସିନୀ ପ୍ରତ୍ୟେକ ସ୍ତ୍ରୀକି ବର୍ଜିତ ରୂପେ ବିନାଶ କରିବ ।
ବିଚାରକର୍ତାମାନଙ୍କ ବିବରଣ 21 : 12 (ORV)
ତହୁଁ ସେମାନେ ଯାବେଶ୍-ଗିଲୀୟଦ ନିବାସୀ-ମାନଙ୍କ ମଧ୍ୟରେ ପୁରୁଷ-ସହବାସରହିତା ଚାରି ଶହ ଅବିବାହିତା କନ୍ୟା ପାଇଲେ; ଆଉ ସେମାନଙ୍କୁ କିଣାନ ଦେଶସ୍ଥ ଶୀଲୋ ଛାଉଣିକି ଆଣିଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 13 (ORV)
ଅନନ୍ତର ସମଗ୍ର ମଣ୍ତଳୀ ରିମ୍ମୋନ୍ ଶୈଳସ୍ଥିତ ବିନ୍ୟାମୀନ ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ନିକଟରେ ସନ୍ଧି ପ୍ରଚାର କଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 14 (ORV)
ସେ ସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ; ତହୁଁ ଯାବେଶ୍-ଗିଲୀୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ, ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ ।
ବିଚାରକର୍ତାମାନଙ୍କ ବିବରଣ 21 : 15 (ORV)
ଏହେତୁ ସଦାପ୍ରଭୁ ଇସ୍ରାଏଲ-ବଂଶସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମୀନୀୟମାନଙ୍କ ବିଷୟରେ ଅନୁତାପ କଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 16 (ORV)
ତେବେ ମଣ୍ତଳୀର ପ୍ରାଚୀନମାନେ କହିଲେ, ବିନ୍ୟାମୀନ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି, ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା?
ବିଚାରକର୍ତାମାନଙ୍କ ବିବରଣ 21 : 17 (ORV)
ଆହୁରି ସେମାନେ କହିଲେ, ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମୀନର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ ।
ବିଚାରକର୍ତାମାନଙ୍କ ବିବରଣ 21 : 18 (ORV)
ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣା-ମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେ କେହି ବିନ୍ୟାମୀନକୁ କନ୍ୟା ଦେବ, ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି ।
ବିଚାରକର୍ତାମାନଙ୍କ ବିବରଣ 21 : 19 (ORV)
ଆହୁରି ସେମାନେ କହିଲେ, ଦେଖ, ବୈଥେଲର ଉତ୍ତର ଦିଗରେ, ବୈଥେଲଠୁ ଶିଖିମକୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲବୋନାର ଦକ୍ଷିଣ ଦିଗରେ ସ୍ଥିତ ଶୀଲୋରେ ପ୍ରତି ବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ ।
ବିଚାରକର୍ତାମାନଙ୍କ ବିବରଣ 21 : 20 (ORV)
ଏହେତୁ ସେମାନେ ବିନ୍ୟାମୀନ-ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାଇ ଦ୍ରାକ୍ଷାକ୍ଷେତ୍ରରେ ଛକି ବସି ଅନାଅ;
ବିଚାରକର୍ତାମାନଙ୍କ ବିବରଣ 21 : 21 (ORV)
ଆଉ ଦେଖ, ଶୀଲୋର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ, ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକେ ଆପଣା ଆପଣା ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମୀନ ଦେଶକୁ ଚାଲି ଯାଅ ।
ବିଚାରକର୍ତାମାନଙ୍କ ବିବରଣ 21 : 22 (ORV)
ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ ଆମ୍ଭେମାନେ ସେମାନଙ୍କୁ କହିବୁ, ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ି ଦିଅ; କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କର ପ୍ରତି ଜଣ ପାଇଁ ଭାର୍ଯ୍ୟା ନେଇ ନାହୁଁ; ଅବା ତୁମ୍ଭେମାନେ ହିଁ ଏମାନଙ୍କୁ ସେମାନଙ୍କୁ ଦେଇ ନାହଁ; ନୋହିଲେ ତୁମ୍ଭେମାନେ ଏବେ ଅପରାଧୀ ହୁଅନ୍ତ ।
ବିଚାରକର୍ତାମାନଙ୍କ ବିବରଣ 21 : 23 (ORV)
ତହିଁରେ ବିନ୍ୟାମୀନ-ସନ୍ତାନଗଣ ସେରୂପ କରି ଆପଣାମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରି ଯାଇ ନଗର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 24 (ORV)
ତହୁଁ ଇସ୍ରାଏଲ-ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକେ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ ।
ବିଚାରକର୍ତାମାନଙ୍କ ବିବରଣ 21 : 25 (ORV)
ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ଯାହା ଦୃଷ୍ଟିରେ ଯାହା ଭଲ, ସେ ତାହା କଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: