ଯିହୋଶୂୟ 3 : 1 (ORV)
ଅନନ୍ତର ଯିହୋଶୂୟ ଅତି ପ୍ରଭାତରେ ଉଠିଲେ; ପୁଣି ସେ ଓ ଇସ୍ରାଏଲର ସମସ୍ତ ସନ୍ତାନ ଶିଟିମରୁ ଯାତ୍ରା କରି ଯର୍ଦ୍ଦନରେ ଉପସ୍ଥିତ ହେଲେ; ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ ।
ଯିହୋଶୂୟ 3 : 2 (ORV)
ତହୁଁ ତିନି ଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ;
ଯିହୋଶୂୟ 3 : 3 (ORV)
ପୁଣି ସେମାନେ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ଯେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ନିୟମ-ସିନ୍ଦୁକ ଓ ତହିଁର ବାହକ ଲେବୀୟ ଯାଜକମାନଙ୍କୁ ଦେଖିବ, ସେତେବେଳେ ତୁମ୍ଭେମାନେ ଆପଣା ଆପଣା ସ୍ଥାନରୁ ଉଠି ତହିଁର ପଛେ ପଛେ ଗମନ କରିବ ।
ଯିହୋଶୂୟ 3 : 4 (ORV)
ତଥାପି ପରିମାଣାନୁସାରେ ତୁମ୍ଭମାନଙ୍କର ଓ ତାହାର ମଧ୍ୟରେ ପ୍ରାୟ ଦୁଇ ହଜାର ହାତ ଅନ୍ତର ରହିବ; ତୁମ୍ଭେମାନେ ଆପଣାମାନଙ୍କ ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମ୍ଭେମାନେ ଏହି ପଥ ପାର ହୋଇ ଯାଇ ନାହଁ ।
ଯିହୋଶୂୟ 3 : 5 (ORV)
ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟକ୍ରିୟା କରିବେ ।
ଯିହୋଶୂୟ 3 : 6 (ORV)
ପୁଣି ଯିହୋଶୂୟ ଯାଜକମାନଙ୍କୁ କହିଲେ, ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କର । ତହିଁରେ ସେମାନେ ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କଲେ ।
ଯିହୋଶୂୟ 3 : 7 (ORV)
ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ ।
ଯିହୋଶୂୟ 3 : 8 (ORV)
ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ ।
ଯିହୋଶୂୟ 3 : 9 (ORV)
ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, ତୁମ୍ଭେମାନେ ଏସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ବାକ୍ୟ ଶୁଣ ।
ଯିହୋଶୂୟ 3 : 10 (ORV)
ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ଵର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପିରିସୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତା; ତଡ଼ିଦେବେ, ତାହା ତୁମ୍ଭେମାନେ ଏହା ଦ୍ଵାରା ଜାଣି ପାରିବ ।
ଯିହୋଶୂୟ 3 : 11 (ORV)
ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି ।
ଯିହୋଶୂୟ 3 : 12 (ORV)
ଏନିମନ୍ତେ ତୁମ୍ଭେମାନେ ଇସ୍ରାଏଲର ଏକ ବଂଶରୁ ଏକ ଏକ ଜଣ, ଏରୂପେ ବାର ବଂଶରୁ ବାର ଜଣ ଗ୍ରହଣ କର ।
ଯିହୋଶୂୟ 3 : 13 (ORV)
ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ-ବାହକ ଯାଜକମାନଙ୍କ ପଦତଳ ଯର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବାମାତ୍ର ସେହି ଯର୍ଦ୍ଦନର ଜଳ, ଅର୍ଥାତ୍, ଊର୍ଦ୍ଧ୍ଵ ସ୍ଥାନରୁ ଯେଉଁ ଜଳ ବହି ଆସୁଅଛି, ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ ।
ଯିହୋଶୂୟ 3 : 14 (ORV)
ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ଵୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ ।
ଯିହୋଶୂୟ 3 : 15 (ORV)
ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ-ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବାମାତ୍ର,
ଯିହୋଶୂୟ 3 : 16 (ORV)
ଊର୍ଦ୍ଧ୍ଵରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ୍ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲାନ୍ତପୁଣି ପଦା-ଭୂମିର ସମୁଦ୍ର, ଅର୍ଥାତ୍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ ।
ଯିହୋଶୂୟ 3 : 17 (ORV)
ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବାଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: