ଯୋହନଲିଖିତ ସୁସମାଚାର 3 : 1 (ORV)
ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା ।
ଯୋହନଲିଖିତ ସୁସମାଚାର 3 : 2 (ORV)
ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ଵରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ଵର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ ।।
ଯୋହନଲିଖିତ ସୁସମାଚାର 3 : 3 (ORV)
ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟ ଦେଖି ପାରେ ନାହିଁ ।
ଯୋହନଲିଖିତ ସୁସମାଚାର 3 : 4 (ORV)
ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କିପ୍ରକାର ଜନ୍ମ ହୋଇ ପାରେ? ସେ କଅଣ ଦ୍ଵିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ?
ଯୋହନଲିଖିତ ସୁସମାଚାର 3 : 5 (ORV)
ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ ।
ଯୋହନଲିଖିତ ସୁସମାଚାର 3 : 6 (ORV)
ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା ।
ଯୋହନଲିଖିତ ସୁସମାଚାର 3 : 7 (ORV)
ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ ।
ଯୋହନଲିଖିତ ସୁସମାଚାର 3 : 8 (ORV)
ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶଦ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ଵନ୍ଧରେ ସେହିପ୍ରକାର ।
ଯୋହନଲିଖିତ ସୁସମାଚାର 3 : 9 (ORV)
ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହିସବୁ କିପରି ହୋଇ ପାରେ?
ଯୋହନଲିଖିତ ସୁସମାଚାର 3 : 10 (ORV)
ଯୀଶୁ ତାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହିସବୁ ବୁଝୁ ନାହଁ?
ଯୋହନଲିଖିତ ସୁସମାଚାର 3 : 11 (ORV)
ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ ।
ଯୋହନଲିଖିତ ସୁସମାଚାର 3 : 12 (ORV)
ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ଵାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ଵର୍ଗୀୟ ବିଷୟ କହିଲେ କିପରି ବିଶ୍ଵାସ କରିବ?
ଯୋହନଲିଖିତ ସୁସମାଚାର 3 : 13 (ORV)
ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ଵର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ଵର୍ଗାରୋହଣ କରି ନାହିଁ ।
ଯୋହନଲିଖିତ ସୁସମାଚାର 3 : 14 (ORV)
ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ଵକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହିପ୍ରକାର ଊର୍ଦ୍ଧ୍ଵକୁ ଉଠାଯିବେ,
ଯୋହନଲିଖିତ ସୁସମାଚାର 3 : 15 (ORV)
ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ଅନ; ଜୀବନ ପ୍ରାପ୍ତ ହୁଏ ।
ଯୋହନଲିଖିତ ସୁସମାଚାର 3 : 16 (ORV)
କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନ; ଜୀବନ ପ୍ରାପ୍ତ ହୁଏ ।
ଯୋହନଲିଖିତ ସୁସମାଚାର 3 : 17 (ORV)
ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ଵର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ ।
ଯୋହନଲିଖିତ ସୁସମାଚାର 3 : 18 (ORV)
ଯେ ତାହାଙ୍କଠାରେ ବିଶ୍ଵାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ଵାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ଵରଙ୍କ ଅଦ୍ଵିତୀୟ ପୁତ୍ରଙ୍କ ନାମରେ ବିଶ୍ଵାସ କରି ନାହିଁ ।
ଯୋହନଲିଖିତ ସୁସମାଚାର 3 : 19 (ORV)
ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ ।
ଯୋହନଲିଖିତ ସୁସମାଚାର 3 : 20 (ORV)
କାରଣ ଯେକେହି କୁକର୍ମ କରେ, ଯେ ଜ୍ୟୋତିଃକି ଘୃଣା କରେ, ପୁଣି କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ ।
ଯୋହନଲିଖିତ ସୁସମାଚାର 3 : 21 (ORV)
କିନ୍ତୁ ଯେକେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ଵରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।
ଯୋହନଲିଖିତ ସୁସମାଚାର 3 : 22 (ORV)
ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୁଦା ପ୍ରଦେଶକୁ ଗଲେ, ଆଉ ସେ ସେସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ।।ଦେବାକୁ ଲାଗିଲେ ।
ଯୋହନଲିଖିତ ସୁସମାଚାର 3 : 23 (ORV)
ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମଦେଉଥିଲେ, କାରଣ ସେସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ ।
ଯୋହନଲିଖିତ ସୁସମାଚାର 3 : 24 (ORV)
ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ ।
ଯୋହନଲିଖିତ ସୁସମାଚାର 3 : 25 (ORV)
ସେଥିମଧ୍ୟରେ ଶୌଚକ୍ରିୟା ସମ୍ଵନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା ।
ଯୋହନଲିଖିତ ସୁସମାଚାର 3 : 26 (ORV)
ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ଵନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି ।
ଯୋହନଲିଖିତ ସୁସମାଚାର 3 : 27 (ORV)
ଯୋହନ ଉତ୍ତର ଦେଲେ, ସ୍ଵର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇ ପାରେ ନାହିଁ ।
ଯୋହନଲିଖିତ ସୁସମାଚାର 3 : 28 (ORV)
ମୁଁ ଯେ ଖ୍ରୀଷ୍ଟ ନୁହେ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ ।
ଯୋହନଲିଖିତ ସୁସମାଚାର 3 : 29 (ORV)
ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାଙ୍କ କଥା ଶୁଣେ, ସେ ବରଙ୍କ ସ୍ଵର ସକାଶେ ଅତ୍ୟ; ଆନନ୍ଦିତ ହୁଏ । ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି ।
ଯୋହନଲିଖିତ ସୁସମାଚାର 3 : 30 (ORV)
ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।
ଯୋହନଲିଖିତ ସୁସମାଚାର 3 : 31 (ORV)
ଯେ ଊର୍ଦ୍ଧ୍ଵରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ଵର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ ।
ଯୋହନଲିଖିତ ସୁସମାଚାର 3 : 32 (ORV)
ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ଵନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ ।
ଯୋହନଲିଖିତ ସୁସମାଚାର 3 : 33 (ORV)
ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ଵର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି ।
ଯୋହନଲିଖିତ ସୁସମାଚାର 3 : 34 (ORV)
କାରଣ ଈଶ୍ଵର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ଵରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ଆତ୍ମା ପ୍ରଦାନ କରନ୍ତି ନାହିଁ ।
ଯୋହନଲିଖିତ ସୁସମାଚାର 3 : 35 (ORV)
ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି ।
ଯୋହନଲିଖିତ ସୁସମାଚାର 3 : 36 (ORV)
ଯେ ପୁତ୍ରଙ୍କଠାରେ ବିଶ୍ଵାସ କରେ, ସେ ଅନ; ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ଵରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36