ଯିଶାଇୟ 7 : 1 (ORV)
ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍ର ପୁତ୍ର ଆହସର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ ।
ଯିଶାଇୟ 7 : 2 (ORV)
ଅନନ୍ତର ଦାଉଦ-ବଂଶକୁ ଜ୍ଞାତ କରାଗଲା ଯେ, ଅରାମ ଇଫ୍ରୟିମର ସହାୟ ହୋଇଅଛି । ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା ।
ଯିଶାଇୟ 7 : 3 (ORV)
ସେତେବେଳେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର ଶାର-ଯାଶୂବ, ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ତରେ ଆହସର ସଙ୍ଗେ ସାକ୍ଷାତ କରିବାକୁ ଯାଅ ।
ଯିଶାଇୟ 7 : 4 (ORV)
ଓ ତାହାକୁ କୁହ, ସାବଧାନ ଓ ସୁସ୍ଥିର ହୁଅ; ଏହି ଧୂମମୟ କାଷ୍ଠର ଦୁଇ ଲାଞ୍ଜ, ଅର୍ଥାତ୍, ରତ୍ସୀନ ଓ ଅରାମର ଓ ରମଲୀୟର ପୁତ୍ରର ପ୍ରଚଣ୍ତ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିଅବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ ।
ଯିଶାଇୟ 7 : 5 (ORV)
କାରଣ ଅରାମ, ମଧ୍ୟ ଇଫ୍ରୟିମ ଓ ରମଲୀୟର ପୁତ୍ର ତୁମ୍ଭ ବିରୁଦ୍ଧରେ କୁମନ୍ତ୍ରଣା କରି କହୁଅଛନ୍ତି,
ଯିଶାଇୟ 7 : 6 (ORV)
ଆସ, ଆମ୍ଭେମାନେ ଯିହୁଦା ବିରୁଦ୍ଧରେ ଯାଇ ତାହାକୁ ଅଧୈର୍ଯ୍ୟ କରୁ ଓ ଆମ୍ଭମାନଙ୍କ ନିମନ୍ତେ ତହିଁ ମଧ୍ୟରେ ଭଗ୍ନ ସ୍ଥାନ କରି ଏକ ରାଜାକୁ, ଅର୍ଥାତ୍, ଟାବେଲର ପୁତ୍ରକୁ ସ୍ଥାପନ କରୁ ।
ଯିଶାଇୟ 7 : 7 (ORV)
ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ସ୍ଥିର ହେବ ନାହିଁ ଅବା ସିଦ୍ଧ ହିଁ ହେବ ନାହିଁ ।
ଯିଶାଇୟ 7 : 8 (ORV)
କାରଣ ଅରାମର ମସ୍ତକ ଦାମାସ୍କସ୍ ଓ ଦାମାସ୍କସ୍ର ମସ୍ତକ ରତ୍ସୀନ; ପୁଣି, ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଖଣ୍ତ ଖଣ୍ତ ହୋଇ ଏପରି ଭଗ୍ନ ହେବ ଯେ, ସେ ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ;
ଯିଶାଇୟ 7 : 9 (ORV)
ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର । ଯେବେ ତୁମ୍ଭେମାନେ ବିଶ୍ଵାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ ।
ଯିଶାଇୟ 7 : 10 (ORV)
ଅନନ୍ତର ସଦାପ୍ରଭୁ ଆହସକୁ ଆହୁରି କହିଲେ,
ଯିଶାଇୟ 7 : 11 (ORV)
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ଏକ ଚିହ୍ନ ମାଗ; ଅଧୋଲୋକରେ କି ଊର୍ଦ୍ଧ୍ଵଲୋକରେ ହେଉ, ମାଗ ।
ଯିଶାଇୟ 7 : 12 (ORV)
ମାତ୍ର ଆହସ କହିଲା, ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ ।
ଯିଶାଇୟ 7 : 13 (ORV)
ଏଥିରେ ସେ କହିଲେ, ହେ ଦାଉଦର ବଂଶ, ତୁମ୍ଭେମାନେ ଏବେ ଶୁଣ; ମନୁଷ୍ୟକୁ କ୍ଳା; କରିବାର ତୁମ୍ଭମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲି କି ତୁମ୍ଭେମାନେ ମୋʼ ପରମେଶ୍ଵରଙ୍କୁ ହିଁ କ୍ଳା; କରିବ?
ଯିଶାଇୟ 7 : 14 (ORV)
ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ଵର) ରଖିବ ।
ଯିଶାଇୟ 7 : 15 (ORV)
ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ବେଳେ ସେ ଦଧି ଓ ମଧୁ ଖାଇବ ।
ଯିଶାଇୟ 7 : 16 (ORV)
କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେ ଦେଶ ପରିତ୍ୟକ୍ତ ହେବ ।
ଯିଶାଇୟ 7 : 17 (ORV)
ଇଫ୍ରୟିମ ଯିହୁଦାଠାରୁ ପୃଥକ ହେବା ଦିନଠାରୁ ଯେପ୍ରକାର ସମୟ କେବେ ହୋଇ ନାହିଁ, ସେପ୍ରକାର ସମୟ ସଦାପ୍ରଭୁ ତୁମ୍ଭ ପ୍ରତି ଓ ତୁମ୍ଭ ଲୋକମାନଙ୍କ ପ୍ରତି ଓ ତୁମ୍ଭ ପିତୃବଂଶ ପ୍ରତି ଘଟାଇବେ; ଅର୍ଥାତ୍, ଅଶୂରର ରାଜାକୁ ଆଣିବେ ।
ଯିଶାଇୟ 7 : 18 (ORV)
ପୁଣି, ସେହିଦିନ ସଦାପ୍ରଭୁ ମିସର ଦେଶୀୟ ନଦୀସବୁର ପ୍ରାନ୍ତସ୍ଥ ମକ୍ଷିକାର ପ୍ରତି ଓ ଅଶୂର ଦେଶୀୟ ମଧୁମକ୍ଷିକା ପ୍ରତି ଶିଷ୍ ଦେବେ ।
ଯିଶାଇୟ 7 : 19 (ORV)
ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକା-ସମୂହରେ ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ ।
ଯିଶାଇୟ 7 : 20 (ORV)
ସେଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ଵାରା, ଅର୍ଥାତ୍, ଅଶୂରର ରାଜା ଦ୍ଵାରା ମସ୍ତକ ଓ ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ଵାରା ଦାଢ଼ି ମଧ୍ୟ ନଷ୍ଟ ହେବ ।
ଯିଶାଇୟ 7 : 21 (ORV)
ସେହିଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇ ଗୋଟି ମେଷ ପୋଷିଲେ,
ଯିଶାଇୟ 7 : 22 (ORV)
ସେମାନଙ୍କ ଦତ୍ତ ଦୁଗ୍ଧର ବାହୁଲ୍ୟରେ ସେ ଦଧି ଖାଇବ; କାରଣ ଦେଶ ମଧ୍ୟରେ ଅବଶିଷ୍ଟ ସମସ୍ତ ଲୋକ ଦଧି ଓ ମଧୁ ଖାଇବେ ।
ଯିଶାଇୟ 7 : 23 (ORV)
ଆହୁରି, ଯେ ଯେ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ ।
ଯିଶାଇୟ 7 : 24 (ORV)
ପୁଣି, ସମୁଦାୟ ଦେଶ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବାରୁ ଲୋକେ ତୀର ଓ ଧନୁ ନେଇ ସେସ୍ଥାନକୁ ଯିବେ ।
ଯିଶାଇୟ 7 : 25 (ORV)
ଆଉ, ଯେସବୁ ପର୍ବତ କୋଡ଼ିରେ ଖୋଳା ହୋଇଥିଲା, ତୁମ୍ଭେ କାନକୋଳି ଓ କଣ୍ଟକ ବନର ଭୟରେ ସେ ସ୍ଥାନକୁ ଗମନ କରିବ ନାହିଁ, ମାତ୍ର ତାହା ବଳଦର ଚରାସ୍ଥାନ ଓ ମେଷର ପାଦ ତଳେ ଦଳିତ ହେବାର ସ୍ଥାନ ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: