ଯିଶାଇୟ 44 : 1 (ORV)
ତଥାପି ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ, ଏବେ ଶୁଣ;
ଯିଶାଇୟ 44 : 2 (ORV)
ଯେ ତୁମ୍ଭକୁ ନିର୍ମାଣ କଲେ ଓ ଗର୍ଭରୁ ତୁମ୍ଭକୁ ଗଢ଼ିଲେ, ଯେ ତୁମ୍ଭର ସାହାଯ୍ୟ କରିବେ, ସେହି ସଦାପ୍ରଭୁ ଏହି କଥା କହନ୍ତି; ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଯିଶୁରୁଣ, ଭୟ କର ନାହିଁ ।
ଯିଶାଇୟ 44 : 3 (ORV)
କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା; ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ଢାଳିବା;
ଯିଶାଇୟ 44 : 4 (ORV)
ତହିଁରେ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶୀ ବୃକ୍ଷ ତୁଲ୍ୟ ତୃଣ ମଧ୍ୟରେ ଅଙ୍କୁରିତ ହେବେ ।
ଯିଶାଇୟ 44 : 5 (ORV)
ଏକ ଜଣ କହିବ, ଆମ୍ଭେ ସଦାପ୍ରଭୁଙ୍କର; ଅନ୍ୟ ଜଣ ଯାକୁବ ନାମରେ ଆପଣାକୁ ଖ୍ୟାତ କରିବ; ଆଉ, ଜଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵହସ୍ତରେ ସ୍ଵାକ୍ଷର କରିବ ଓ ଇସ୍ରାଏଲୀୟ କୁଳ ନାମରେ ଆପଣାକୁ ପ୍ରସିଦ୍ଧ କରିବ ।
ଯିଶାଇୟ 44 : 6 (ORV)
ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ଵର ଆଉ ନାହିଁ ।
ଯିଶାଇୟ 44 : 7 (ORV)
ଆମ୍ଭେ ସେହି ପୁରାତନ ଲୋକଙ୍କୁ ସ୍ଥାପନ କରିବା ସମୟଠାରୁ ଆମ୍ଭ ତୁଲ୍ୟ କିଏ ଆହ୍ଵାନ କରିବ ଓ ତାହା ପ୍ରକାଶ କରିବ ଓ ଯଥାକ୍ରମେ ଆମ୍ଭ ପାଇଁ ତାହା ସଜାଇବ? ପୁଣି, ଯାହା ଯାହା ନିକଟବର୍ତ୍ତୀ ଓ ଯାହା ଯାହା ଘଟିବ, ତାହା ସେମାନେ ପ୍ରକାଶ କରନ୍ତୁ ।
ଯିଶାଇୟ 44 : 8 (ORV)
ତୁମ୍ଭେମାନେ କମ୍ପିତ କିଅବା ଭୀତ ହୁଅ ନାହିଁ; ଆମ୍ଭେ କʼଣ ପୂର୍ବରୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରି ନାହୁଁ ଓ ତୁମ୍ଭମାନଙ୍କୁ ତାହା ଜଣାଇ ନାହୁଁ? ତୁମ୍ଭେମାନେ ଆମ୍ଭର ସାକ୍ଷୀ । ଆମ୍ଭ ଭିନ୍ନ ଆଉ କି ପରମେଶ୍ଵର ଅଛନ୍ତି? ଅନ୍ୟ ଶୈଳ ନାହିଁ ⇧; ଆମ୍ଭେ କାହାକୁ ଜାଣୁ ନା ।
ଯିଶାଇୟ 44 : 9 (ORV)
ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେସମସ୍ତେ ଅସାର ଓ ସେମାନଙ୍କର ମନୋହର ବିଷୟ-ମାନ ଉପକାରକ ନୋହିବ; ସେମାନେ ଯେପରି ଲଜ୍ଜିତ ହେବେ, ଏଥିପାଇଁ ସେମାନଙ୍କର ନିଜ ସାକ୍ଷୀଗଣ ଦେଖନ୍ତି ନାହିଁ, କିଅବା ଜାଣନ୍ତି ନାହିଁ।
ଯିଶାଇୟ 44 : 10 (ORV)
ଯାହା କୌଣସି ବିଷୟରେ ଉପକାରକ ନୁହେଁ, ଏପରି ଦେବତା କିଏ ନିର୍ମାଣ କରିଅଛି, ଅବା ଖୋଦିତ ପ୍ରତିମା କିଏ ଛାଞ୍ଚରେ ଢାଳିଅଛି?
ଯିଶାଇୟ 44 : 11 (ORV)
ଦେଖ, ତାହାର ସହାୟ ସମସ୍ତେ ଲଜ୍ଜିତ ହେବେ; ପୁଣି, ଶିଳ୍ପକାରୀମାନେ ମନୁଷ୍ୟମାତ୍ର; ସେସମସ୍ତେ ଏକତ୍ର ହେଉନ୍ତୁ, ସେମାନେ ଛିଡ଼ା ହେଉନ୍ତୁ; ସେମାନେ କମ୍ପିତ ହେବେ, ସେମାନେ ଏକା ବେଳେ ଲଜ୍ଜିତ ହେବେ ।
ଯିଶାଇୟ 44 : 12 (ORV)
କର୍ମକାର ଲୌହ ଅସ୍ତ୍ର ନିର୍ମାଣ କରି ତପ୍ତ ଅଙ୍ଗାରରେ କର୍ମ କରେ ଓ ହାତୁଡ଼ିରେ ତାହା ଗଢ଼ି ନିଜର ବଳିଷ୍ଠ ବାହୁରେ ତାହା ପ୍ରସ୍ତୁତ କରେନ୍ତ ହଁ, ସେ କ୍ଷୁଧିତ ହୁଏ ଓ ତାହାର ବଳ ଊଣା ପଡ଼ିଯାଏ, ସେ ଜଳପାନ ନ କରି କ୍ଳା; ହୁଏ ।
ଯିଶାଇୟ 44 : 13 (ORV)
ସୂତ୍ରଧର ସୂତା ଟାଣେ; ସେ ସିନ୍ଦୁର ଦ୍ଵାରା ଚିହ୍ନ ଦିଏ, ସେ ରନ୍ଦା ବୁଲାଇ ଆକୃତି କରି କମ୍ପାସ ଦ୍ଵାରା ଚିହ୍ନ ଦିଏ ଓ ଗୃହରେ ବାସ କରାଇବା ନିମନ୍ତେ ମନୁଷ୍ୟର ଆକୃତି ଓ ସୌନ୍ଦର୍ଯ୍ୟ ଅନୁସାରେ ତାହା ନିର୍ମାଣ କରେ ।
ଯିଶାଇୟ 44 : 14 (ORV)
ସେ ଆପଣା ନିମନ୍ତେ ଏରସ ବୃକ୍ଷ କାଟେ, ତର୍ସା ଓ ଅଲୋନ୍ ବୃକ୍ଷ ନିଏ, ସେ ବନବୃକ୍ଷ ମଧ୍ୟରୁ ଗୋଟିଏ ବୃକ୍ଷ ଆପଣା ପାଇଁ ଦୃଢ଼ କରେ; ସେ ଦେବଦାରୁ ବୃକ୍ଷ ରୋପଣ କରେ ଓ ବୃଷ୍ଟି ତାହା ବଢ଼ାଏ ।
ଯିଶାଇୟ 44 : 15 (ORV)
ଏଉତ୍ତାରେ ତାହା ମନୁଷ୍ୟର ଜାଳେଣି କାଷ୍ଠ ହୁଏ; ସେ ତହିଁରୁ କିଛି ନେଇ ଅଗ୍ନି ତାପ ନିଏ; ଆଉ, ସେ ତାହା ଜାଳି ରୁଟୀ ପାକ କରେ; ଆହୁରି, ଗୋଟିଏ ଦେବତା କରି ତାହା ପୂଜା କରେ; ସେ ଗୋଟିଏ ଖୋଦିତ ପ୍ରତିମା କରି ତାହା ଆଗରେ ଦଣ୍ତବତ କରେ ।
ଯିଶାଇୟ 44 : 16 (ORV)
ସେ ତହିଁରୁ ଏକ ଅଂଶ ଅଗ୍ନିରେ ପୋଡ଼େ; ଅନ୍ୟ ଅଂଶରେ ସେ ମାଂସ (ପାକ କରି) ଭୋଜନ କରେ ଓ ଶୂଲ୍ୟମାଂସ ପ୍ରସ୍ତୁତ କରି ତୃପ୍ତ ହୁଏ, ଆହୁରି ସେ ଅଗ୍ନି ତାପ ନେଇ କହେ, ଆଃ, ଆମ୍ଭେ ଉଷ୍ଣ ହେଲୁ, ଆମ୍ଭେ ଅଗ୍ନି ଦେଖିଲୁ ।
ଯିଶାଇୟ 44 : 17 (ORV)
ପୁଣି, ସେ ତହିଁର ଅବଶିଷ୍ଟାଂଶ ଦ୍ଵାରା ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ; ସେ ତାହା ଆଗରେ ଦଣ୍ତବତ କରି ପୂଜା କରେ ଓ ତାହା ନିକଟରେ ପ୍ରାର୍ଥନା କରି କହେ, ଆମ୍ଭକୁ ଉଦ୍ଧାର କର, ତୁମ୍ଭେ ଆମ୍ଭର ଦେବତା ।
ଯିଶାଇୟ 44 : 18 (ORV)
ସେମାନେ ଜାଣନ୍ତି ନାହିଁ, କିଅବା ବିବେଚନା କରନ୍ତି ନାହିଁ, କାରଣ ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଅଛନ୍ତି ।
ଯିଶାଇୟ 44 : 19 (ORV)
କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ, ଯହିଁର ଏକ ଅଂଶ ନେଇ ଆମ୍ଭେ ଅଗ୍ନିରେ ଦଗ୍ଧ କରିଅଛୁ ଓ ଯହିଁର ଜ୍ଵଳ; ଅଙ୍ଗାର ନେଇ ରୋଟୀ ପାକ କରିଅଛୁ ଓ ମାଂସ ପାକ କରି ଭୋଜନ କରିଅଛୁ, ତହିଁର ଅବଶିଷ୍ଟାଂଶ ନେଇ କି ଘୃଣାଯୋଗ୍ୟ ବସ୍ତୁ ନିର୍ମାଣ କରିବା? ଆମ୍ଭେ କି ଖଣ୍ତେ କାଷ୍ଠ ଆଗରେ ଦଣ୍ତବତ କରିବା?
ଯିଶାଇୟ 44 : 20 (ORV)
ସେ ଭସ୍ମ ଭୋଜନ କରେ; ସେ ଯେପରି ଆପଣା ପ୍ରାଣ ଉଦ୍ଧାର କରି ନ ପାରେ, କିଅବା ଆମ୍ଭ ଦକ୍ଷିଣ ହସ୍ତରେ କି ମିଥ୍ୟା ନାହିଁ, ଏହା କହି ନ ପାରେ, ଏଥିପାଇଁ ଭ୍ରାନ୍ତ ଚିତ୍ତ ତାହାକୁ ବିପଥଗାମୀ କରିଅଛି ।
ଯିଶାଇୟ 44 : 21 (ORV)
ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେ ଏହିସବୁ କଥା ସ୍ମରଣ କର, କାରଣ ତୁମ୍ଭେ ଆମ୍ଭର ଦାସ; ଆମ୍ଭେ ତୁମ୍ଭକୁ ଗଢ଼ିଅଛୁ; ତୁମ୍ଭେ ଆମ୍ଭର ଦାସ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ଦ୍ଵାରା ବିସ୍ମୃତ ନୋହିବ ।
ଯିଶାଇୟ 44 : 22 (ORV)
ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁନ୍ତ ଆମ୍ଭ ନିକଟକୁ ଫେରି ଆସ; କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।
ଯିଶାଇୟ 44 : 23 (ORV)
ହେ ଆକାଶମଣ୍ତଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଅଛନ୍ତି; ହେ ପୃଥିବୀର ଅଧଃସ୍ଥାନସକଳ, ଆନନ୍ଦଧ୍ଵନି କର; ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବୃକ୍ଷ, ତୁମ୍ଭେମାନେ ଉଚ୍ଚସ୍ଵରରେ ଗାନ କରନ୍ତ କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଅଛନ୍ତି ଓ ଇସ୍ରାଏଲ ମଧ୍ୟରେ ଆପଣାକୁ ଗୌରବାନ୍ଵିତ କରିବେ ।
ଯିଶାଇୟ 44 : 24 (ORV)
ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ, ଗର୍ଭରୁ ଯେ ତୁମ୍ଭକୁ ଗଢ଼ିଲେ, ସେ ଏହା କହନ୍ତି; ଆମ୍ଭେ ସଦାପ୍ରଭୁ, ଆମ୍ଭେ ସବୁ କାର୍ଯ୍ୟ ସାଧନ କରୁ; ଆମ୍ଭେ ଏକାକୀ ଆକାଶମଣ୍ତଳ ବିସ୍ତାର କରୁ; ଆମ୍ଭେ ପୃଥିବୀକି ପ୍ରସାର କରୁ; ଆମ୍ଭର ସଙ୍ଗୀ କିଏ?
ଯିଶାଇୟ 44 : 25 (ORV)
ଆମ୍ଭେ ମିଥ୍ୟାବାଦୀମାନଙ୍କର (ଦତ୍ତ) ଲକ୍ଷଣସବୁ ବିଫଳ କରୁ ଓ ମନ୍ତ୍ରଜ୍ଞମାନଙ୍କୁ ଉନ୍ମତ୍ତ କରୁ; ଆମ୍ଭେ ଜ୍ଞାନୀମାନଙ୍କୁ ପଛକୁ ହଟାଇ ଦେଉ ଓ ସେମାନଙ୍କର ଜ୍ଞାନ ମୂର୍ଖତା କରୁ;
ଯିଶାଇୟ 44 : 26 (ORV)
ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁନ୍ତ ଆମ୍ଭେ ଯିରୂଶାଲମ ବିଷୟରେ କହୁ, ତାହା ବସତିବିଶିଷ୍ଟ ହେବ ଓ ଯିହୁଦାର ନଗରମାନଙ୍କ ବିଷୟରେ କହୁ, ସେସବୁ ପୁନର୍ନିର୍ମିତ ହେବ, ପୁଣି ଆମ୍ଭେ ତହିଁର ଉଜାଡ଼ ସ୍ଥାନସବୁ ପୁନର୍ବାର ପତ୍ତନ କରିବା;
ଯିଶାଇୟ 44 : 27 (ORV)
ଆମ୍ଭେ ଅଗାଧ ଜଳକୁ କହୁ, ଶୁଷ୍କ ହୁଅ; ପୁଣି, ଆମ୍ଭେ ତୁମ୍ଭର ନଦନଦୀସବୁ ଶୁଷ୍କ କରିବାନ୍ତ
ଯିଶାଇୟ 44 : 28 (ORV)
ଆମ୍ଭେ କୋରସ୍ ବିଷୟରେ କହୁ, ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ; ସେ ଯିରୂଶାଲମ ବିଷୟରେ କହିବ, ତାହା ପୁନର୍ନିର୍ମିତ ହେବ ଓ ମନ୍ଦିରକୁ କହିବ, ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: