ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 1 (ORV)
କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରି ପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ଵରଙ୍କ ସେବା ସମ୍ଵନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 2 (ORV)
ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତାବିଶିଷ୍ଟ;
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 3 (ORV)
ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 4 (ORV)
ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ଵରଙ୍କ କର୍ତ୍ତୃକ ଆହୂତ ହେବା ଆବଶ୍ୟକ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 5 (ORV)
ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ଵେଷଣ କରି ନ ଥିଲେ, କିନ୍ତୁ ଈଶ୍ଵର ତାହାଙ୍କୁ ସେହି ଗୌରବ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ ।”
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 6 (ORV)
ପୁଣି ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ ।”
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 7 (ORV)
ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ଵରୂପେ ଆଶଙ୍କାରୁ ରକ୍ଷା ପାଇ
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 8 (ORV)
ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ଵାରା ଆଜ୍ଞାବହତା ଶିକ୍ଷା କଲେ,
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 9 (ORV)
ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନ; ପରିତ୍ରାଣର କାରଣ ସ୍ଵରୂପ ହେଲେନ୍ତଣ ଏବ୍ରୀ. ୨:୧୦
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 10 (ORV)
ଏହେତୁ ସେ ଈଶ୍ଵରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 11 (ORV)
ଏହି ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 12 (ORV)
କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ଵରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 13 (ORV)
ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁମାତ୍ର ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5 : 14 (ORV)
କିନ୍ତୁ ବୟଃପ୍ରାପ୍ତ ଲୋକେ, ଅର୍ଥାତ୍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ଵାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।

1 2 3 4 5 6 7 8 9 10 11 12 13 14

BG:

Opacity:

Color:


Size:


Font: