ଆଦି ପୁସ୍ତକ 46 : 1 (ORV)
ଅନନ୍ତର ଇସ୍ରାଏଲ ଆପଣା ସର୍ବସ୍ଵ ଘେନି ଯାତ୍ରା କଲେ, ପୁଣି ବେରଶେବାରେ ଉତ୍ତରି ସେଠାରେ ଆପଣା ପିତା ଇସ୍‍ହାକଙ୍କର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ ।
ଆଦି ପୁସ୍ତକ 46 : 2 (ORV)
ତହିଁରେ ପରମେଶ୍ଵର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, ହେ ଯାକୁବ, ହେ ଯାକୁବ । ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି ।
ଆଦି ପୁସ୍ତକ 46 : 3 (ORV)
ସେତେବେଳେ ସେ କହିଲେ, ଆମ୍ଭେ ପରମେଶ୍ଵର, ତୁମ୍ଭ ପିତାର ପରମେଶ୍ଵର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା ।
ଆଦି ପୁସ୍ତକ 46 : 4 (ORV)
ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ ।
ଆଦି ପୁସ୍ତକ 46 : 5 (ORV)
ଅନନ୍ତର ଯାକୁବ ବେରଶେବାଠାରୁ ଯାତ୍ରା କଲେ; ପୁଣି ତାଙ୍କୁ ବହିବା ନିମନ୍ତେ ଫାରୋ ଯେଉଁ ଶକଟ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇ ଗଲେ ।
ଆଦି ପୁସ୍ତକ 46 : 6 (ORV)
ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ଉତ୍ତରିଲେ ।
ଆଦି ପୁସ୍ତକ 46 : 7 (ORV)
ଏହି ପ୍ରକାରେ ଯାକୁବ ଆପଣା ପୁତ୍ର ପୌତ୍ର ଓ ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ ।
ଆଦି ପୁସ୍ତକ 46 : 8 (ORV)
ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ । ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ ।
ଆଦି ପୁସ୍ତକ 46 : 9 (ORV)
ରୁବେନର ପୁତ୍ର ହନୋକ୍ ଓ ପଲ୍ଲୁ ଓ ହିଷ୍ରୋନ୍ ଓ କର୍ମି ।
ଆଦି ପୁସ୍ତକ 46 : 10 (ORV)
ଶିମୀୟୋନର ପୁତ୍ର ଯିମୁଏଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ ।
ଆଦି ପୁସ୍ତକ 46 : 11 (ORV)
ଲେବୀର ପୁତ୍ର ଗେର୍ଶୋନ୍ ଓ କହାତ୍ ଓ ମରାରି ।
ଆଦି ପୁସ୍ତକ 46 : 12 (ORV)
ଯିହୁଦାର ପୁତ୍ର ଏର୍ ଓ ଓଜନ ଓ ଶେଲା ଓ ପେରସ୍ ଓ ସେରହ; ମାତ୍ର ଏର୍ ଓ ଓନନ୍ କିଣାନ ଦେଶରେ ମରିଥିଲେ । ପେରସ୍ର ପୁତ୍ର ହିଷ୍ରୋନ୍ ଓ ହାମୂଲ ।
ଆଦି ପୁସ୍ତକ 46 : 13 (ORV)
ଇଷାଖରର ସନ୍ତାନ ତୋଲୟ ଓ ପୂୟ ଓ ଯୋବ ଓ ଶିମ୍ରୋନ୍ ।
ଆଦି ପୁସ୍ତକ 46 : 14 (ORV)
ସବୂଲୂନର ପୁତ୍ର ସେରଦ ଓ ଏଲୋନ୍ ଓ ଯହଲେଲ ।
ଆଦି ପୁସ୍ତକ 46 : 15 (ORV)
ଏମାନେ ଓ କନ୍ୟା ଦୀଣା ପଦ୍ଦନ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ । ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ ।
ଆଦି ପୁସ୍ତକ 46 : 16 (ORV)
ଗାଦର ପୁତ୍ର ସିଫୋନ୍ ଓ ହଗି ଓ ଶୂନୀ ଓ ଇଷବୋନ୍ ଓ ଏରି ଓ ଅରୋଦୀ ଓ ଅରେଲୀ ।
ଆଦି ପୁସ୍ତକ 46 : 17 (ORV)
ଆଶେରର ପୁତ୍ର ଯିମ୍ନା ଓ ଯିଶ୍ବା ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କ ଭଗିନୀ ସେରହ । ପୁଣି ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ ।
ଆଦି ପୁସ୍ତକ 46 : 18 (ORV)
ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା । ଏମାନେ ଷୋଳ ପ୍ରାଣୀ ।
ଆଦି ପୁସ୍ତକ 46 : 19 (ORV)
ପୁଣି ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମିନ।
ଆଦି ପୁସ୍ତକ 46 : 20 (ORV)
ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା ।
ଆଦି ପୁସ୍ତକ 46 : 21 (ORV)
ପୁଣି ବିନ୍ୟାମିନର ସନ୍ତାନ ବେଲା ଓ ବେଖର ଓ ଅସ୍ବେଲ ଓ ଗେରା ଓ ନାମନ ଓ ଏହୀ ଓ ରୋଶ ଓ ମୁପ୍‍ପୀମ ଓ ହୁପ୍‍ପୀମ ଓ ଅର୍ଦ ।
ଆଦି ପୁସ୍ତକ 46 : 22 (ORV)
ଏହି ଚୌଦ ପ୍ରାଣୀ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ ।
ଆଦି ପୁସ୍ତକ 46 : 23 (ORV)
ଆଉ ଦାନର ପୁତ୍ର ହୁଶୀମ ।
ଆଦି ପୁସ୍ତକ 46 : 24 (ORV)
ନପ୍ତାଲିର ପୁତ୍ର ଯହସିୟେଲ ଓ ଗୁନି ଓ ୟେତ୍ସର ଓ ଶିଲେମ ।
ଆଦି ପୁସ୍ତକ 46 : 25 (ORV)
ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ପ୍ରାଣୀ ।
ଆଦି ପୁସ୍ତକ 46 : 26 (ORV)
ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ ।
ଆଦି ପୁସ୍ତକ 46 : 27 (ORV)
ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇ ଥିଲେ, ସେମାନେ ଦୁଇ ପ୍ରାଣୀ । ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ ।
ଆଦି ପୁସ୍ତକ 46 : 28 (ORV)
ଅନନ୍ତର ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ ।
ଆଦି ପୁସ୍ତକ 46 : 29 (ORV)
ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ୍ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ବେଳ ଯାଏ ରୋଦନ କଲେ ।
ଆଦି ପୁସ୍ତକ 46 : 30 (ORV)
ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜିଯାଏ ବଞ୍ଚିଅଛ ।
ଆଦି ପୁସ୍ତକ 46 : 31 (ORV)
ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, ମୁଁ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି ।
ଆଦି ପୁସ୍ତକ 46 : 32 (ORV)
ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ଆଣିଅଛନ୍ତି ।
ଆଦି ପୁସ୍ତକ 46 : 33 (ORV)
ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ତୁମ୍ଭମାନଙ୍କର କେଉଁ ବ୍ୟବସାୟ? ଏ କଥା ଯେତେବେଳେ ପଚାରିବେ,
ଆଦି ପୁସ୍ତକ 46 : 34 (ORV)
ସେତେବେଳେ ତୁମ୍ଭେମାନେ କହିବ, ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାସ୍ପଦ ଅଟନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: