ଆଦି ପୁସ୍ତକ 36 : 1 (ORV)
ଏଷୌର ବଂଶାବଳୀ । ତାହାର ଅନ୍ୟତମ ନାମ ଇଦୋମ୍ ।
ଆଦି ପୁସ୍ତକ 36 : 2 (ORV)
ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍, ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନର ପୌତ୍ରୀ ଅହଲୀବାମାକୁ,
ଆଦି ପୁସ୍ତକ 36 : 3 (ORV)
ତଦ୍ଭିନ୍ନ ନବାୟୋତର ଭଗିନୀକି, ଅର୍ଥାତ୍, ଇଶ୍ମାଏଲର କନ୍ୟା ବାସମତ୍କୁ ବିବାହ କଲା ।
ଆଦି ପୁସ୍ତକ 36 : 4 (ORV)
ଅନନ୍ତର ଏଷୌର ଔରସରେ ଆଦା ଇଲୀଫସକୁ ଓ ବାସମତ୍ ରୁୟେଲକୁ ପ୍ରସବ କଲେ ।
ଆଦି ପୁସ୍ତକ 36 : 5 (ORV)
ଆଉ ଅହଲୀବାମା, ଯିୟୂଶ, ଯାଲମ୍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ ।
ଆଦି ପୁସ୍ତକ 36 : 6 (ORV)
ଅନନ୍ତର ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି ଆପଣାର ସମସ୍ତ ପଶ୍ଵାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା ।
ଆଦି ପୁସ୍ତକ 36 : 7 (ORV)
ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ, ପୁଣି ସେମାନଙ୍କର ପଶ୍ଵାଦି ହେତୁରୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ ।
ଆଦି ପୁସ୍ତକ 36 : 8 (ORV)
ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍ ।
ଆଦି ପୁସ୍ତକ 36 : 9 (ORV)
ଆଉ ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ ।
ଆଦି ପୁସ୍ତକ 36 : 10 (ORV)
ଏଷୌର ସନ୍ତାନମାନଙ୍କର ନାମ ଏହି । ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ ।
ଆଦି ପୁସ୍ତକ 36 : 11 (ORV)
ପୁଣି ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍ ଓ ସଫୋ ଓ ଗୟିତମ୍ ଓ କନସ୍ ।
ଆଦି ପୁସ୍ତକ 36 : 12 (ORV)
ପୁଣି ଏଷୌର ପୁତ୍ର ଇଲୀଫସ୍ର ତିମ୍ନା ନାମ୍ନୀ ଏକ ଉପପନିୀ ଥିଲା, ସେ ଇଲୀଫସର ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପନିୀ ଆଦାର ସନ୍ତାନ ।
ଆଦି ପୁସ୍ତକ 36 : 13 (ORV)
ରୁୟେଲର ପୁତ୍ର ନହତ୍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ।
ଆଦି ପୁସ୍ତକ 36 : 14 (ORV)
ପୁଣି ସିବୀୟୋନର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍ ଓ ଯାଲମ୍ ଓ କୋରହ ।
ଆଦି ପୁସ୍ତକ 36 : 15 (ORV)
ଏଷୌର ସନ୍ତାନମାନଙ୍କ ରାଜାବଳୀ । ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍
ଆଦି ପୁସ୍ତକ 36 : 16 (ORV)
ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ ।
ଆଦି ପୁସ୍ତକ 36 : 17 (ORV)
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ୍ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ ।
ଆଦି ପୁସ୍ତକ 36 : 18 (ORV)
ପୁଣି ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍ ଓ ରାଜା ଯାଲମ୍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ ।
ଆଦି ପୁସ୍ତକ 36 : 19 (ORV)
ଏମାନେ ଏଷୌର, ଅର୍ଥାତ୍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା ।
ଆଦି ପୁସ୍ତକ 36 : 20 (ORV)
(ପୂର୍ବକାଳର) ସେହି ଦେଶନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟନ୍ ଓ ଅନା
ଆଦି ପୁସ୍ତକ 36 : 21 (ORV)
ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ ।
ଆଦି ପୁସ୍ତକ 36 : 22 (ORV)
ଲୋଟନର ପୁତ୍ର ହୋରି ଓ ହେମମ୍, ପୁଣି ଲୋଟନର ତିମ୍ନା ନାମ୍ନୀ ଭଗିନୀ ଥିଲା ।
ଆଦି ପୁସ୍ତକ 36 : 23 (ORV)
ପୁଣି ଶୋବଲର ପୁତ୍ର ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍ ।
ଆଦି ପୁସ୍ତକ 36 : 24 (ORV)
ପୁଣି ସିବୀୟନର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟନର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା ।
ଆଦି ପୁସ୍ତକ 36 : 25 (ORV)
ସେହି ଅନାର ପୁତ୍ର ଦିଶୋନ୍ ଓ କନ୍ୟା ଅହଲୀବାମା ।
ଆଦି ପୁସ୍ତକ 36 : 26 (ORV)
ପୁଣି ଦିଶୋନର ପୁତ୍ର ହିମ୍ଦନ୍ ଓ ଇଶବନ୍ ଓ ଯିତ୍ରନ୍ ଓ କରାନ୍ ।
ଆଦି ପୁସ୍ତକ 36 : 27 (ORV)
ଏତ୍ସରର ପୁତ୍ର ବିଲହନ୍ ଓ ସାବନ୍ ଓ ଯାକନ୍ ।
ଆଦି ପୁସ୍ତକ 36 : 28 (ORV)
ପୁଣି ଦୀଶନର ପୁତ୍ର ଊଷ୍ ଓ ଅରାନ୍ ।
ଆଦି ପୁସ୍ତକ 36 : 29 (ORV)
ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍ ଓ ରାଜା ଶୋବଲ୍ ଓ ରାଜା ସିବୀୟନ୍ ଓ ରାଜା ଅନା
ଆଦି ପୁସ୍ତକ 36 : 30 (ORV)
ଓ ରାଜା ଦିଶୋନ୍ ଓ ରାଜା ଏତ୍ସର୍ ଓ ରାଜା ଦୀଶନ୍ । ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ ।
ଆଦି ପୁସ୍ତକ 36 : 31 (ORV)
ଆଉ, ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ଵ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ ।
ଆଦି ପୁସ୍ତକ 36 : 32 (ORV)
ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ଵ କଲା, ତାହାର ରାଜଧାନୀର ନାମ ଦିନ୍-ହାବା ।
ଆଦି ପୁସ୍ତକ 36 : 33 (ORV)
ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ରାଜତ୍ଵ କଲା ।
ଆଦି ପୁସ୍ତକ 36 : 34 (ORV)
ପୁଣି ଯୋବବ୍ର ମରଣ ଉତ୍ତାରେ ତୈମନଦେଶୀୟ ହୂଶମ୍ ତାହା ପଦରେ ରାଜତ୍ଵ କଲା ।
ଆଦି ପୁସ୍ତକ 36 : 35 (ORV)
ହୂଶମର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ଵ କଲା; ତାହାର ରାଜଧାନୀର ନାମ ଅବୀତ୍ ।
ଆଦି ପୁସ୍ତକ 36 : 36 (ORV)
ହଦଦ୍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ଵ କଲା ।
ଆଦି ପୁସ୍ତକ 36 : 37 (ORV)
ପୁଣି ସମ୍ଳର ମରଣ ଉତ୍ତାରେ (ଫରାତ୍) ନଦୀର ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ଵ କଲା ।
ଆଦି ପୁସ୍ତକ 36 : 38 (ORV)
ଶୌଲର ମରଣ ଉତ୍ତାରେ, ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦରେ ରାଜତ୍ଵ କଲା ।
ଆଦି ପୁସ୍ତକ 36 : 39 (ORV)
ପୁଣି ଅକ୍ବୋରର ପୁତ୍ର ବାଲହାନନର ମରଣ ଉତ୍ତାରେ, ହଦର ତାହା ପଦରେ ରାଜତ୍ଵ କଲା; ତାହାର ରାଜଧାନୀର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ ।
ଆଦି ପୁସ୍ତକ 36 : 40 (ORV)
ଏଷୌଠାରୁ ଉତ୍ପନ୍ନ, ପୁଣି ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ, ସେମାନଙ୍କ ନାମାବଳୀ; ଯଥା, ରାଜା ତିମ୍ନା ଓ ରାଜା ଅଳ୍ବା ଓ ରାଜା ଯିଥେତ୍ ।
ଆଦି ପୁସ୍ତକ 36 : 41 (ORV)
ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍
ଆଦି ପୁସ୍ତକ 36 : 42 (ORV)
ଓ ରାଜା କନସ୍ ଓ ରାଜା ତୈମନ୍ ଓ ରାଜା ମିବ୍ସର୍
ଆଦି ପୁସ୍ତକ 36 : 43 (ORV)
ଓ ରାଜା ମଗ୍ଦୀୟେଲ ଓ ରାଜା ଈରମ୍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ । ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତା; ସମାପ୍ତ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43

BG:

Opacity:

Color:


Size:


Font: