ଆଦି ପୁସ୍ତକ 31 : 1 (ORV)
ପୁଣି ଯାକୁବ ଆମ୍ଭମାନଙ୍କ ପିତାର ସର୍ବସ୍ଵ ହରଣ କରିଅଛି ଓ ଆମ୍ଭମାନଙ୍କ ପିତାର ଧନରୁ ତାହାର ଏହି ସମସ୍ତ ଐଶ୍ଵର୍ଯ୍ୟ ହୋଇଅଛି, ଲାବନର ପୁତ୍ରମାନଙ୍କର ଏହି କଥା ଯାକୁବ ଶୁଣିଲା ।
ଆଦି ପୁସ୍ତକ 31 : 2 (ORV)
ପୁଣି ଲାବନ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୁବ ତାହାର ମୁଖ ଦେଖି ବୁଝିଲା ।
ଆଦି ପୁସ୍ତକ 31 : 3 (ORV)
ଅନନ୍ତର ସଦାପ୍ରଭୁ ଯାକୁବକୁ କହିଲେ, ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ।
ଆଦି ପୁସ୍ତକ 31 : 4 (ORV)
ଏଣୁ ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲେୟାକୁ ଡକାଇ କହିଲା,
ଆଦି ପୁସ୍ତକ 31 : 5 (ORV)
ମୁଁ ଦେଖୁଅଛି, ତୁମ୍ଭମାନଙ୍କ ପିତାଙ୍କର ମୁଖ ମୋʼ ପ୍ରତି ପୂର୍ବ ପରି ନୁହେଁ; ମାତ୍ର ମୋହର ପୈତୃକ ପରମେଶ୍ଵର ମୋହର ସହାୟ ଅଟନ୍ତି ।
ଆଦି ପୁସ୍ତକ 31 : 6 (ORV)
ମୁଁ ଆପଣାର ସବୁ ବଳ ଦେଇ ତୁମ୍ଭମାନଙ୍କ ପିତାଙ୍କର ଦାସ୍ୟକର୍ମ କରିଅଛି, ଏହା ତୁମ୍ଭେମାନେ ଜାଣ ।
ଆଦି ପୁସ୍ତକ 31 : 7 (ORV)
ତଥାପି ତୁମ୍ଭମାନଙ୍କ ପିତା ମୋତେ ପ୍ରବଞ୍ଚନା କରି ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛନ୍ତି; ମାତ୍ର ପରମେଶ୍ଵର ତାଙ୍କୁ ମୋହର କ୍ଷତି କରିବାକୁ ଦେଇ ନାହାନ୍ତି ।
ଆଦି ପୁସ୍ତକ 31 : 8 (ORV)
ଯେହେତୁ ଚିତ୍ରବିଚିତ୍ର ପଶୁଗଣ ତୁମ୍ଭର ବର୍ତ୍ତନ ସ୍ଵରୂପ ହେବେ, ସେ ଆପେ ଯେତେବେଳେ ଏହି କଥା କହିଲେ, ସେତେବେଳେ ସମସ୍ତ ପଶୁ ଚିତ୍ରବିଚିତ୍ର ଛୁଆ ପ୍ରସବ କଲେ; ପୁଣି ରେଖାଙ୍କିତ ପଶୁଗଣ ତୁମ୍ଭର ବର୍ତ୍ତନ ସ୍ଵରୂପ ହେବେ, ସେ ଯେତେବେଳେ ଏହା କହିଲେ, ସେତେବେଳେ ସମସ୍ତ ପଶୁ ରେଖାଙ୍କିତ ଛୁଆ ପ୍ରସବ କଲେ ।
ଆଦି ପୁସ୍ତକ 31 : 9 (ORV)
ଏହିରୂପେ ପରମେଶ୍ଵର ତୁମ୍ଭମାନଙ୍କ ପିତାଙ୍କର ପଶୁଧନ ନେଇ ମୋତେ ଦେଲେ ।
ଆଦି ପୁସ୍ତକ 31 : 10 (ORV)
କାରଣ ପଶୁମାନଙ୍କ ଗର୍ଭଧାରଣ ସମୟରେ ମୁଁ ସ୍ଵପ୍ନରେ ଅନାଇ ଦେଖିଲି, ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ।
ଆଦି ପୁସ୍ତକ 31 : 11 (ORV)
ସେତେବେଳେ ପରମେଶ୍ଵରଙ୍କ ଦୂତ ସ୍ଵପ୍ନରେ ମୋତେ ଯାକୁବ ବୋଲି ଡାକନ୍ତେ, ମୁଁ କହିଲି, ଦେଖନ୍ତୁ, ମୁଁ ଏଠାରେ ।
ଆଦି ପୁସ୍ତକ 31 : 12 (ORV)
ତହିଁରେ ସେ କହିଲେ, ଏବେ ଅନାଇ ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ; ଯେହେତୁ ତୁମ୍ଭ ପ୍ରତି ଲାବନ ଯେରୂପ ବ୍ୟବହାର କରଇ, ତାହା ଆମ୍ଭେ ଦେଖିଲୁ ।
ଆଦି ପୁସ୍ତକ 31 : 13 (ORV)
ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ, ସେହି ବୈଥେଲର ପରମେଶ୍ଵର ଆମ୍ଭେ; ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣା ଜ୍ଞାତିମାନଙ୍କ ଦେଶକୁ ଫେରି ଯାଅଣ!
ଆଦି ପୁସ୍ତକ 31 : 14 (ORV)
ତହିଁରେ ରାହେଲ ଓ ଲେୟା ଉତ୍ତର କଲେ, ପିତାଙ୍କ ଗୃହରେ ଆମ୍ଭମାନଙ୍କର କି ଆଉ କିଛି ବାଣ୍ଟ ଓ ଅଧିକାର ଅଛି?
ଆଦି ପୁସ୍ତକ 31 : 15 (ORV)
ଆମ୍ଭେମାନେ କି ତାଙ୍କ ନିକଟରେ ବିଦେଶିନୀ ରୂପେ ଗଣ୍ୟ ନୋହୁଁ? ଯେହେତୁ ସେ ଆମ୍ଭମାନଙ୍କୁ ବିକି ଆମ୍ଭମାନଙ୍କର ମୂଲ୍ୟସମ୍ପୂର୍ଣ୍ଣ ରୂପେ ଭୋଗ କରିଅଛନ୍ତି ।
ଆଦି ପୁସ୍ତକ 31 : 16 (ORV)
ଏହେତୁ ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁ ସବୁ ଧନ ନେଇଅଛନ୍ତି, ସେହି ସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର । ଏଣୁ ପରମେଶ୍ଵର ତୁମ୍ଭକୁ ଯାହା କହିଲେ, ତୁମ୍ଭେ ତାହା କର ।
ଆଦି ପୁସ୍ତକ 31 : 17 (ORV)
ତହୁଁ ଯାକୁବ ଉଠି ଆପଣା ସନ୍ତାନଗଣ ଓ ଭାର୍ଯ୍ୟାମାନଙ୍କୁ ଓଟ ଉପରେ ବସାଇଲା;
ଆଦି ପୁସ୍ତକ 31 : 18 (ORV)
ପୁଣି ଆପଣା ଉପାର୍ଜ୍ଜିତ ପଶ୍ଵାଦି ସକଳ ଧନ, ଅର୍ଥାତ୍, ପଦ୍ଦନ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜ୍ଜନ କରିଥିଲା, ତାହା ଘେନି କିଣାନ ଦେଶରେ ଆପଣା ପିତା ଇସ୍‍ହାକ ନିକଟକୁ ପ୍ରସ୍ଥାନ କଲା ।
ଆଦି ପୁସ୍ତକ 31 : 19 (ORV)
ସେହି ସମୟରେ ଲାବନ ମେଷଲୋମ ଛେଦନ କରିବାକୁ ଯାଇଥିଲା; ପୁଣି ରାହେଲ ଆପଣା ପିତାର ଠାକୁରମାନଙ୍କୁ ହରଣ କଲା ।
ଆଦି ପୁସ୍ତକ 31 : 20 (ORV)
ଆଉ ଯାକୁବ ଆପଣା ପଳାୟନର କୌଣସି ସମ୍ଵାଦ ନ ଦେଇ ଅରାମୀୟ ଲାବନକୁ ବଞ୍ଚନା କଲା ।
ଆଦି ପୁସ୍ତକ 31 : 21 (ORV)
ଏହି ପ୍ରକାରେ ସେ ଆପଣା ସର୍ବସ୍ଵ ଘେନି ପଳାୟନ କଲା, ପୁଣି ଉଠି (ଫରାତ୍) ନଦୀ ପାର ହୋଇ ଗିଲୀୟଦ୍ ପର୍ବତ ଆଡ଼େ ଦୃଷ୍ଟି କରି ଚାଲିଲା ।
ଆଦି ପୁସ୍ତକ 31 : 22 (ORV)
ଅନନ୍ତର ତୃତୀୟ ଦିବସରେ ଲାବନକୁ ଯାକୁବର ପଳାୟନ ସମ୍ଵାଦ ଦିଆଗଲା ।
ଆଦି ପୁସ୍ତକ 31 : 23 (ORV)
ତହିଁରେ ସେ ଆପଣା କୁଟୁମ୍ଵମାନଙ୍କୁ ସଙ୍ଗେ ଘେନି ତାହାର ପଛେ ପଛେ ସାତ ଦିନର ବାଟ ଦୌଡ଼ି ଯାଇ ଗିଲୀୟଦ୍ ପର୍ବତ ନିକଟରେ ତାହାର ସଙ୍ଗ ଧରିଲା ।
ଆଦି ପୁସ୍ତକ 31 : 24 (ORV)
ମାତ୍ର ପରମେଶ୍ଵର ରାତ୍ରି କାଳେ ସ୍ଵପ୍ନ ଯୋଗେ ଅରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ, ସାବଧାନ, ଯାକୁବକୁ ଭଲମନ୍ଦ କିଛି କୁହ ନାହିଁ ।
ଆଦି ପୁସ୍ତକ 31 : 25 (ORV)
ଅନନ୍ତର ଲାବନ ଯାକୁବର ସଙ୍ଗ ଧରିଲା ସମୟରେ ଯାକୁବର ତମ୍ଵୁ ପର୍ବତ ଉପରେ ସ୍ଥାପିତ ଥିଲା; ତହିଁରେ ଲାବନ ହିଁ କୁଟୁମ୍ଵମାନଙ୍କ ସହିତ ଗିଲୀୟଦ୍ ପର୍ବତରେ ତମ୍ଵୁ ସ୍ଥାପନ କଲା ।
ଆଦି ପୁସ୍ତକ 31 : 26 (ORV)
ପୁଣି ଲାବନ ଯାକୁବକୁ କହିଲା, ତୁମ୍ଭେ କାହିଁକି ଏରୂପ କର୍ମ କଲ? ମୋତେ ବଞ୍ଚନା କଲ, ପୁଣି ମୋʼ କନ୍ୟାମାନଙ୍କୁ ଖଡ଼୍‍ଗଧୃତ ବନ୍ଦୀ ଲୋକଙ୍କ ପରି ଘେନି ଆସିଲ ।
ଆଦି ପୁସ୍ତକ 31 : 27 (ORV)
ତୁମ୍ଭେ ମୋତେ ବଞ୍ଚନା କରି କାହିଁକି ଗୋପନରେ ପଳାଇ ଆସିଲ? କାହିଁକି ମୋତେ ସମ୍ଵାଦ ଦେଲ ନାହିଁ? ଦେଇଥିଲେ, ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ, ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥାʼନ୍ତି ।
ଆଦି ପୁସ୍ତକ 31 : 28 (ORV)
ତୁମ୍ଭେ ମୋହର ପୁତ୍ର କନ୍ୟାମାନଙ୍କୁ ଚୁମ୍ଵନ କରିବାକୁ ହିଁ ମୋତେ ସୁଯୋଗ ଦେଲ ନାହିଁ, ଏ ଅତି ଅଜ୍ଞାତର କର୍ମ ।
ଆଦି ପୁସ୍ତକ 31 : 29 (ORV)
ତୁମ୍ଭକୁ ହିଂସା କରିବାକୁ ମୋହର ହସ୍ତ ସମର୍ଥ ପ୍ରମାଣ, ମାତ୍ର ଗତ ରାତ୍ରି ତୁମ୍ଭର ପୈତୃକ ପରମେଶ୍ଵର ମୋତେ କହିଲେ, ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ ।
ଆଦି ପୁସ୍ତକ 31 : 30 (ORV)
ଆଉ ପିତୃଗୃହକୁ ଝୁରିବାରୁ ଯେବେ ତୁମ୍ଭର ଯିବାର ଆବଶ୍ୟକ ହେଲା, ତେବେ ମୋହର ଦେବତାମାନଙ୍କୁ କାହିଁକି ଚୋରି କଲ ।
ଆଦି ପୁସ୍ତକ 31 : 31 (ORV)
ତହିଁରେ ଯାକୁବ ଲାବନକୁ ଉତ୍ତର କଲା, ମୋହର ଭୟ ହେଲା; କାରଣ କେଜାଣି ତୁମ୍ଭେ ମୋʼଠାରୁ ଆପଣା କନ୍ୟାଗଣଙ୍କୁ ବଳପୂର୍ବକ ଛଡ଼ାଇ ନେବ, ଏପରି ବିଚାର କଲି ।
ଆଦି ପୁସ୍ତକ 31 : 32 (ORV)
ମାତ୍ର ତୁମ୍ଭେ ଯାହା ନିକଟରୁ ତୁମ୍ଭର ଦେବତାମାନଙ୍କୁ ପାଇବ, ସେ ବଞ୍ଚିବ ନାହିଁ; ମୋʼଠାରେ ତୁମ୍ଭର ଯାହା ଅଛି, ତାହା ଆମ୍ଭମାନଙ୍କ କୁଟୁମ୍ଵଗଣର ସାକ୍ଷାତରେ ଚିହ୍ନି କରି ନିଅ, ଯେହେତୁ ଯାକୁବ ରାହେଲର ସେହି ଚୋରି କରିବା ବିଷୟ ଜାଣି ନ ଥିଲା ।
ଆଦି ପୁସ୍ତକ 31 : 33 (ORV)
ତହୁଁ ଲାବନ ଯାକୁବର ତମ୍ଵୁଗୃହ ଓ ଲେୟାର ତମ୍ଵୁଗୃହ ଓ ଦୁଇ ଦାସୀର ତମ୍ଵୁଗୃହକୁ ଯାଇ ଅନ୍ଵେଷଣ କଲା; ମାତ୍ର ପାଇଲା ନାହିଁ । ଏଣୁ ସେ ଲେୟାର ତମ୍ଵୁଗୃହ ଛାଡ଼ି ରାହେଲର ତମ୍ଵୁଗୃହରେ ପ୍ରବେଶ କଲା ।
ଆଦି ପୁସ୍ତକ 31 : 34 (ORV)
ମାତ୍ର ରାହେଲ ସେହି ଠାକୁରମାନଙ୍କୁ ନେଇ ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା । ତହିଁରେ ଲାବନ ତାହାର ତମ୍ଵୁଗୃହର ସବୁ ସ୍ଥାନ ଖୋଜିଲେ ହେଁ ତାହା ପାଇଲା ନାହିଁ ।
ଆଦି ପୁସ୍ତକ 31 : 35 (ORV)
ସେତେବେଳେ ରାହେଲ ପିତାକୁ କହିଲା, ମୁଁ ଆପଣଙ୍କ ଛାମୁରେ ଉଠି ପାରିଲି ନାହିଁ ବୋଲି ମୋହର ପ୍ରଭୁ କ୍ରୋଧ ନ କରନ୍ତୁ, କାରଣ ମୁଁ ସ୍ତ୍ରୀଧର୍ମିଣୀ ହୋଇଅଛି । ଏହିରୂପେ ସେ ଅନ୍ଵେଷଣ କଲେ ହେଁ ଠାକୁରମାନଙ୍କୁ ପାଇଲା ନାହିଁ ।
ଆଦି ପୁସ୍ତକ 31 : 36 (ORV)
ତହୁଁ ଯାକୁବ କ୍ରୁଦ୍ଧ ହୋଇ ଲାବନକୁ ଭର୍ତ୍ସନା କଲା; ପୁଣି ଯାକୁବ ଲାବନକୁ ଉତ୍ତର କରି କହିଲା, ମୋହର କି ଦୋଷ ଓ କି ପାପ ହେଲା ଯେ, ତୁମ୍ଭେ ପ୍ରଜ୍ଵଳିତ ହୋଇ ମୋʼ ପଛେ ପଛେ ଦୌଡ଼ି ଆସିଲ?
ଆଦି ପୁସ୍ତକ 31 : 37 (ORV)
ତୁମ୍ଭେ ତ ମୋର ସବୁ ଦ୍ରବ୍ୟ ଖୋଜିଲ, ଆଉ ତୁମ୍ଭ ଗୃହର କୌଣସି ଦ୍ରବ୍ୟ ପାଇଲ କି? ତାହା ମୋହର ଓ ତୁମ୍ଭର ଏହି କୁଟୁମ୍ଵମାନଙ୍କ ସାକ୍ଷାତରେ ରଖିଦିଅ, ଏମାନେ ଆମ୍ଭ ଦୁହିଁଙ୍କର ବିଚାର କରନ୍ତୁ ।
ଆଦି ପୁସ୍ତକ 31 : 38 (ORV)
ଏହି କୋଡ଼ିଏ ବର୍ଷ ହେଲା ତୁମ୍ଭ ସଙ୍ଗରେ ରହିଲି । ତୁମ୍ଭର ମେଷୀ ଓ ଛାଗୀମାନଙ୍କର ଗର୍ଭପାତ ହୋଇନାହିଁ, କିଅବା ମୁଁ ତୁମ୍ଭ ପଲର ମେଣ୍ଢାମାନଙ୍କୁ ଖାଇ ନାହିଁ ।
ଆଦି ପୁସ୍ତକ 31 : 39 (ORV)
ବରଞ୍ଚ ହିଂସକ ଜନ୍ତୁ ଯାହାକୁ ଖଣ୍ତିଆ କଲା, ତାହା ସୁଦ୍ଧା ତୁମ୍ଭ କତିକି ଆଣିଲି ନାହିଁ; ସେ କ୍ଷତି ଆପେ ସହିଲି; ଦିନରେ ଚୋରି ଯାଉ କି ରାତିରେ ଚୋରି ଯାଉ, ତାହା ତୁମ୍ଭେ ମୋʼ ହାତରୁ ନେଲ ।
ଆଦି ପୁସ୍ତକ 31 : 40 (ORV)
ଦିନରେ ଖରା, ରାତିରେ କାକର, ମୋତେ ଗ୍ରାସ କଲା; ମୋʼ ଆକ୍ଷିରୁ ନିଦ ପଳାଇ ଗଲା; ଏହିପରି ମୁଁ ଥିଲି;
ଆଦି ପୁସ୍ତକ 31 : 41 (ORV)
ମୁଁ କୋଡ଼ିଏ ବର୍ଷ କାଳ ତୁମ୍ଭ ଘରେ ରହିଲି; ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉଦ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ ଦାସ୍ୟକର୍ମ କଲି; ଏଥିମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ ।
ଆଦି ପୁସ୍ତକ 31 : 42 (ORV)
ମୋର ପୈତୃକ ପରମେଶ୍ଵର, ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ଭୟସ୍ଥାନ ଯେବେ ମୋହର ସହାୟ ହୋଇ ନ ଥାʼନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥାʼନ୍ତ । ପରମେଶ୍ଵର ମୋହର ଦୁଃଖ ଓ ହସ୍ତର ପରିଶ୍ରମ ଦେଖିଅଛନ୍ତି; ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ ।
ଆଦି ପୁସ୍ତକ 31 : 43 (ORV)
ତହିଁରେ ଲାବନ ଯାକୁବକୁ ଉତ୍ତର କଲା, ଏହି କନ୍ୟାମାନେ ମୋହର କନ୍ୟା ଓ ଏହି ବାଳକମାନେ ମୋହର ବାଳକ ଓ ଏହି ପଶୁପଲ ମୋହର ପଶୁପଲ, ପୁଣି ଯାହା ଯାହା ଦେଖୁଅଛ, ସେ ସବୁ ମୋହର; ଏହେତୁ ମୋହର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ପ୍ରସୂତ ସନ୍ତାନମାନଙ୍କୁ ମୁଁ କଅଣ କରିବି?
ଆଦି ପୁସ୍ତକ 31 : 44 (ORV)
ଆସ, ଆମ୍ଭେ ଦୁହେଁ ନିୟମ ସ୍ଥିର କରୁ, ତାହା ଆମ୍ଭମାନଙ୍କର ସାକ୍ଷୀ ହେଉ ।
ଆଦି ପୁସ୍ତକ 31 : 45 (ORV)
ସେତେବେଳେ ଯାକୁବ ଖଣ୍ତିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲା ।
ଆଦି ପୁସ୍ତକ 31 : 46 (ORV)
ପୁଣି ଯାକୁବ ଆପଣା କୁଟୁମ୍ଵମାନଙ୍କୁ କହିଲା, ତୁମ୍ଭେମାନେ ପ୍ରସ୍ତର ସଂଗ୍ରହ କର; ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟାଏ ରାଶି କରନ୍ତେ, ସମସ୍ତେ ସେହି ସ୍ଥାନରେ ସେହି ରାଶି ଉପରେ ଭୋଜନ କଲେ ।
ଆଦି ପୁସ୍ତକ 31 : 47 (ORV)
ଅନନ୍ତର ଲାବନ ତାହାର ନାମ ଯିଗର-ସାହଦୂଥା (ସାକ୍ଷୀ ରାଶି) ରଖିଲା, ମାତ୍ର ଯାକୁବ ତାହାର ନାମ ଗଲ-ୟଦ୍ (ସାକ୍ଷୀ ରାଶୀ) ରଖିଲା ।
ଆଦି ପୁସ୍ତକ 31 : 48 (ORV)
ସେତେବେଳେ ଲାବନ କହିଲା, ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା; ଏଣୁକରି ତାହାର ନାମ ଗଲ-ୟଦ୍ ଓ ମିସ୍ପା (ପ୍ରହରୀ-ସ୍ଥାନ) ରଖିଲା;
ଆଦି ପୁସ୍ତକ 31 : 49 (ORV)
ଯେହେତୁ ସେ କହିଲା, ଆମ୍ଭେମାନେ ପରସ୍ପର ଅଦୃଶ୍ୟ ହେଲେ, ସଦାପ୍ରଭୁ ମୋହର ଓ ତୁମ୍ଭର ପ୍ରହରୀ ଥିବେ ।
ଆଦି ପୁସ୍ତକ 31 : 50 (ORV)
ତୁମ୍ଭେ ଯେବେ ମୋʼ କନ୍ୟାମାନଙ୍କୁ ଦୁଃଖ ଦେବ, ଅଥବା ମୋହର କନ୍ୟାମାନେ ଥାଉ ଥାଉ ଅନ୍ୟ ସ୍ତ୍ରୀମାନଙ୍କୁ ବିବାହ କରିବ, ତେବେ ସେହି ସମୟରେ କୌଣସି ମନୁଷ୍ୟ ଆମ୍ଭମାନଙ୍କ ନିକଟରେ ନ ଥିବ ପ୍ରମାଣ, ମାତ୍ର ଦେଖ, ପରମେଶ୍ଵର ଆମ୍ଭ ଓ ତୁମ୍ଭ ମଧ୍ୟରେ ସାକ୍ଷୀ ହେବେ ।
ଆଦି ପୁସ୍ତକ 31 : 51 (ORV)
ଆହୁରି ଲାବନ ଯାକୁବକୁ କହିଲା, ଏହି ରାଶି ଦେଖ, ପୁଣି ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ମୋହର ସ୍ଥାପିତ ଏହି ସ୍ତମ୍ଭ ଦେଖ ।
ଆଦି ପୁସ୍ତକ 31 : 52 (ORV)
ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ, ମଧ୍ୟ ତୁମ୍ଭେ ଏହି ରାଶି ଓ ଏହି ସ୍ତମ୍ଭ ପାର ହୋଇ ମୋʼ ନିକଟକୁ ଆସିବ ନାହିଁ; ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ ।
ଆଦି ପୁସ୍ତକ 31 : 53 (ORV)
ଏବିଷୟରେ ଅବ୍ରହାମଙ୍କର ପରମେଶ୍ଵର, ନାହୋରର ପରମେଶ୍ଵର ଓ ସେମାନଙ୍କ ପୈତୃକ ପରମେଶ୍ଵର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ; ସେତେବେଳେ ଯାକୁବ ଆପଣା ପିତା ଇସ୍‍ହାକର ଭୟସ୍ଥାନର ଶପଥ କଲା ।
ଆଦି ପୁସ୍ତକ 31 : 54 (ORV)
ଅନନ୍ତର ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା କୁଟୁମ୍ଵମାନଙ୍କୁ ଡାକିଲା, ତହିଁରେ ସେମାନେ ଭୋଜନ କରି ପର୍ବତରେ ସମସ୍ତ ରାତ୍ରି ଯାପନ କଲେ ।
ଆଦି ପୁସ୍ତକ 31 : 55 (ORV)
ଏଥିଉତ୍ତାରୁ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ଵନ କରି ଆଶୀର୍ବାଦ କଲା; ଏହିରୂପେ ଲାବନ ସ୍ଵସ୍ଥାନକୁ ଫେରିଗଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55

BG:

Opacity:

Color:


Size:


Font: