ଆଦି ପୁସ୍ତକ 26 : 1 (ORV)
ପୂର୍ବେ ଅବ୍ରହାମଙ୍କର, ବର୍ତ୍ତମାନ ସମୟରେ ଯେରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ, ଇସ୍‍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁଗଲେ ।
ଆଦି ପୁସ୍ତକ 26 : 2 (ORV)
ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ତୁମ୍ଭେ ମିସର ଦେଶକୁ ଯାଅ ନାହିଁ; ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର ।
ଆଦି ପୁସ୍ତକ 26 : 3 (ORV)
ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା ଓ ତୁମ୍ଭ ପିତା ଅବ୍ରହାମ ନିକଟରେ ଆପଣା କୃତ ଶପଥର ନିୟମ ସଫଳ କରିବା ।
ଆଦି ପୁସ୍ତକ 26 : 4 (ORV)
ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହି ସବୁ ଦେଶ ଦେବା ଓ ତୁମ୍ଭର ବଂଶ ଦ୍ଵାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ ।
ଆଦି ପୁସ୍ତକ 26 : 5 (ORV)
ଯେହେତୁ ଅବ୍ରହାମ ଆମ୍ଭର ବାକ୍ୟ ମାନି ଆମ୍ଭର ରକ୍ଷଣୀୟ ବିଷୟ ଆମ୍ଭର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି ।
ଆଦି ପୁସ୍ତକ 26 : 6 (ORV)
ତହିଁରେ ଇସ୍‍ହାକ ଗରାରଠାରେ ବାସ କଲେ ।
ଆଦି ପୁସ୍ତକ 26 : 7 (ORV)
ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତେ, ସେ କହିଲେ, ସେ ମୋହର ଭଗିନୀ; ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବା ବଧ କରିବେ, ଏହା ଭାବି ସେ ତାହାକୁ ଆପଣାର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ; ଯେହେତୁ ସେ ପରମସୁନ୍ଦରୀ ଥିଲା ।
ଆଦି ପୁସ୍ତକ 26 : 8 (ORV)
ପୁଣି ସେହି ସ୍ଥାନରେ ବହୁ କାଳ ବାସ କଲା ଉତ୍ତାରେ ଏକ ସମୟରେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ବାଟେ ନିରୀକ୍ଷଣ କରି ଇସ୍‍ହାକଙ୍କୁ ଆପଣା ଭାର୍ଯ୍ୟା ରିବିକା ସହିତ କୌତୁକ କରୁଥିବାର ଦେଖିଲେ ।
ଆଦି ପୁସ୍ତକ 26 : 9 (ORV)
ତେଣୁ ଅବିମେଲକ ଇସ୍‍ହାକଙ୍କୁ ଡକାଇ କହିଲେ, ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ? ସେତେବେଳେ ଇସ୍‍ହାକ ଉତ୍ତର କଲେ, ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁ ହେବ ।
ଆଦି ପୁସ୍ତକ 26 : 10 (ORV)
ତହିଁରେ ଅବିମେଲକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏ କି ବ୍ୟବହାର କଲ? କୌଣସି ଲୋକ ତୁମ୍ଭ ଭାର୍ଯ୍ୟା ସଙ୍ଗେ ଅନାୟାସରେ ଶୟନ କରି ପାରନ୍ତା, ତାହାହେଲେ ତୁମ୍ଭେ ଆମ୍ଭମାନଙ୍କୁ ଦୋଷଗ୍ରସ୍ତ କରନ୍ତ ।
ଆଦି ପୁସ୍ତକ 26 : 11 (ORV)
ଅନନ୍ତର ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, ଯେ କେହି ସେହି ମନୁଷ୍ୟକୁ କିଅବା ତାହାରଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ତ ଅବଶ୍ୟ ହେବ ।
ଆଦି ପୁସ୍ତକ 26 : 12 (ORV)
ଅନନ୍ତର ଇସ୍‍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ ।
ଆଦି ପୁସ୍ତକ 26 : 13 (ORV)
ଏନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ୍ ହେଲେ
ଆଦି ପୁସ୍ତକ 26 : 14 (ORV)
ଏବଂ ତାଙ୍କର ମେଷଧନ ଓ ଗୋଧନ, ପୁଣି ଅନେକ ଦାସଦାସୀ ହେଲେ; ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ ।
ଆଦି ପୁସ୍ତକ 26 : 15 (ORV)
ଏଣୁ ତାଙ୍କର ପିତା ଅବ୍ରହାମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟୀୟ ଲୋକମାନେ ମୃତ୍ତିକା ଦ୍ଵାରା ସେ ସବୁ ପୋତି ପକାଇଲେ ।
ଆଦି ପୁସ୍ତକ 26 : 16 (ORV)
ଅନନ୍ତର ଅବିମେଲକ ଇସ୍‍ହାକଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ଅଧିକ ବଳବାନ ହୋଇଅଛ ।
ଆଦି ପୁସ୍ତକ 26 : 17 (ORV)
ତହିଁରେ ଇସ୍‍ହାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ଵୁ ସ୍ଥାପନ କରି ସେହିଠାରେ ବାସ କଲେ ।
ଆଦି ପୁସ୍ତକ 26 : 18 (ORV)
ପୁଣି ଆପଣା ପିତା ଅବ୍ରହାମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସଜଳ କୂପ ଅବ୍ରହାମଙ୍କ ମୃତ୍ୟୁ ଉତ୍ତାରେ ପଲେଷ୍ଟୀୟମାନେ ପୋତି ପକାଇଥିଲେ, ସେ ସମସ୍ତ ଇସ୍‍ହାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ ।
ଆଦି ପୁସ୍ତକ 26 : 19 (ORV)
ଆଉ ଇସ୍‍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ ।
ଆଦି ପୁସ୍ତକ 26 : 20 (ORV)
ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍‍ହାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର; ଏଣୁ ସେ ସେହି କୂପର ନାମ ଏଷକ (ବିବାଦ) ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ ।
ଆଦି ପୁସ୍ତକ 26 : 21 (ORV)
ଅନନ୍ତର ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ; ତହୁଁ ଇସ୍‍ହାକ ତହିଁର ନାମ ସିଟ୍ନା (ଶତ୍ରୁତା) ରଖିଲେ ।
ଆଦି ପୁସ୍ତକ 26 : 22 (ORV)
ପୁଣି, ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ । ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହୋବୋତ୍ (ପ୍ରଶସ୍ତ ସ୍ଥାନ) ରଖିଲେ; କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା ।
ଆଦି ପୁସ୍ତକ 26 : 23 (ORV)
ଅନନ୍ତର ସେ ସେହି ସ୍ଥାନରୁ ବେରଶେବାକୁ ଗଲେ ।
ଆଦି ପୁସ୍ତକ 26 : 24 (ORV)
ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ପିତା ଅବ୍ରହାମର ପରମେଶ୍ଵର ଅଟୁ; ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରହାମ ଲାଗି ତୁମ୍ଭର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା ।
ଆଦି ପୁସ୍ତକ 26 : 25 (ORV)
ଅନନ୍ତର ଇସ୍‍ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ । ଅନନ୍ତର ସେ ସେହି ସ୍ଥାନରେ ତମ୍ଵୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟାଏ କୂପ ଖୋଳିଲେ ।
ଆଦି ପୁସ୍ତକ 26 : 26 (ORV)
ଏଥିଉତ୍ତାରେ ଅବିମେଲକ ଅହୁଷତ୍ ନାମକ ଆପଣା ମିତ୍ରକୁ ଓ ଫୀଖୋଲ ନାମକ ସେନାପତିକି ସଙ୍ଗରେ ଘେନି ଗରାରଠାରୁ ଇସ୍‍ହାକଙ୍କ ନିକଟକୁ ଗଲେଣ ।
ଆଦି ପୁସ୍ତକ 26 : 27 (ORV)
ତହିଁରେ ଇସ୍‍ହାକ ସେମାନଙ୍କୁ କହିଲେ, ତୁମ୍ଭେମାନେ ତ ମୋତେ ଘୃଣା କରୁଅଛ, ପୁଣି ଆପଣାମାନଙ୍କ ମଧ୍ୟରୁ ମୋତେ ଦୂର କରି ଦେଇଥିଲ, ଏବେ ମୋʼ ନିକଟକୁ କି ନିମନ୍ତେ ଆସିଲ?
ଆଦି ପୁସ୍ତକ 26 : 28 (ORV)
ତହିଁରେ ସେମାନେ ଉତ୍ତର କଲେ, ସଦାପ୍ରଭୁ ତୁମ୍ଭର ସହାୟ ଅଟନ୍ତି, ଏହା ଆମ୍ଭେମାନେ ସ୍ପଷ୍ଟ ଦେଖିଲୁ; ଏହେତୁ କହିଲୁ, ଆମ୍ଭମାନଙ୍କ ମଧ୍ୟରେ ଗୋଟିଏ ରାଣ ଥାଉ ଓ ଆମ୍ଭମାନଙ୍କ ସହିତ ତୁମ୍ଭର ଏହି ଏକ ନିୟମ ହେଉ;
ଆଦି ପୁସ୍ତକ 26 : 29 (ORV)
ଆମ୍ଭେମାନେ ଯେପରି ତୁମ୍ଭକୁ ସ୍ପର୍ଶ କରିନାହୁଁ ଓ ତୁମ୍ଭର ମଙ୍ଗଳ ବିନୁ ଆଉ କିଛି କରିନାହୁଁ, ବରଞ୍ଚ ତୁମ୍ଭକୁ ଶାନ୍ତିରେ ବିଦାୟ କରିଅଛୁ, ସେପରି ତୁମ୍ଭେ ଆମ୍ଭମାନଙ୍କୁ ହିଂସା କରିବ ନାହିଁ; ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ।
ଆଦି ପୁସ୍ତକ 26 : 30 (ORV)
ସେତେବେଳେ ଇସ୍‍ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ ।
ଆଦି ପୁସ୍ତକ 26 : 31 (ORV)
ଅନନ୍ତର ସେମାନେ ଶୀଘ୍ର ପ୍ରଭାତରେ ଉଠି ପରସ୍ପର ଶପଥ କଲେ । ପୁଣି ଇସ୍‍ହାକ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ କୁଶଳରେ ତାଙ୍କ ନିକଟରୁ ପ୍ରସ୍ଥାନ କଲେ ।
ଆଦି ପୁସ୍ତକ 26 : 32 (ORV)
ସେହି ଦିନ ଇସ୍‍ହାକଙ୍କର ଦାସମାନେ ଆସି ଆପଣାମାନଙ୍କ ଖୋଦିତ କୂପ ବିଷୟରେ ସମ୍ଵାଦ ଦେଇ ତାଙ୍କୁ କହିଲେ, ଜଳ ପାଇଲୁ ।
ଆଦି ପୁସ୍ତକ 26 : 33 (ORV)
ଏହେତୁ ସେ ସେହି କୂପର ନାମ ଶେବା ରଖିଲେ, ପୁଣି ଆଜିଯାଏ ସେହି ସ୍ଥାନର ନଗର ବେରଶେବା ନାମରେ ଖ୍ୟାତ ଅଟେ ।
ଆଦି ପୁସ୍ତକ 26 : 34 (ORV)
ଅନନ୍ତର ଏଷୌ ଚାଳିଶ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ ।
ଆଦି ପୁସ୍ତକ 26 : 35 (ORV)
ମାତ୍ର ସେମାନେ ଇସ୍‍ହାକ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: