ଆଦି ପୁସ୍ତକ 25 : 1 (ORV)
ଅବ୍ରହାମ କଟୂରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ ।
ଆଦି ପୁସ୍ତକ 25 : 2 (ORV)
ସେ ତାଙ୍କ ନିମନ୍ତେ ସିମ୍ରଣ୍ ଓ ଯକ୍ଷନ ଓ ମଦାନ୍ ଓ ମିଦୀୟନ୍ ଓ ଯିଶ୍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା ।
ଆଦି ପୁସ୍ତକ 25 : 3 (ORV)
ସେହି ଯକ୍ଷନ୍ ଶିବା ଓ ଦଦାନ୍କୁ ଜାତ କଲା । ଦଦାନ୍ ଅଶୂରୀୟ ଓ ଲଟୂଶୀୟ ଓ ଲୀୟମ୍ମୀୟ ଲୋକମାନଙ୍କର ଆଦିପୁରୁଷ ।
ଆଦି ପୁସ୍ତକ 25 : 4 (ORV)
ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ୍ ଓ ଅବୀଦ ଓ ଇଲଦାୟା; ଏସମସ୍ତେ କଟୂରାର ସନ୍ତାନ ।
ଆଦି ପୁସ୍ତକ 25 : 5 (ORV)
ଅନନ୍ତର ଅବ୍ରହାମ ଇସ୍‍ହାକକୁ ଆପଣାର ସର୍ବସ୍ଵ ଦେଲେ ।
ଆଦି ପୁସ୍ତକ 25 : 6 (ORV)
ମାତ୍ର ଅବ୍ରହାମ ଉପପନିୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସ୍‍ହାକ ନିକଟରୁ ସେମାନଙ୍କୁ ପୂର୍ବଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ ।
ଆଦି ପୁସ୍ତକ 25 : 7 (ORV)
ଅବ୍ରହାମଙ୍କର ଆୟୁର ପରିମାଣ ଶହେ ପଞ୍ଚସ୍ତରି ବର୍ଷ; ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ ।
ଆଦି ପୁସ୍ତକ 25 : 8 (ORV)
ଅନନ୍ତର ଅବ୍ରହାମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁହୋଇ ପ୍ରାଣତ୍ୟାଗ କଲେ; ଆଉ, ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ ।
ଆଦି ପୁସ୍ତକ 25 : 9 (ORV)
ଆଉ ତାଙ୍କର ପୁତ୍ର ଇସ୍‍ହାକ ଓ ଇଶ୍ମାଏଲ ମମ୍ରିର ସମ୍ମୁଖରେ ହେତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ ।
ଆଦି ପୁସ୍ତକ 25 : 10 (ORV)
ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ । ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା ।
ଆଦି ପୁସ୍ତକ 25 : 11 (ORV)
ଅବ୍ରହାମଙ୍କ ମୃତ୍ୟୁ ଉତ୍ତାରେ ପରମେଶ୍ଵର ତାଙ୍କର ପୁତ୍ର ଇସ୍‍ହାକଙ୍କୁ ଆଶୀର୍ବାଦ କଲେ; ପୁଣି ଇସ୍‍ହାକ ବେର୍-ଲହୟ-ରୋୟୀ ନାମକ ସ୍ଥାନରେ ବସତି କଲେ ।
ଆଦି ପୁସ୍ତକ 25 : 12 (ORV)
ସାରାର ଦାସୀ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯାହାକୁ ପ୍ରସବ କରିଥିଲା, ଅବ୍ରହାମଙ୍କର ସେହି ପୁତ୍ର ଇଶ୍ମାଏଲର ବଂଶାବଳୀ ।
ଆଦି ପୁସ୍ତକ 25 : 13 (ORV)
ନାମ ଓ ଗୋଷ୍ଠୀ ଅନୁସାରେ ଇଶ୍ମାଏଲର ସନ୍ତାନମାନଙ୍କ ନାମ ଏହି । ଇଶ୍ମାଏଲର ଜ୍ୟେଷ୍ଠପୁତ୍ର ନବାୟୋତ୍; ତାହା ଉତ୍ତାରେ କେଦର ଓ ଅଦ୍ବେଲ ମିବ୍ସମ୍,
ଆଦି ପୁସ୍ତକ 25 : 14 (ORV)
ମିଶ୍ମ ଓ ଦୂମା ଓ ମସା,
ଆଦି ପୁସ୍ତକ 25 : 15 (ORV)
ଓ ହଦଦ ଓ ତେମା ଓ ଯିଟୁର ଓ ନାଫୀଶ୍ ଓ କେଦମା ।
ଆଦି ପୁସ୍ତକ 25 : 16 (ORV)
ଏହି ସମସ୍ତେ ଇଶ୍ମାଏଲର ସନ୍ତାନ, ପୁଣି ସେମାନଙ୍କ ନାମାନୁସାରେ ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା; ଆଉ ସେମାନେ ଆପଣା ଆପଣା ଗୋତ୍ରାନୁସାରେ ଦ୍ଵାଦଶ ଅଧିପତି ଥିଲେ ।
ଆଦି ପୁସ୍ତକ 25 : 17 (ORV)
ଇଶ୍ମାଏଲର ଆୟୁର ପରିମାଣ ଶହେ ସଇଁତିରିଶ ବର୍ଷ ଥିଲା; ତହୁଁ ସେ ପ୍ରାଣତ୍ୟାଗ କଲା; ଆଉ ସେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲା ।
ଆଦି ପୁସ୍ତକ 25 : 18 (ORV)
ଅନନ୍ତର ତାହାର ସନ୍ତାନମାନେ ହବୀଲା ଓ ମିସରର ପୂର୍ବସ୍ଥିତ ଶୂରଠାରୁ ଅଶୂରୀୟା ଦିଗରେ ବସତି କଲେ । ଏହିରୂପେ ସେ ଆପଣା ସମସ୍ତ ଭ୍ରାତୃଗଣର ସମ୍ମୁଖସ୍ଥ ବସତି ସ୍ଥାନ ପାଇଲା ।
ଆଦି ପୁସ୍ତକ 25 : 19 (ORV)
ଅବ୍ରହାମଙ୍କର ପୁତ୍ର ଇସ୍‍ହାକଙ୍କର ବଂଶାବଳୀ । ଅବ୍ରହାମ ଇସ୍‍ହାକଙ୍କୁ ଜାତ କଲେ;
ଆଦି ପୁସ୍ତକ 25 : 20 (ORV)
ସେହି ଇସ୍‍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍-ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍, ଅରାମୀୟ ଲାବନର ଭଗିନୀ ରିବିକାକୁବିବାହ କଲେ ।
ଆଦି ପୁସ୍ତକ 25 : 21 (ORV)
ଇସ୍‍ହାକଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ, ତାହାର ଭାର୍ଯ୍ୟା ରିବିକା ଗର୍ଭବତୀ ହେଲା ।
ଆଦି ପୁସ୍ତକ 25 : 22 (ORV)
ଅନନ୍ତର ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ, ମୋହର ଏପରି କାହିଁକି ହେଲା? ଏପରି କି ହୋଇଥାଏ? ଏହା ଭାବି ସେ ସଦାପ୍ରଭୁଙ୍କ ନିକଟକୁ ପଚାରିବା ପାଇଁ ଗଲା ।
ଆଦି ପୁସ୍ତକ 25 : 23 (ORV)
ତହିଁରେ ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ; ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ, ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ ।
ଆଦି ପୁସ୍ତକ 25 : 24 (ORV)
ଅନନ୍ତର ପ୍ରସବକାଳ ସମ୍ପୂର୍ଣ୍ଣ ହୁଅନ୍ତେ, ତାହାର ଗର୍ଭରୁ ଯାଆଁଳା ପୁତ୍ର ଜନ୍ମିଲେ ।
ଆଦି ପୁସ୍ତକ 25 : 25 (ORV)
ତାହାର ଜ୍ୟେଷ୍ଠ ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମଶ ବସ୍ତ୍ର ପରି ଥିଲା; ଏହେତୁ ତାହାର ନାମ ଏଷୌ (ଲୋମବ୍ୟାପ୍ତ) ଦିଆଗଲା ।
ଆଦି ପୁସ୍ତକ 25 : 26 (ORV)
ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଣୁକରି ତାହାର ନାମ ଯାକୁବ (ପଦାପହାରକ) ଦିଆଗଲା । ଇସ୍‍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ ।
ଆଦି ପୁସ୍ତକ 25 : 27 (ORV)
ଅନନ୍ତର ବାଳକମାନେ ବଢ଼ିଲା ଉତ୍ତାରେ ଏଷୌ ମୃଗୟାନିପୁଣ ଓ ବନବିହାରୀ ହେଲା; ପୁଣି ଯାକୁବ ମୃଦୁମନୁଷ୍ୟ ଓ ତମ୍ଵୁବାସୀ ହେଲା ।
ଆଦି ପୁସ୍ତକ 25 : 28 (ORV)
ଇସ୍‍ହାକ ମୃଗୟା ମାଂସ ଅତି ସୁସ୍ଵାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ । ମାତ୍ର ରିବିକା ଯାକୁବକୁ ଭଲ ପାଇଲା ।
ଆଦି ପୁସ୍ତକ 25 : 29 (ORV)
ଏକ ଦିନ ଯାକୁବ ଡାଲି ରାନ୍ଧୁଥିଲା, ସେହି ସମୟରେ ଏଷୌ କ୍ଳା; ହୋଇ କ୍ଷେତ୍ରରୁ ଆସିଲା;
ଆଦି ପୁସ୍ତକ 25 : 30 (ORV)
ତହୁଁ ସେ ଯାକୁବକୁ କହିଲା, ମୁଁ କ୍ଳା; ହୋଇଅଛି, ବିନୟ କରେ, ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ; ଏହି ନିମନ୍ତେ ତାହାର ନାମ ଇଦୋମ୍ (ରଙ୍ଗା) ଖ୍ୟାତ ହେଲା ।
ଆଦି ପୁସ୍ତକ 25 : 31 (ORV)
ସେତେବେଳେ ଯାକୁବ କହିଲା, ଆଜି ତୁମ୍ଭେ ମୋତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର ।
ଆଦି ପୁସ୍ତକ 25 : 32 (ORV)
ଏଷୌ ଉତ୍ତର କଲା, ଦେଖ, ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ?
ଆଦି ପୁସ୍ତକ 25 : 33 (ORV)
ଯାକୁବ କହିଲା, ତୁମ୍ଭେ ଆଜି ମୋʼ ନିକଟରେ ଶପଥ କର; ତହିଁରେ ସେ ତାହା ନିକଟରେ ଶପଥ କଲା; ଏହିରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଲା ।
ଆଦି ପୁସ୍ତକ 25 : 34 (ORV)
ତହୁଁ ଯାକୁବ ଏଷୌକୁ ରୋଟୀ ଓ ରନ୍ଧା ମସୁର ଡାଲି ଦିଅନ୍ତେ, ସେ ଭୋଜନ ପାନ କରି ଉଠିଗଲା । ଏହିରୂପେ ଏଷୌ ଆପଣା ଜ୍ୟେଷ୍ଠାଧିକାର ତୁଚ୍ଛଜ୍ଞାନ କଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: