ଆଦି ପୁସ୍ତକ 2 : 1 (ORV)
ଏହି ରୂପେ ଆକାଶମଣ୍ତଳ ଓ ପୃଥିବୀର, ପୁଣି ସେହି ଦୁଇରେ ସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତଣହେଲା ।
ଆଦି ପୁସ୍ତକ 2 : 2 (ORV)
ଏଥୁଅନ୍ତେ ପରମେଶ୍ଵର ଆପଣାର କାର୍ଯ୍ୟ ସମାପ୍ତ କରି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ ।
ଆଦି ପୁସ୍ତକ 2 : 3 (ORV)
ପୁଣି ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ । ଯେହେତୁ ସେହି ଦିନରେ ପରମେଶ୍ଵର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ ।
ଆଦି ପୁସ୍ତକ 2 : 4 (ORV)
ସୃଷ୍ଟିକାଳରେ ଆକାଶମଣ୍ତଳ ଓ ପୃଥିବୀର ବିବରଣ ଏହି । ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ଵର ଆକାଶମଣ୍ତଳ ଓ ପୃଥିବୀ ନିର୍ମାଣ କଲେ,
ଆଦି ପୁସ୍ତକ 2 : 5 (ORV)
ସେ ସମୟରେ କ୍ଷେତ୍ରରେ କୌଣସି ତୃଣ ନ ଥିଲା ଓ ଭୂମିରେ କୌଣସି ଶାକ ନ ଥିଲା; ଯେହେତୁ ସଦାପ୍ରଭୁ ପରମେଶ୍ଵର ପୃଥିବୀରେ ବୃଷ୍ଟି କରାଇ ନ ଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନ ଥିଲା ।
ଆଦି ପୁସ୍ତକ 2 : 6 (ORV)
ପୁଣି ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା ।
ଆଦି ପୁସ୍ତକ 2 : 7 (ORV)
ଅନନ୍ତର ସଦାପ୍ରଭୁ ପରମେଶ୍ଵର ଭୂମିର ଧୂଳି ଦ୍ଵାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା ।
ଆଦି ପୁସ୍ତକ 2 : 8 (ORV)
ଆଉ ସଦାପ୍ରଭୁ ପରମେଶ୍ଵର ପୂର୍ବଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ଵନିର୍ମିତ ମନୁଷ୍ୟକୁ ରଖିଲେ ।
ଆଦି ପୁସ୍ତକ 2 : 9 (ORV)
ସଦାପ୍ରଭୁ ପରମେଶ୍ଵର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ ।
ଆଦି ପୁସ୍ତକ 2 : 10 (ORV)
ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା ।
ଆଦି ପୁସ୍ତକ 2 : 11 (ORV)
ପ୍ରଥମ ନଦୀର ନାମ ପିଶୋନ; ତାହା ସ୍ଵର୍ଣ୍ଣୋତ୍ପାଦକ ହବିଲା ଦେଶସମୂହକୁ ବେଷ୍ଟନ କରେ ।
ଆଦି ପୁସ୍ତକ 2 : 12 (ORV)
ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ ।
ଆଦି ପୁସ୍ତକ 2 : 13 (ORV)
ଦ୍ଵିତୀୟ ନଦୀର ନାମ ଗୀହୋନ, ଏହା ସମସ୍ତ କୁଶ ଦେଶ ବେଷ୍ଟନ କରେ ।
ଆଦି ପୁସ୍ତକ 2 : 14 (ORV)
ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ । ଚତୁର୍ଥ ନଦୀର ନାମ ଫରାତ୍ ।
ଆଦି ପୁସ୍ତକ 2 : 15 (ORV)
ପୁଣି ସଦାପ୍ରଭୁ ପରମେଶ୍ଵର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ ।
ଆଦି ପୁସ୍ତକ 2 : 16 (ORV)
ସଦାପ୍ରଭୁ ପରମେଶ୍ଵର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ଵଚ୍ଛନ୍ଦରେ ଭୋଜନ କରି ପାର,
ଆଦି ପୁସ୍ତକ 2 : 17 (ORV)
ମାତ୍ର ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତା; ମରିବ ।
ଆଦି ପୁସ୍ତକ 2 : 18 (ORV)
ଅନନ୍ତର ସଦାପ୍ରଭୁ ପରମେଶ୍ଵର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା ।
ଆଦି ପୁସ୍ତକ 2 : 19 (ORV)
ଆଉ ସଦାପ୍ରଭୁ ପରମେଶ୍ଵର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ । ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା ।
ଆଦି ପୁସ୍ତକ 2 : 20 (ORV)
ଏହି ରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ; ମାତ୍ର ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ ।
ଆଦି ପୁସ୍ତକ 2 : 21 (ORV)
ଅନନ୍ତର ସଦାପ୍ରଭୁ ପରମେଶ୍ଵର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ତେ ପଞ୍ଜର ନେଇ ମାଂସ ଦ୍ଵାରା ସେହି ସ୍ଥାନ ପୂର୍ଣ୍ଣ କଲେ ।
ଆଦି ପୁସ୍ତକ 2 : 22 (ORV)
ଆଉ ସଦାପ୍ରଭୁ ପରମେଶ୍ଵର ଆଦମଙ୍କଠାରୁ ଯେଉଁ ପଞ୍ଜର ଖଣ୍ତିକ ନେଲେ, ତଦ୍ଦ୍ଵାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ ।
ଆଦି ପୁସ୍ତକ 2 : 23 (ORV)
ତହୁଁ ଆଦମ କହିଲେ, ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହା ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି ।
ଆଦି ପୁସ୍ତକ 2 : 24 (ORV)
ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।
ଆଦି ପୁସ୍ତକ 2 : 25 (ORV)
ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25

BG:

Opacity:

Color:


Size:


Font: