ଆଦି ପୁସ୍ତକ 1 : 1 (ORV)
ଆଦ୍ୟରେ ପରମେଶ୍ଵର ସ୍ଵର୍ଗ ଓ ପୃଥିବୀର ସୃଷ୍ଟି କଲେ ।
ଆଦି ପୁସ୍ତକ 1 : 2 (ORV)
ପୃଥିବୀ ନିର୍ଜ୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି ପରମେଶ୍ଵରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ ।
ଆଦି ପୁସ୍ତକ 1 : 3 (ORV)
ଅନନ୍ତର ପରମେଶ୍ଵର କହିଲେ, ଦୀପ୍ତି ହେଉ; ତହିଁରେ ଦୀପ୍ତି ହେଲା ।
ଆଦି ପୁସ୍ତକ 1 : 4 (ORV)
ଆଉ ପରମେଶ୍ଵର ଦୀପ୍ତିକି ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ଵର ଅନ୍ଧକାରରୁ ଦୀପ୍ତିକି ଭିନ୍ନ କଲେ ।
ଆଦି ପୁସ୍ତକ 1 : 5 (ORV)
ପୁଣି ପରମେଶ୍ଵର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ । ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା ।
ଆଦି ପୁସ୍ତକ 1 : 6 (ORV)
ଅନନ୍ତର ପରମେଶ୍ଵର କହିଲେ, ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ ।
ଆଦି ପୁସ୍ତକ 1 : 7 (ORV)
ଏହିରୂପେ ପରମେଶ୍ଵର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ଵସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା ।
ଆଦି ପୁସ୍ତକ 1 : 8 (ORV)
ଆଉ ପରମେଶ୍ଵର ସେହି ଶୂନ୍ୟର ନାମ ଆକାଶମଣ୍ତଳ ଦେଲେ । ପୁଣି ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ଵିତୀୟ ଦିବସ ହେଲା ।
ଆଦି ପୁସ୍ତକ 1 : 9 (ORV)
ଅନନ୍ତର ପରମେଶ୍ଵର କହିଲେ, ଆକାଶମଣ୍ତଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ; ତହିଁରେ ସେହିରୂପ ହେଲା ।
ଆଦି ପୁସ୍ତକ 1 : 10 (ORV)
ପୁଣି ପରମେଶ୍ଵର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ; ଆଉ ପରମେଶ୍ଵର ତାହା ଉତ୍ତମ ଦେଖିଲେ ।
ଆଦି ପୁସ୍ତକ 1 : 11 (ORV)
ଏଉତ୍ତାରୁ ପରମେଶ୍ଵର କହିଲେ, ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜସମ୍ଵଳିତ ସ୍ଵ ସ୍ଵ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷଭୂମି ଉପରେ ଉତ୍ପନ୍ନ କରୁ; ତହିଁରେ ସେପରି ହେଲା ।
ଆଦି ପୁସ୍ତକ 1 : 12 (ORV)
ଅର୍ଥାତ୍, ପୃଥିବୀ ତୃଣ ଓ ସ୍ଵ ସ୍ଵ ଜାତି ଅନୁସାରେ ବୀଜୋତ୍ପାଦକ ଶାକ ଓ ସ୍ଵ ସ୍ଵ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି ପରମେଶ୍ଵର ତାହା ଉତ୍ତମ ଦେଖିଲେ ।
ଆଦି ପୁସ୍ତକ 1 : 13 (ORV)
ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା ।
ଆଦି ପୁସ୍ତକ 1 : 14 (ORV)
ଅନନ୍ତର ପରମେଶ୍ଵର କହିଲେ, ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶମଣ୍ତଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ ।
ଆଦି ପୁସ୍ତକ 1 : 15 (ORV)
ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ତଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ; ତହିଁରେ ସେପରି ହେଲା ।
ଆଦି ପୁସ୍ତକ 1 : 16 (ORV)
ଏହି ପ୍ରକାରେ ପରମେଶ୍ଵର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ, ନିର୍ମାଣ କଲେ ।
ଆଦି ପୁସ୍ତକ 1 : 17 (ORV)
ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ଵ କରିବା ପାଇଁ,
ଆଦି ପୁସ୍ତକ 1 : 18 (ORV)
ଆଉ ଦୀପ୍ତିକି ଅନ୍ଧକାରରୁ ପୃଥକ୍ କରିବା ପାଇଁ, ପରମେଶ୍ଵର ଆକାଶମଣ୍ତଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ଵର ଏହି ସମସ୍ତ ଉତ୍ତମ ଦେଖିଲେ ।
ଆଦି ପୁସ୍ତକ 1 : 19 (ORV)
ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା ।
ଆଦି ପୁସ୍ତକ 1 : 20 (ORV)
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ତଳରେ ପକ୍ଷୀଗଣ ଉଡ଼ନ୍ତୁ ।
ଆଦି ପୁସ୍ତକ 1 : 21 (ORV)
ଆଉ ପରମେଶ୍ଵର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ଵ ସ୍ଵ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ଵ ସ୍ଵ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ । ପରମେଶ୍ଵର ଏହି ସମସ୍ତ ଉତ୍ତମ ଦେଖିଲେ ।
ଆଦି ପୁସ୍ତକ 1 : 22 (ORV)
ପୁଣି ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବ; ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ ।
ଆଦି ପୁସ୍ତକ 1 : 23 (ORV)
ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା ।
ଆଦି ପୁସ୍ତକ 1 : 24 (ORV)
ଅନନ୍ତର ପରମେଶ୍ଵର କହିଲେ, ପୃଥିବୀରେ ସ୍ଵ ସ୍ଵ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ଵ ସ୍ଵ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ; ତହିଁରେ ସେପରି ହେଲା ।
ଆଦି ପୁସ୍ତକ 1 : 25 (ORV)
ଏହି ରୂପେ ପରମେଶ୍ଵର ସ୍ଵ ସ୍ଵ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ଵ ସ୍ଵ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ଵ ସ୍ଵ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ଵର ସେ ସମସ୍ତ ଉତ୍ତମ ଦେଖିଲେ ।
ଆଦି ପୁସ୍ତକ 1 : 26 (ORV)
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ । ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ଵ କରିବେ ।
ଆଦି ପୁସ୍ତକ 1 : 27 (ORV)
ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।
ଆଦି ପୁସ୍ତକ 1 : 28 (ORV)
ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବ; ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର ।
ଆଦି ପୁସ୍ତକ 1 : 29 (ORV)
ପରମେଶ୍ଵର ଆହୁରି କହିଲେ, ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ ।
ଆଦି ପୁସ୍ତକ 1 : 30 (ORV)
ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ; ତହିଁରେ ସେପରି ହେଲା ।
ଆଦି ପୁସ୍ତକ 1 : 31 (ORV)
ପରମେଶ୍ଵର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ । ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: