ଏଜ୍ରା 10 : 1 (ORV)
ଏଜ୍ରା ପରମେଶ୍ଵରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ଵୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାହା ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ ।
ଏଜ୍ରା 10 : 2 (ORV)
ଏଥିରେ ଏଲମର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାକୁ ଉତ୍ତର କରି କହିଲା, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ବିରୁଦ୍ଧରେ ସତ୍ୟଲଙ୍ଘନ କରି ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି ।
ଏଜ୍ରା 10 : 3 (ORV)
ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରି ଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ ।
ଏଜ୍ରା 10 : 4 (ORV)
ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ ।
ଏଜ୍ରା 10 : 5 (ORV)
ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲା । ତହିଁରେ ସେମାନେ ଶପଥ କଲେ ।
ଏଜ୍ରା 10 : 6 (ORV)
ତହୁଁ ଏଜ୍ରା ପରମେଶ୍ଵରଙ୍କ ଗୃହ ସମ୍ମୁଖରୁ ଉଠି ଇଲିୟାଶୀବର ପୁତ୍ର ଯିହୋହାନନର କୋଠରିକି ଗଲା; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ,ରୋଟୀ ଭୋଜନ କି ଜଳପାନ କଲା ନାହିଁ; କାରଣ ସେ ବନ୍ଦୀତ୍ଵର ଲୋକମାନଙ୍କ ସତ୍ୟଲଙ୍ଘନ ସକାଶୁ ଶୋକ କରୁଥିଲା ।
ଏଜ୍ରା 10 : 7 (ORV)
ଏଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ଵର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;
ଏଜ୍ରା 10 : 8 (ORV)
ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ଵ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ଵର ସମାଜରୁ ପୃଥକ୍ କରାଯିବ ।
ଏଜ୍ରା 10 : 9 (ORV)
ତହୁଁ ଯିହୁଦା ଓ ବିନ୍ୟାମୀନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ଵରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ ।
ଏଜ୍ରା 10 : 10 (ORV)
ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲା, ତୁମ୍ଭେମାନେ ସତ୍ୟଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ ।
ଏଜ୍ରା 10 : 11 (ORV)
ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ଵର ସଦାପ୍ରଭୁଙ୍କ ନିକଟରେ ସ୍ଵୀକାର କର ଓ ତାହାଙ୍କର ତୁଷ୍ଟିଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କର ।
ଏଜ୍ରା 10 : 12 (ORV)
ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚୈଃସ୍ଵରରେ କହିଲେ, ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ ।
ଏଜ୍ରା 10 : 13 (ORV)
ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ ।
ଏଜ୍ରା 10 : 14 (ORV)
ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରଚଣ୍ତ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ ।
ଏଜ୍ରା 10 : 15 (ORV)
ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ୍ ଓ ତିକ୍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ ।
ଏଜ୍ରା 10 : 16 (ORV)
ମାତ୍ର ବନ୍ଦୀତ୍ଵର ସନ୍ତାନମାନେ ସେହିପରି କର୍ମ କଲେ । ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ୍ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ ।
ଏଜ୍ରା 10 : 17 (ORV)
ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ ।
ଏଜ୍ରା 10 : 18 (ORV)
ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲୀୟ ।
ଏଜ୍ରା 10 : 19 (ORV)
ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରି ଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ ।
ଏଜ୍ରା 10 : 20 (ORV)
ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ
ଏଜ୍ରା 10 : 21 (ORV)
ଓ ହାରିମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ ଓ ଏଲୀୟ ଓ ଶମୟୀୟ ଓ ଯିହୀୟେଲ ଓ ଉଷୀୟ;
ଏଜ୍ରା 10 : 22 (ORV)
ଆଉ, ପଶହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ୍, ଯୋଷାବଦ୍ ଓ ଇଲିସାୟ ।
ଏଜ୍ରା 10 : 23 (ORV)
ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ୍ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଷର;
ଏଜ୍ରା 10 : 24 (ORV)
ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍; ଦ୍ଵାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି ।
ଏଜ୍ରା 10 : 25 (ORV)
ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ ଓ ଯିଷୀୟ ଓ ମଲ୍‍କୀୟ ଓ ମିୟାମୀନ୍ ଓ ଇଲିୟାସର ଓ ମଲ୍‍କୀୟ ଓ ବନାୟ ।
ଏଜ୍ରା 10 : 26 (ORV)
ଆଉ, ଏଲମର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍ଦି ଓ ଯିରେମୋତ୍ ଓ ଏଲୀୟ ।
ଏଜ୍ରା 10 : 27 (ORV)
ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋ-ଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯିରେମୋତ୍ ଓ ସାବଦ୍ ଓ ଅସୀସା
ଏଜ୍ରା 10 : 28 (ORV)
ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନୀୟ, ସଜୟ, ଅତ୍ତଲୟ;
ଏଜ୍ରା 10 : 29 (ORV)
ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲୁକ ଓ ଅଦାୟା, ଯାଶୂବ୍ ଓ ଶାଲ, ଯିରେମୋତ୍ ।
ଏଜ୍ରା 10 : 30 (ORV)
ଆଉ, ପହତ୍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି;
ଏଜ୍ରା 10 : 31 (ORV)
ଆଉ, ହାରିମର ସନ୍ତାନଗଣ ମଧ୍ୟରୁ ଇଲୀୟେଷର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ୍;
ଏଜ୍ରା 10 : 32 (ORV)
ବିନ୍ୟାମୀନ, ମଲ୍ଲୁକ, ଶମରୀୟ;
ଏଜ୍ରା 10 : 33 (ORV)
ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି, ଶିମୀୟି;
ଏଜ୍ରା 10 : 34 (ORV)
ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍ ଓ ଉୟେଲ;
ଏଜ୍ରା 10 : 35 (ORV)
ବନାୟ, ବେଦୀୟା, କଲୂହୂ;
ଏଜ୍ରା 10 : 36 (ORV)
ବନୀୟ, ମରେମୋତ୍, ଇଲୀୟାଶୀବ୍;
ଏଜ୍ରା 10 : 37 (ORV)
ମତ୍ତନୀୟ, ମତ୍ତନୟ ଓ ଯାଶୟ;
ଏଜ୍ରା 10 : 38 (ORV)
ଆଉ, ବାନି ଓ ବିନ୍ନୁୟି, ଶିମୀୟି;
ଏଜ୍ରା 10 : 39 (ORV)
ଶେଲିମୀୟ ଓ ନାଥନ୍ ଓ ଅଦାୟା;
ଏଜ୍ରା 10 : 40 (ORV)
ମଗ୍ନଦ୍ବୟ, ଶାଶୟ, ଶାରୟ;
ଏଜ୍ରା 10 : 41 (ORV)
ଅସରେଲ ଓ ଶେଲିମୀୟ, ଶମରୀୟ;
ଏଜ୍ରା 10 : 42 (ORV)
ଶଲ୍ଲୁମ୍, ଅମରୀୟ, ଯୋଷେଫ୍ ।
ଏଜ୍ରା 10 : 43 (ORV)
ନବୋର ସନ୍ତାନଗଣ ମଧ୍ୟରୁ ଯୀୟୟେଲ, ମତ୍ତଥୀୟ, ସାବଦ୍, ସବୀନଃ, ଇଦ୍ଦୋ ଓ ଯୋୟେଲ, ବନାୟ;
ଏଜ୍ରା 10 : 44 (ORV)
ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44

BG:

Opacity:

Color:


Size:


Font: