ଯିହିଜିକଲ 29 : 1 (ORV)
ଦଶମ ବର୍ଷର ଦଶମ ମାସ, ମାସର ଦ୍ଵାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
ଯିହିଜିକଲ 29 : 2 (ORV)
ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ବିରୁଦ୍ଧରେ ଆପଣା ମୁଖ ରଖ, ପୁଣି ତାହା ବିରୁଦ୍ଧରେ ଓ ସମୁଦାୟ ମିସର ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
ଯିହିଜିକଲ 29 : 3 (ORV)
ଏହି କଥା କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ହେ ମିସର-ରାଜା ଫାରୋ, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ତୁମ୍ଭେ ଆପଣା ସ୍ରୋତସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ତ କୁମ୍ଭୀର, ତୁମ୍ଭେ କହିଅଛ, ମୋର ନଦୀ ମୋର, ମୁଁ ଆପଣା ପାଇଁ ତାହା ସୃଷ୍ଟି କରିଅଛି ।
ଯିହିଜିକଲ 29 : 4 (ORV)
ମାତ୍ର ଆମ୍ଭେ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା ଓ ଆମ୍ଭେ ତୁମ୍ଭ ସ୍ରୋତସମୂହରେ ମତ୍ସ୍ୟସକଳକୁ ତୁମ୍ଭ ଦେହର କାତିରେ ଲଗାଇବା; ଆଉ, ଆମ୍ଭେ ତୁମ୍ଭ ସ୍ରୋତସମୂହର ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ବାହାର କରି ଉପରକୁ ଆଣିବା ।
ଯିହିଜିକଲ 29 : 5 (ORV)
ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ି ଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କି ସଞ୍ଚିତ ହେବ ନାହିଁ ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ ।
ଯିହିଜିକଲ 29 : 6 (ORV)
ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ମିସରନିବାସୀ ସମସ୍ତେ ଜାଣିବେ । କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ନଳର ଯଷ୍ଟି ହୋଇଅଛନ୍ତି ।
ଯିହିଜିକଲ 29 : 7 (ORV)
ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟୀଦେଶ ଅଚଳ କଲ ।
ଯିହିଜିକଲ 29 : 8 (ORV)
ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ଼୍‍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା ।
ଯିହିଜିକଲ 29 : 9 (ORV)
ପୁଣି, ମିସର ଦେଶ ଧ୍ଵଂସିତ ଓ ଶୂନ୍ୟ ସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି ।
ଯିହିଜିକଲ 29 : 10 (ORV)
ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି ଆମ୍ଭେ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତା; ଶୂନ୍ୟ ଓ ଧ୍ଵଂସସ୍ଥାନ କରିବା ।
ଯିହିଜିକଲ 29 : 11 (ORV)
କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି-ସ୍ଥାନ ନୋହିବ ।
ଯିହିଜିକଲ 29 : 12 (ORV)
ପୁଣି, ଆମ୍ଭେ ମିସର ଦେଶକୁ ଧ୍ଵଂସିତ ଦେଶସମୂହର ମଧ୍ୟରେ ଧ୍ଵଂସସ୍ଥାନ କରିବା ଓ ତାହାର ନଗରସମୂହ ଉଚ୍ଛିନ୍ନ ନଗରସମୂହ ମଧ୍ୟରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଧ୍ଵଂସସ୍ଥାନ ହୋଇ ରହିବ; ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା ।
ଯିହିଜିକଲ 29 : 13 (ORV)
କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି: ମିସ୍ରୀୟମାନେ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଚାଳିଶ ବର୍ଷର ଶେଷରେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା;
ଯିହିଜିକଲ 29 : 14 (ORV)
ଆଉ, ଆମ୍ଭେ ମିସରର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା ଓ ସେମାନଙ୍କର ଜନ୍ମ-ସ୍ଥାନ ପଥ୍ରୋଷ୍ ଦେଶକୁ ସେମାନଙ୍କୁ ଫେରାଇ ଆଣିବା, ପୁଣି ସେଠାରେ ସେମାନେ ଗୋଟିଏ ନୀଚ ରାଜ୍ୟ ହୋଇ ରହିବେ ।
ଯିହିଜିକଲ 29 : 15 (ORV)
ନାନା ରାଜ୍ୟ ମଧ୍ୟରେ ତାହା ନୀତତମ ହେବ ଓ ନାନା ଗୋଷ୍ଠୀୟ-ମାନଙ୍କ ମଧ୍ୟରେ ସେ ଆପଣାକୁ ଆଉ ଉନ୍ନତ କରିବ ନାହିଁ; ପୁଣି, ଆମ୍ଭେ ସେମାନଙ୍କୁ ନ୍ୟୂନ କରିବା, ତହିଁରେ ସେମାନେ ଗୋଷ୍ଠୀଗଣ ଉପରେ ଆଉ କର୍ତ୍ତୃତ୍ଵ କରିବେ ନାହିଁ ।
ଯିହିଜିକଲ 29 : 16 (ORV)
ଆଉ, ଇସ୍ରାଏଲ ବଂଶ ମିସ୍ରୀୟମାନଙ୍କର ଅନୁସରଣ କରିବା ପାଇଁ ଫେରିବା ବେଳେ ମିସର, ସେମାନଙ୍କର ଅପରାଧ ସ୍ମରଣାର୍ଥକ ବିଶ୍ଵାସ-ଭୂମି ଆଉ ହେବ ନାହିଁ ତହିଁରେ ଆମ୍ଭେ ଯେ ପ୍ରଭୁ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
ଯିହିଜିକଲ 29 : 17 (ORV)
ଅନନ୍ତର ସତାଇଶ ବର୍ଷର ପ୍ରଥମ ମାସରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
ଯିହିଜିକଲ 29 : 18 (ORV)
ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମ; ସୋରଠାରୁ କିଛି ବର୍ତ୍ତନ ପାଇଲେ ନାହିଁ;
ଯିହିଜିକଲ 29 : 19 (ORV)
ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲର ରାଜା ନବୁଖଦ୍ନିତ୍ସରକୁ ମିସର ଦେଶ ଦେବାନ୍ତ ତହିଁରେ ସେ ତାହାର ଲୋକାରଣ୍ୟକୁ ନେଇଯିବ ଓ ତାହାର ଦ୍ରବ୍ୟ ଲୁଟି ନେବ, ଆଉ ତାହାର ସମ୍ପତ୍ତି ଅପହରଣ କରିବ; ପୁଣି ଏହା ତାହାର ସୈନ୍ୟସାମନ୍ତର ବେତନ ହେବ ।
ଯିହିଜିକଲ 29 : 20 (ORV)
ସେ ଯହିଁ ପାଇଁ ପରିଶ୍ରମ କଲା, ତାହାର ସେହି ପୁରସ୍କାର ରୂପେ ଆମ୍ଭେ ତାହାକୁ ମିସର ଦେଶ ଦେଇଅଛୁ, କାରଣ ସେମାନେ ଆମ୍ଭ ନିମନ୍ତେ କାର୍ଯ୍ୟ କଲେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
ଯିହିଜିକଲ 29 : 21 (ORV)
ସେଦିନ ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବା, ପୁଣି ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବା: ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21

BG:

Opacity:

Color:


Size:


Font: