ଯାତ୍ରା ପୁସ୍ତକ 31 : 1 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
ଯାତ୍ରା ପୁସ୍ତକ 31 : 2 (ORV)
ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲୁ
ଯାତ୍ରା ପୁସ୍ତକ 31 : 3 (ORV)
ପୁଣି ଶିଳ୍ପକର୍ମ, ଅର୍ଥାତ୍, ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଓ ଖଚନାର୍ଥକ ମଣି-କର୍ତ୍ତନ ଓ କାଷ୍ଠ-ଖୋଦନ ପ୍ରଭୃତି
ଯାତ୍ରା ପୁସ୍ତକ 31 : 4 (ORV)
ସର୍ବପ୍ରକାର ଶିଳ୍ପକର୍ମ କରଣାର୍ଥେ
ଯାତ୍ରା ପୁସ୍ତକ 31 : 5 (ORV)
ତାହାକୁ ଜ୍ଞାନ, ବୃଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କଲୁ ।
ଯାତ୍ରା ପୁସ୍ତକ 31 : 6 (ORV)
ଆଉ ଦେଖ, ଆମ୍ଭେ ଦାନବଂଶଜାତ ଅହୀଷାମକର ପୁତ୍ର ଅହଲୀୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କଲୁ; ପୁଣି ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଲୁନ୍ତଏଣୁ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଲୁ, ତାହାସବୁ ସେମାନେ ନିର୍ମାଣ କରିବେ ।
ଯାତ୍ରା ପୁସ୍ତକ 31 : 7 (ORV)
ଅର୍ଥାତ୍, ସମାଗମ-ତମ୍ଵୁ ଓ ସାକ୍ଷ୍ୟସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ଓ ତମ୍ଵୁର ସମସ୍ତ ପାତ୍ର,
ଯାତ୍ରା ପୁସ୍ତକ 31 : 8 (ORV)
ଆଉ ମେଜ ଓ ତହିଁର ପାତ୍ରାଦି ଓ ନିର୍ମଳ ଦୀପବୃକ୍ଷ ଓ ତହିଁର ସମସ୍ତ ପାତ୍ର ଓ ଧୂପବେଦି
ଯାତ୍ରା ପୁସ୍ତକ 31 : 9 (ORV)
ଓ ହୋମବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି,
ଯାତ୍ରା ପୁସ୍ତକ 31 : 10 (ORV)
ପୁଣି ସୁଶୋଭିତ ବସ୍ତ୍ର ଓ ଯାଜକକର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର,
ଯାତ୍ରା ପୁସ୍ତକ 31 : 11 (ORV)
ପୁଣି ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଲୁ, ତଦନୁସାରେ ସେମାନେ କରିବେ ।
ଯାତ୍ରା ପୁସ୍ତକ 31 : 12 (ORV)
ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
ଯାତ୍ରା ପୁସ୍ତକ 31 : 13 (ORV)
ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମଦିନ ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ ।
ଯାତ୍ରା ପୁସ୍ତକ 31 : 14 (ORV)
ଏଣୁ ତୁମ୍ଭେମାନେ ବିଶ୍ରାମଦିନ ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟଇ; ଯେ କେହି ତାହା ଅପବିତ୍ର କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ତ ହେବ; ପୁଣି ଯେ କୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ ।
ଯାତ୍ରା ପୁସ୍ତକ 31 : 15 (ORV)
ଛଅ ଦିନ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହାବିଶ୍ରାମଦିନ; ସେହି ବିଶ୍ରାମଦିନରେ ଯେ କେହି କାର୍ଯ୍ୟ କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ତ ହେବ ।
ଯାତ୍ରା ପୁସ୍ତକ 31 : 16 (ORV)
ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମଦିନ ପାଳନ କରିବେ ।
ଯାତ୍ରା ପୁସ୍ତକ 31 : 17 (ORV)
ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ତଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ଵାସିତ ହୋଇଥିଲେ ।
ଯାତ୍ରା ପୁସ୍ତକ 31 : 18 (ORV)
ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସାଙ୍ଗ କରି ସାକ୍ଷ୍ୟ ସ୍ଵରୂପ ଦୁଇ ପଟା, ଅର୍ଥାତ୍, ପରମେଶ୍ଵରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ ।

1 2 3 4 5 6 7 8 9 10 11 12 13 14 15 16 17 18