ଯାତ୍ରା ପୁସ୍ତକ 26 : 1 (ORV)
ଆହୁରି ତୁମ୍ଭେ ଦଶ ଯବନିକା ଦ୍ଵାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ ଓ ନୀଳ ଓ ଧୂମ୍ର ଓ ସିନ୍ଦୂରଣବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପିତ କିରୂବମାନଙ୍କର ଆକୃତି ରହିବ।
ଯାତ୍ରା ପୁସ୍ତକ 26 : 2 (ORV)
ସେହି ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ ଓ ଚାରି ହସ୍ତ ପ୍ରସ୍ଥ, ସମସ୍ତ ଯବନିକାର ଏକ ପରିମାଣ ହେବ ।
ଯାତ୍ରା ପୁସ୍ତକ 26 : 3 (ORV)
ପୁଣି ଏକତ୍ର ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ, ଆଉ ଅବଶିଷ୍ଟ ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ ।
ଯାତ୍ରା ପୁସ୍ତକ 26 : 4 (ORV)
ଆଉ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଘୁଣ୍ତିଘରା କରିବ ଓ ଯୋଡ଼ ସ୍ଥାନରେ ଦ୍ଵିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ ।
ଯାତ୍ରା ପୁସ୍ତକ 26 : 5 (ORV)
ଅର୍ଥାତ୍, ପ୍ରଥମ ଯବନିକାର ଧଡ଼ିରେ ପଚାଶ ଘୁଣ୍ତିଘରା କରିବ ଓ ଯୋଡ଼ସ୍ଥାନର ଦ୍ଵିତୀୟ ଯବନିକାର ଧଡ଼ିରେ ପଚାଶ ଘୁଣ୍ତିଘରା କରିବ; ସେହି ଦୁଇ ଘୁଣ୍ତିଘରା-ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ ।
ଯାତ୍ରା ପୁସ୍ତକ 26 : 6 (ORV)
ପୁଣି ପଚାଶ ସ୍ଵର୍ଣ୍ଣ ଘୁଣ୍ତି କରି ଘୁଣ୍ତିରେ ଯବନିକାସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ ।
ଯାତ୍ରା ପୁସ୍ତକ 26 : 7 (ORV)
ଆଉ ସେହି ଆବାସ ଉପରେ ଆଚ୍ଛାଦନାର୍ଥକ ତମ୍ଵୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 8 (ORV)
ସେହି ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ; ଏହି ଏକାଦଶ ଯବନିକାର ଏକ ପରିମାଣ ହେବ ।
ଯାତ୍ରା ପୁସ୍ତକ 26 : 9 (ORV)
ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ଵୁ ସମ୍ମୁଖରେ ରଖିବ ।
ଯାତ୍ରା ପୁସ୍ତକ 26 : 10 (ORV)
ଆଉ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଚାଶ ଘୁଣ୍ତିଘରା କରିବ ଓ ଦ୍ଵିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଘୁଣ୍ତିଘରା କରିବ ।
ଯାତ୍ରା ପୁସ୍ତକ 26 : 11 (ORV)
ଆଉ ପିତ୍ତଳର ପଚାଶ ଘୁଣ୍ତି କରି ସେହି ଘୁଣ୍ତିଘରାରେ ପ୍ରବେଶ କରାଇ ତମ୍ଵୁ ଯୋଡ଼ିବ; ତହିଁରେ ତାହା ଏକ ତମ୍ଵୁ ହେବ ।
ଯାତ୍ରା ପୁସ୍ତକ 26 : 12 (ORV)
ସେହି ତମ୍ଵୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍, ଯେଉଁ ଅର୍ଦ୍ଧ ଯବନିକା ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍ ପାର୍ଶ୍ଵରେ ଓହଳି ରହିବ ।
ଯାତ୍ରା ପୁସ୍ତକ 26 : 13 (ORV)
ଆଉ ତମ୍ଵୁ ଯବନିକାର ଦୀର୍ଘତାର ଯେଉଁ ଅଂଶ ଏପାର୍ଶ୍ଵରେ ଏକ ହସ୍ତ ଓ ସେପାର୍ଶ୍ଵରେ ଏକ ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏପାର୍ଶ୍ଵ-ସେପାର୍ଶ୍ଵରେ ଆଚ୍ଛାଦନାର୍ଥେ ଝୁଲିବ ।
ଯାତ୍ରା ପୁସ୍ତକ 26 : 14 (ORV)
ଏଉତ୍ତାରେ ତୁମ୍ଭେ ରକ୍ତୀକୃତ ମେଷଚର୍ମରେ ତମ୍ଵୁର ଏକ ଛାତ କରିବ, ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ ।
ଯାତ୍ରା ପୁସ୍ତକ 26 : 15 (ORV)
ଅନନ୍ତର ତୁମ୍ଭେ ଆବାସ ନିମନ୍ତେ ଶିଟୀମ୍ କାଷ୍ଠର ଠିଆପଟା ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 26 : 16 (ORV)
ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ହେବ ।
ଯାତ୍ରା ପୁସ୍ତକ 26 : 17 (ORV)
ତହିଁର ପରସ୍ପର ଅନୁରୂପ ଦୁଇ ପାଦ କରିବ; ଏହିରୂପେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କରିବ ।
ଯାତ୍ରା ପୁସ୍ତକ 26 : 18 (ORV)
ଆଉ ଆବାସ ନିମନ୍ତେ ଯେ ସବୁ ପଟା କରିବ, ସେ ସବୁ ମଧ୍ୟରୁ ଦକ୍ଷିଣ ଦିଗରେ ଦକ୍ଷିଣ ପାର୍ଶ୍ଵ ନିମନ୍ତେ କୋଡ଼ିଏ ପଟା ।
ଯାତ୍ରା ପୁସ୍ତକ 26 : 19 (ORV)
ପୁଣି ସେହି କୋଡ଼ିଏ ପଟା ତଳେ ଚାଳିଶ ରୂପାର ଚୁଙ୍ଗୀ କରିବ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 26 : 20 (ORV)
ପୁଣି ଆବାସର ଅନ୍ୟ ପାର୍ଶ୍ଵ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ ।
ଯାତ୍ରା ପୁସ୍ତକ 26 : 21 (ORV)
ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ; ଏରୂପେ ରୂପାର ଚାଳିଶ ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 26 : 22 (ORV)
ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ଵ ନିମନ୍ତେ ଛଅ ଖଣ୍ତ ପଟା ହେବ ।
ଯାତ୍ରା ପୁସ୍ତକ 26 : 23 (ORV)
ପୁଣି ଆବାସର ସେହି ପଶ୍ଚାଦ୍ଭାଗର ଦୁଇ କୋଣରେ ଦୁଇ ଖଣ୍ତ ପଟା ଦେବ ।
ଯାତ୍ରା ପୁସ୍ତକ 26 : 24 (ORV)
ପୁଣି ତହିଁ ତଳେ ଯୋଡ଼ ହେବ ଓ ସେହି ରୂପେ ତହିଁ ମୁଣ୍ତରେ ପ୍ରଥମ କଡ଼ା ନିକଟରେ ଯୋଡ଼ା ହେବ; ଏହିରୂପେ ଦୁଇରେ ହେବ; ତାହାସବୁ ଦୁଇ କୋଣ ନିମନ୍ତେ ହେବ ।
ଯାତ୍ରା ପୁସ୍ତକ 26 : 25 (ORV)
ତହିଁରେ ତହିଁର ପଟା ଆଠ ଖଣ୍ତ ହେବ ଓ ତହିଁର ଷୋଳ ରୂପା ଚୁଙ୍ଗୀ ହେବ; ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଚୁଙ୍ଗୀ ହେବ ।
ଯାତ୍ରା ପୁସ୍ତକ 26 : 26 (ORV)
ଆଉ ତୁମ୍ଭେ ଶିଟୀମ୍ କାଷ୍ଠର ଅର୍ଗଳ ପ୍ରସ୍ତୁତ କରିବ; ଆବାସର ଏକପାର୍ଶ୍ଵସ୍ଥ ପଟାରେ ପାଞ୍ଚ ଅର୍ଗଳ ଓ ଅନ୍ୟପାର୍ଶ୍ଵସ୍ଥ ପଟାରେ ପାଞ୍ଚ ଅର୍ଗଳ
ଯାତ୍ରା ପୁସ୍ତକ 26 : 27 (ORV)
ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ଵର ପଟାରେ ପାଞ୍ଚ ଅର୍ଗଳ ଦେବ ।
ଯାତ୍ରା ପୁସ୍ତକ 26 : 28 (ORV)
ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟଦେଶରେ ଏ ମୁଣ୍ତରୁ ସେ ମୁଣ୍ତ ଯାଏ ପାଇବ।
ଯାତ୍ରା ପୁସ୍ତକ 26 : 29 (ORV)
ଆଉ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ, ପୁଣି ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇବ ।
ଯାତ୍ରା ପୁସ୍ତକ 26 : 30 (ORV)
ଏହି ପ୍ରକାରେ ଆବାସର ଯେଉଁ ଆଦର୍ଶ ପର୍ବତରେ ତୁମ୍ଭକୁ ପ୍ରଦର୍ଶିତ ହୋଇଅଛି; ତଦନୁସାରେ ତାହା ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 31 (ORV)
ଆଉ ତୁମ୍ଭେ ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କରିବ; ତାହା ନିପୁଣ ଶିଳ୍ପାକାରର କର୍ମରେ କିରୂବଗଣର ଆକୃତିବିଶିଷ୍ଟ କରାଯିବ ।
ଯାତ୍ରା ପୁସ୍ତକ 26 : 32 (ORV)
ତୁମ୍ଭେ ତାହା ସୁବର୍ଣ୍ଣରେ ମଡ଼ାଇ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ ଉପରେ ଟଙ୍ଗାଇବ; ପୁଣି ରୂପାର ଚାରି ଚୁଙ୍ଗୀ ଉପରେ ସେମାନଙ୍କ ସ୍ଵର୍ଣ୍ଣର ଆଙ୍କଡ଼ାସବୁ ବସାଇବ ।
ଯାତ୍ରା ପୁସ୍ତକ 26 : 33 (ORV)
ପୁଣି ଘୁଣ୍ତିସବୁର ତଳେ ବିଚ୍ଛେଦବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ ।
ଯାତ୍ରା ପୁସ୍ତକ 26 : 34 (ORV)
ଆଉ ତୁମ୍ଭେ ମହାପବିତ୍ର ସ୍ଥାନରେ ସାକ୍ଷ୍ୟସିନ୍ଦୁକ ଉପରେ ପାପାଚ୍ଛାଦନ ରଖିବ ।
ଯାତ୍ରା ପୁସ୍ତକ 26 : 35 (ORV)
ବିଚ୍ଛେଦବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ ।
ଯାତ୍ରା ପୁସ୍ତକ 26 : 36 (ORV)
ପୁଣି ଆବାସର ଦ୍ଵାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନବସ୍ତ୍ର ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 26 : 37 (ORV)
ସେହି ଆଚ୍ଛାଦନବସ୍ତ୍ର ନିମନ୍ତେ ପାଞ୍ଚଗୋଟି ଶିଟୀମ୍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ଵର୍ଣ୍ଣ ମଡ଼ାଇବ, ପୁଣି ସ୍ଵର୍ଣ୍ଣରେ ତହିଁର ଆଙ୍କଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: