ଯାତ୍ରା ପୁସ୍ତକ 2 : 1 (ORV)
ଅନନ୍ତର ଲେବୀ ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବୀ ବଂଶଜାତା ଏକ କନ୍ୟାକୁ ବିବାହ କଲା ।
ଯାତ୍ରା ପୁସ୍ତକ 2 : 2 (ORV)
ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା; ପୁଣି ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନ ମାସ ଯାଏ ଗୋପନରେ ରଖିଲା ।
ଯାତ୍ରା ପୁସ୍ତକ 2 : 3 (ORV)
ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନଦୀ ତୀରସ୍ଥ ନଳବନରେ ରଖିଲା ।
ଯାତ୍ରା ପୁସ୍ତକ 2 : 4 (ORV)
ପୁଣି ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା ।
ଯାତ୍ରା ପୁସ୍ତକ 2 : 5 (ORV)
ଅନନ୍ତର ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକି ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ । ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକି ପଠାଇଲା ।
ଯାତ୍ରା ପୁସ୍ତକ 2 : 6 (ORV)
ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକ କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, ଏଇଟି ଏବ୍ରୀୟ ବାଳକ ।
ଯାତ୍ରା ପୁସ୍ତକ 2 : 7 (ORV)
ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକି ଡାକି ଆଣିବି?
ଯାତ୍ରା ପୁସ୍ତକ 2 : 8 (ORV)
ତହିଁରେ ଫାରୋଙ୍କର କନ୍ୟା କହିଲା, ଯାଅ; ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା ।
ଯାତ୍ରା ପୁସ୍ତକ 2 : 9 (ORV)
ତେବେ ଫାରୋଙ୍କର କନ୍ୟା ତାହାକୁ କହିଲା, ତୁମ୍ଭେ ଏ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବର୍ତ୍ତନ ଦେବି; ତହିଁରେ ସେ ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା ।
ଯାତ୍ରା ପୁସ୍ତକ 2 : 10 (ORV)
ଅନନ୍ତର ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା । ତହିଁରେ ବାଳକ ତାହାର ପୁତ୍ର ହେଲା । ତେଣୁ ସେ ତାହାର ନାମ ମୋଶା (ଆକର୍ଷିତ) ଦେଲା; କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି । ମୋଶାଙ୍କର ମିଦୀୟନକୁ ପଳାୟନ
ଯାତ୍ରା ପୁସ୍ତକ 2 : 11 (ORV)
କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି ଜଣେ ମିସ୍ରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀକି ପ୍ରହାର କରୁଥିବାର ଦେଖିଲେ ।
ଯାତ୍ରା ପୁସ୍ତକ 2 : 12 (ORV)
ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସ୍ରୀୟକୁ ବଧ କରି ବାଲିରେ ପୋତି ଦେଲେ।
ଯାତ୍ରା ପୁସ୍ତକ 2 : 13 (ORV)
ଆଉ ଦ୍ଵିତୀୟ ଦିନ ସେ ବାହାରକୁ ଯାଇ ଦୁଇ ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକକୁ କହିଲେ, ତୁମ୍ଭେ ଆପଣା ଭାଇକି କାହିଁକି ପ୍ରହାର କରୁଅଛ?
ଯାତ୍ରା ପୁସ୍ତକ 2 : 14 (ORV)
ତହିଁରେ ସେ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସ୍ରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ପାଞ୍ଚୁଅଛ? ତହିଁରେ ମୋଶା ଭୟ ପାଇ କହିଲେ, ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି ।
ଯାତ୍ରା ପୁସ୍ତକ 2 : 15 (ORV)
ଅନନ୍ତର ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ । ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇଗୋଟିଏ କୂପ ନିକଟରେ ବସିଲେ ।
ଯାତ୍ରା ପୁସ୍ତକ 2 : 16 (ORV)
ମିଦୀୟନୀୟ ଯାଜକର ସାତଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳପାନ କରାଇବା ପାଇଁ ଜଳ କାଢ଼ିକୁଣ୍ତ ପରିପୂର୍ଣ୍ଣ କଲେ ।
ଯାତ୍ରା ପୁସ୍ତକ 2 : 17 (ORV)
ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ, ମାତ୍ର ମୋଶା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ମେଷପଲକୁ ଜଳପାନ କରାଇଲେ।
ଯାତ୍ରା ପୁସ୍ତକ 2 : 18 (ORV)
ଅନନ୍ତର ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ?
ଯାତ୍ରା ପୁସ୍ତକ 2 : 19 (ORV)
ତହିଁରେ ସେମାନେ କହିଲେ, ଜଣେ ମିସ୍ରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳପାନ କରାଇଲା ।
ଯାତ୍ରା ପୁସ୍ତକ 2 : 20 (ORV)
ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, ସେ କେଉଁଠାରେ? ତୁମ୍ଭେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ; ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ ।
ଯାତ୍ରା ପୁସ୍ତକ 2 : 21 (ORV)
ଅନନ୍ତର ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା ।
ଯାତ୍ରା ପୁସ୍ତକ 2 : 22 (ORV)
ଏଥିଉତ୍ତାରେ ସେ ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ, ମୋଶା ତାହାର ନାମ ଗେର୍ଶୋମ୍ (ଅତ୍ର-ପ୍ରବାସୀ) ଦେଲେ; କାରଣ ସେ କହିଲେ, ମୁଁ ବିଦେଶରେ ପ୍ରବାସୀ ହୋଇଅଛି ।
ଯାତ୍ରା ପୁସ୍ତକ 2 : 23 (ORV)
ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ଵରଙ୍କ ଛାମୁରେ ଉପସ୍ଥିତ ହେଲା।
ଯାତ୍ରା ପୁସ୍ତକ 2 : 24 (ORV)
ତହିଁରେ ପରମେଶ୍ଵର ସେମାନଙ୍କ ଆର୍ତ୍ତସ୍ଵର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି,
ଯାତ୍ରା ପୁସ୍ତକ 2 : 25 (ORV)
ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25