ଉପଦେଶକ 5 : 1 (ORV)
ତୁମ୍ଭେ ପରମେଶ୍ଵରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳିଣଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ ।
ଉପଦେଶକ 5 : 2 (ORV)
ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ ଓ ପରମେଶ୍ଵରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ; କାରଣ ପରମେଶ୍ଵର ସ୍ଵର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ; ଏହେତୁ ତୁମ୍ଭର କଥା ଅଳ୍ପ ହେଉ ।
ଉପଦେଶକ 5 : 3 (ORV)
କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ଵପ୍ନ ହୁଏ; ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ ।
ଉପଦେଶକ 5 : 4 (ORV)
ତୁମ୍ଭେ ପରମେଶ୍ଵରଙ୍କ ନିକଟରେ ମାନତ କଲେ, ତାହା ପରିଶୋଧ କରିବାକୁ ବିଳମ୍ଵ କର ନାହିଁ; କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ; ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର ।
ଉପଦେଶକ 5 : 5 (ORV)
ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ ।
ଉପଦେଶକ 5 : 6 (ORV)
ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ; କିଅବା ଏହା ଭ୍ରମ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ; କାହିଁକି ପରମେଶ୍ଵର ତୁମ୍ଭ ରବରେ କ୍ରୁଦ୍ଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ?
ଉପଦେଶକ 5 : 7 (ORV)
କାରଣ ସ୍ଵପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ଵାରା ଏରୂପ ଘଟେ; ମାତ୍ର ତୁମ୍ଭେ ପରମେଶ୍ଵରଙ୍କୁ ଭୟ କର ।
ଉପଦେଶକ 5 : 8 (ORV)
ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାରପୂର୍ବକ ବିଚାର ଓ ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ; କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି; ପୁଣି, ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି ।
ଉପଦେଶକ 5 : 9 (ORV)
ଆହୁରି, ପୃଥିବୀର ଫଳ ସମସ୍ତଙ୍କ ପାଇଁ; କ୍ଷେତ୍ର ଦ୍ଵାରା ରାଜା ଆପେ ସେବିତ ହୁଏ ।
ଉପଦେଶକ 5 : 10 (ORV)
ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର ।
ଉପଦେଶକ 5 : 11 (ORV)
ସମ୍ପତ୍ତି ବୃଦ୍ଧି ପାଇଲେ, ତହିଁର ଭୋକ୍ତାମାନେ ବୃଦ୍ଧି ପାଆନ୍ତି; ଏଣୁ ଆପଣା ଚକ୍ଷୁରେ ଦେଖିବା ଛଡ଼ା ତହିଁର ଅଧିକାରୀର କି ଲାଭ?
ଉପଦେଶକ 5 : 12 (ORV)
ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ; ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ ।
ଉପଦେଶକ 5 : 13 (ORV)
ଧନାଧିକାରୀ ଦ୍ଵାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ଵରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;
ଉପଦେଶକ 5 : 14 (ORV)
ଆଉ, ଦୁର୍ଘଟଣା ଦ୍ଵାରା ସେହିସବୁ ଧନ କ୍ଷୟ ପାଏ; ପୁଣି, ସେ ପୁତ୍ର ଜାତ କଲେ, ତାହା ହସ୍ତରେ କିଛି ନ ଥାଏ ।
ଉପଦେଶକ 5 : 15 (ORV)
ସେ ଆପଣା ମାତୃଗର୍ଭରୁ ଯେପରି ଆସିଲା, ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ, ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ଵହସ୍ତରେ ଯାହା ବହି ନେଇ ପାରିବ, ଏପରି କିଛି ସଙ୍ଗେ ନେବ ନାହିଁ ।
ଉପଦେଶକ 5 : 16 (ORV)
ପୁଣି, ସେ ଯେପରି ଆସିଲା, ସର୍ବତୋଭାବେ ଯେ ସେପରି ଯିବ, ଏହା ହିଁ ବ୍ୟାଧି ସ୍ଵରୂପ ଅନିଷ୍ଟ; ଏଣୁ ବାୟୁ ନିମନ୍ତେ ସେ ପରିଶ୍ରମ କଲେ, ତାହାର କି ଲାଭ?
ଉପଦେଶକ 5 : 17 (ORV)
ଆହୁରି, ସେ ଯାବଜ୍ଜୀବନ ଅନ୍ଧକାରରେ ଆହାର କରେ, ପୁଣି ସେ ଅତିଶୟ ବିରକ୍ତ ହୁଏ, ଆଉ ତାହାକୁ ପୀଡ଼ା ଓ କୋପ ଘଟେ ।
ଉପଦେଶକ 5 : 18 (ORV)
ଦେଖ, ଭୋଜନପାନ କରିବାର ଓ ପରମେଶ୍ଵରଙ୍କ ଦତ୍ତ ପରମାୟୁ ମଧ୍ୟରେ ମନୁଷ୍ୟ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମ କରେ, ସେହି ସମସ୍ତ ପରିଶ୍ରମରେ ସୁଖଭୋଗ କରିବାର, ଏହା ହିଁ ତାହା ପକ୍ଷରେ ଉତ୍ତମ ଓ ମନୋହର ବୋଲି ମୁଁ ଦେଖିଅଛି; କାରଣ ଏହା ହିଁ ତାହାର ଅଂଶ ।
ଉପଦେଶକ 5 : 19 (ORV)
ଆହୁରି, ପରମେଶ୍ଵର କୌଣସି ବ୍ୟକ୍ତିକି ଧନ ସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ, ଏହା ହିଁ ପରମେଶ୍ଵରଙ୍କ ଦାନ ।
ଉପଦେଶକ 5 : 20 (ORV)
ଯେହେତୁ ସେ ଆପଣା ପରମାୟୁର ଦିନସବୁ ଅଧିକ ସ୍ମରଣ କରିବ ନାହିଁ; କାରଣ ପରମେଶ୍ଵର ତାହାର ହୃଦୟରେ ଆନନ୍ଦ ଜନ୍ମାଇ ତାହାକୁ ଉତ୍ତର ଦିଅନ୍ତି ।
❮
❯