ଦିତୀୟ ବିବରଣ 34 : 1 (ORV)
ଅନନ୍ତର ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ପିସ୍ଗା ଶୃଙ୍ଗ ଆରୋହଣ କଲେ । ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ;
ଦିତୀୟ ବିବରଣ 34 : 2 (ORV)
ପୁଣି ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ;
ଦିତୀୟ ବିବରଣ 34 : 3 (ORV)
ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ ।
ଦିତୀୟ ବିବରଣ 34 : 4 (ORV)
ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ବିଷୟରେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ଵଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ ।
ଦିତୀୟ ବିବରଣ 34 : 5 (ORV)
ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ ।
ଦିତୀୟ ବିବରଣ 34 : 6 (ORV)
ପୁଣି ସେ ମୋୟାବ ଦେଶରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବରସ୍ଥାନ କେହି ଜାଣେ ନାହିଁ ।
ଦିତୀୟ ବିବରଣ 34 : 7 (ORV)
ମରଣ କାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ଵାଭାବିକ ବଳ ହ୍ରାସ ପାଇ ନ ଥିଲା ।
ଦିତୀୟ ବିବରଣ 34 : 8 (ORV)
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା ।
ଦିତୀୟ ବିବରଣ 34 : 9 (ORV)
ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ ।
ଦିତୀୟ ବିବରଣ 34 : 10 (ORV)
ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ
ଦିତୀୟ ବିବରଣ 34 : 11 (ORV)
ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ,
ଦିତୀୟ ବିବରଣ 34 : 12 (ORV)
ପୁଣି ମୋଶା ସମସ୍ତ ବାହୁବଳ ଓ ମହାତ୍ରାସର ଯେସବୁ କର୍ମ ସମସ୍ତ ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେସବୁ ବିଷୟରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍ବକ୍ତା ସେହି ଦିନାବଧି ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି ।

1 2 3 4 5 6 7 8 9 10 11 12

BG:

Opacity:

Color:


Size:


Font: