ଦିତୀୟ ବିବରଣ 30 : 1 (ORV)
ମୁଁ ତୁମ୍ଭ ସମ୍ମୁଖରେ ଏହି ଯେଉଁ ଆଶୀର୍ବାଦ ଓ ଶାପ ଥୋଇଲି, ସେସବୁ ଯେତେବେଳେ ତୁମ୍ଭ ପ୍ରତି ଘଟିବ, ସେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟକୁ ତୁମ୍ଭକୁ ତଡ଼ି ଦେଇଅଛନ୍ତି, ସେମାନଙ୍କ ମଧ୍ୟରେ ଥାଇ ଯେବେ ତୁମ୍ଭେ ସେସବୁ ସ୍ମରଣ କରିବ;
ଦିତୀୟ ବିବରଣ 30 : 2 (ORV)
ଆଉ ତୁମ୍ଭେ ଓ ତୁମ୍ଭ ସନ୍ତାନଗଣ ଯେବେ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିକଟକୁ ଫେରି ଆସିବ ଓ ଆଜି ମୁଁ ତୁମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଉଅଛି, ତଦନୁସାରେ ଯେବେ ତାହାଙ୍କ ରବରେ ଅବଧାନ କରିବ;
ଦିତୀୟ ବିବରଣ 30 : 3 (ORV)
ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ବନ୍ଦୀତ୍ଵ ଫେରାଇବେ ଓ ତୁମ୍ଭକୁ କରୁଣା କରିବେ ଓ ଫେରି ଆସି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ ।
ଦିତୀୟ ବିବରଣ 30 : 4 (ORV)
ଯେବେ ତୁମ୍ଭର ଦୂରୀକୃତ ଲୋକମାନଙ୍କ ମଧ୍ୟରୁ କେହି ଆକାଶମଣ୍ତଳର ପ୍ରାନ୍ତସୀମାରେ ଥାଏ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସେଠାରୁ ହିଁ ତୁମ୍ଭକୁ ସଂଗ୍ରହ କରିବେ ଓ ସେଠାରୁ ତୁମ୍ଭକୁ ନେଇ ଆସିବେ ।
ଦିତୀୟ ବିବରଣ 30 : 5 (ORV)
ପୁଣି ତୁମ୍ଭ ପୂର୍ବପୁରୁଷମାନେ ଯେଉଁ ଦେଶ ଅଧିକାର କରିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସେହି ଦେଶକୁ ତୁମ୍ଭକୁ ଆଣିବେ ଓ ତୁମ୍ଭେ ତାହା ଅଧିକାର କରିବ; ଆଉ ସେ ତୁମ୍ଭର ମଙ୍ଗଳ କରି ତୁମ୍ଭ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭର ସଂଖ୍ୟା ଅଧିକ ବୃଦ୍ଧି କରିବେ ।
ଦିତୀୟ ବିବରଣ 30 : 6 (ORV)
ପୁଣି ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ ।
ଦିତୀୟ ବିବରଣ 30 : 7 (ORV)
ଆଉ ଯେଉଁମାନେ ତୁମ୍ଭକୁ ତାଡ଼ନା କଲେ, ତୁମ୍ଭର ସେହି ଶତ୍ରୁ ଓ ଘୃଣାକାରୀମାନଙ୍କ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଏହିସବୁ ଶାପ ବର୍ତ୍ତାଇବେ ।
ଦିତୀୟ ବିବରଣ 30 : 8 (ORV)
ଆଉ ତୁମ୍ଭେ ଫେରି ଆସି ସଦାପ୍ରଭୁଙ୍କ ରବରେ ଅବଧାନ କରିବ ଓ ମୁଁ ଆଜି ତାହାଙ୍କର ଯେ ସମସ୍ତ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ତାହାସବୁ ପାଳନ କରିବ ।
ଦିତୀୟ ବିବରଣ 30 : 9 (ORV)
ଯେବେ ତୁମ୍ଭେ ଏହି ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଆଜ୍ଞା ଓ ବିଧିସବୁ ମାନିବାକୁ ତାହାଙ୍କ ରବରେ ଅବଧାନ କରିବ; ଯେବେ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ଆପଣା ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ପ୍ରତି ଫେରିବ;
ଦିତୀୟ ବିବରଣ 30 : 10 (ORV)
ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହସ୍ତକୃତ କର୍ମରେ, ତୁମ୍ଭ ଶରୀରଫଳରେ ଓ ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ; ଯେହେତୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ-ମାନଙ୍କଠାରେ ଯେପରି ଆନନ୍ଦ କରିଥିଲେ, ସେପରି ତୁମ୍ଭ ମଙ୍ଗଳାର୍ଥେ ସେ ପୁନର୍ବାର ତୁମ୍ଭଠାରେ ଆନନ୍ଦ କରିବେ ।
ଦିତୀୟ ବିବରଣ 30 : 11 (ORV)
ଆଜି ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା ଅତିରିକ୍ତ କଠିନ ନୁହେଁ, କିଅବା ଦୂରବର୍ତ୍ତୀ ନୁହେଁ ।
ଦିତୀୟ ବିବରଣ 30 : 12 (ORV)
ତାହା ସ୍ଵର୍ଗରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସ୍ଵର୍ଗକୁ ଯାଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ?
ଦିତୀୟ ବିବରଣ 30 : 13 (ORV)
କିଅବା ତାହା ସମୁଦ୍ର ସେପାରିରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସମୁଦ୍ର ପାର ହୋଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ?
ଦିତୀୟ ବିବରଣ 30 : 14 (ORV)
ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି ।
ଦିତୀୟ ବିବରଣ 30 : 15 (ORV)
ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଲି ।
ଦିତୀୟ ବିବରଣ 30 : 16 (ORV)
ଆଜି ମୁଁ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବାକୁ, ତାହାଙ୍କ ପଥରେ ଚାଲିବାକୁ ଓ ତାହାଙ୍କ ଆଜ୍ଞା ଓ ବିଧି ଓ ଶାସନ ପାଳିବାକୁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା କଲେ ତୁମ୍ଭେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଆଶୀର୍ବାଦ କରିବେ ।
ଦିତୀୟ ବିବରଣ 30 : 17 (ORV)
ମାତ୍ର ଯେବେ ତୁମ୍ଭର ହୃଦୟ ବିମୁଖ ହେବ ଓ ତୁମ୍ଭେ ଶୁଣିବ ନାହିଁ, ମାତ୍ର ଭ୍ରାନ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପ୍ରଣାମ କରିବ ଓ ସେମାନଙ୍କୁ ସେବା କରିବ;
ଦିତୀୟ ବିବରଣ 30 : 18 (ORV)
ତେବେ ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରୁଅଛି ଯେ, ତୁମ୍ଭେମାନେ ନିତା; ବିନଷ୍ଟ ହେବ; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବା ପାଇଁ ଯର୍ଦ୍ଦନ ପାର ହୋଇ ଯାଉଅଛ, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ ନାହିଁ ।
ଦିତୀୟ ବିବରଣ 30 : 19 (ORV)
ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ଵର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଲିନ୍ତଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;
ଦିତୀୟ ବିବରଣ 30 : 20 (ORV)
ଅର୍ଥାତ୍, ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‍ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: