ଦାନିଏଲ 8 : 1 (ORV)
ବେଲ୍ଶତ୍ସର ରାଜାର ରାଜତ୍ଵର ତୃତୀୟ ବର୍ଷରେ ମୁଁ ଦାନିୟେଲ ପ୍ରଥମ ଦର୍ଶନର ଉତ୍ତାରେ ଆଉ ଏକ ଦର୍ଶନ ପାଇଲି ।
ଦାନିଏଲ 8 : 2 (ORV)
ପୁଣି, ମୁଁ ଦର୍ଶନ କ୍ରମେ ଦେଖିଲି; ମୁଁ ଦେଖୁ ଦେଖୁ ଦେଖିଲି ଯେ, ମୁଁ ଏଲମ ପ୍ରଦେଶସ୍ଥ ଶୂଶନ ରାଜଗୃହରେ ଅଛି; ଆଉ, ଦର୍ଶନ କ୍ରମେ ମୁଁ ଦେଖିଲି ଯେ, ମୁଁ ଉଳୟ ନଦୀ ନିକଟରେ ଅଛି ।
ଦାନିଏଲ 8 : 3 (ORV)
ତହିଁରେ ମୁଁ ଚକ୍ଷୁ ମେଲି ଦେଖିଲି ଯେ, ଦେଖ, ନଦୀ ସମ୍ମୁଖରେ ଏକ ମେଷ ଠିଆ ହୋଇଅଛି, ତାହାର ଦୁଇ ଶୃଙ୍ଗ ଓ ସେହି ଦୁଇ ଶୃଙ୍ଗ ଉଚ୍ଚ; ମାତ୍ର ଏକ ଶୃଙ୍ଗ ଅନ୍ୟ ଅପେକ୍ଷା ଉଚ୍ଚ ଓ ଯାହା ଉଚ୍ଚ, ତାହା ପଶ୍ଚାତ୍ ଉତ୍ପନ୍ନ ହେଲା ।
ଦାନିଏଲ 8 : 4 (ORV)
ମୁଁ ସେହି ମେଷକୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ିବାର ଦେଖିଲି; ଆଉ, କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ, କିଅବା ତାହାର ହସ୍ତରୁ ଉଦ୍ଧାର କରିବାକୁ କେହି ନ ଥିଲା; ମାତ୍ର ସେ ସ୍ଵେଚ୍ଛାମତ କର୍ମ କରି ଆପଣାର ବଡ଼ାଇ ପ୍ରକାଶ କଲା ।
ଦାନିଏଲ 8 : 5 (ORV)
ପୁଣି, ମୁଁ ଏ ବିଷୟ ବିବେଚନା କରୁ କରୁ ଦେଖିଲି ଯେ, ଦେଖ, ଏକ ଛାଗ ପଶ୍ଚିମ ଦିଗରୁ ସମୁଦାୟ ପୃଥିବୀ ପାର ହୋଇ ଆସିଲା ଓ ସେ ଭୂମି ସ୍ପର୍ଶ କଲା ନାହିଁ; ଆଉ, ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଗୋଟିଏ ବିଲକ୍ଷଣ ଶୃଙ୍ଗ ଥିଲା ।
ଦାନିଏଲ 8 : 6 (ORV)
ଆଉ, ମୁଁ ଯେଉଁ ଦୁଇ ଶୃଙ୍ଗବିଶିଷ୍ଟ ମେଷକୁ ନଦୀ ସମ୍ମୁଖରେ ଠିଆ ହେବାର ଦେଖିଲି, ତାହା ଆଡ଼କୁ ସେ ଆସି ଆପଣା ବଳର ପ୍ରଚଣ୍ତତାରେ ତାହା ଉପରକୁ ଧାଇଁଲା ।
ଦାନିଏଲ 8 : 7 (ORV)
ପୁଣି, ମୁଁ ଦେଖିଲି ଯେ, ସେ ସେହି ମେଷ ନିକଟକୁ ଆସିଲା ଓ ତାହା ଉପରେ ପ୍ରଚଣ୍ତ କ୍ରୋଧରେ ଉତ୍ତେଜିତ ହୋଇ ସେହି ମେଷକୁ ଆଘାତ କଲା ଓ ତାହାର ଦୁଇ ଶୃଙ୍ଗ ଭାଙ୍ଗି ପକାଇଲା ଓ ତାହା ସମ୍ମୁଖରେ ଠିଆ ହେବା ପାଇଁ ସେହି ମେଷର ଆଉ ଶକ୍ତି ରହିଲା ନାହିଁ; ମାତ୍ର ସେ ଛାଗ ତାହାକୁ ଭୂମିରେ ପକାଇ ପଦରେ ଦଳିଲା, ଆଉ ତାହାର ହସ୍ତରୁ ସେହି ମେଷକୁ ଉଦ୍ଧାର କରିବା ପାଇଁ କେହି ନ ଥିଲା ।
ଦାନିଏଲ 8 : 8 (ORV)
ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ୍ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା ।
ଦାନିଏଲ 8 : 9 (ORV)
ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା ।
ଦାନିଏଲ 8 : 10 (ORV)
ଆଉ, ତାହା ଆକାଶମଣ୍ତଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା ।
ଦାନିଏଲ 8 : 11 (ORV)
ହଁ, ସେ ବାହିନୀଗଣର ଅଧିପତି ବିରୁଦ୍ଧରେ ଆପଣାର ବଡ଼ାଇ କରି ତାହାଙ୍କଠାରୁ ନିତ୍ୟ ହୋମାର୍ଥକ ବଳି ଅପହରଣ କଲା ଓ ତାହାଙ୍କ ଧର୍ମଧାମ ନିପାତିତ ହେଲା ।
ଦାନିଏଲ 8 : 12 (ORV)
ପୁଣି, ଆଜ୍ଞା ଲଙ୍ଘନ ହେତୁରୁ ନିତ୍ୟ ହୋମବଳି ସହିତ ବାହିନୀ ତାହା ହସ୍ତରେ ସମର୍ପିତ ହେଲା ଓ ସେ ସତ୍ୟତାକୁ ଭୂମିରେ ନିପାତ କଲା, ଆଉ ସ୍ଵେଚ୍ଛାମତ କର୍ମ କରି ସଫଳତା ଲାଭ କଲେ ।
ଦାନିଏଲ 8 : 13 (ORV)
ଏଉତ୍ତାରେ ମୁଁ ଏକ ପବିତ୍ର ବ୍ୟକ୍ତି କଥା କହିବାର ଶୁଣିଲି; ଆଉ, ଯେ କଥା କହିଲେ, ତାଙ୍କୁ ଅନ୍ୟ ଏକ ପବିତ୍ର ବ୍ୟକ୍ତି ପଚାରିଲେ, ନିତ୍ୟ ହୋମବଳି ଓ ଧ୍ଵଂସକାରୀ ଆଜ୍ଞା ଲଙ୍ଘନ ଓ ଦଳିତ ହେବା ନିମନ୍ତେ ଧର୍ମଧାମର ଓ ବାହିନୀର ସମର୍ପଣ ହେବା ବିଷୟକ ଯେଉଁ ଦର୍ଶନ, ତାହା କେତେ କାଳ ପର୍ଯ୍ୟନ୍ତ ହେବ?
ଦାନିଏଲ 8 : 14 (ORV)
ତହିଁରେ ସେ ମୋତେ କହିଲେ, ଦୁଇ ସହସ୍ର, ତିନି ଶତ ସନ୍ଧ୍ୟା ଓ ପ୍ରାତଃକାଳ ପର୍ଯ୍ୟନ୍ତ; ତହିଁ ଉତ୍ତାରେ ଧର୍ମଧାମ ପରିଷ୍କୃତ ହେବ ।
ଦାନିଏଲ 8 : 15 (ORV)
ଅନନ୍ତର ମୁଁ ଦାନିୟେଲ ଏହି ଦର୍ଶନ ପାଇଲା ଉତ୍ତାରେ ତାହା ବୁଝିବା ପାଇଁ ଚେଷ୍ଟା କଲି; ଆଉ ଦେଖ, ମନୁଷ୍ୟାକୃତି ଏକ ବ୍ୟକ୍ତି ସମ୍ମୁଖରେ ଠିଆ ହେଲେ ।
ଦାନିଏଲ 8 : 16 (ORV)
ପୁଣି, ଉଳୟ ନଦୀ ମଧ୍ୟରୁ ମୁଁ ମନୁଷ୍ୟର ରବ ଶୁଣିଲି, ସେ ଡାକି କହିଲେ, ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ ।
ଦାନିଏଲ 8 : 17 (ORV)
ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, ହେ ମନୁଷ୍ୟସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ ।
ଦାନିଏଲ 8 : 18 (ORV)
ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ ।
ଦାନିଏଲ 8 : 19 (ORV)
ଆଉ, ସେ ମୋତେ କହିଲେ, ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା ।
ଦାନିଏଲ 8 : 20 (ORV)
ତୁମ୍ଭେ ଯେଉଁ ମେଷ ଦେଖିଲ, ତାହାର ଦୁଇ ଶୃଙ୍ଗ ମାଦୀୟ ଓ ପାରସିକ ରାଜା ।
ଦାନିଏଲ 8 : 21 (ORV)
ପୁଣି, ସେ ଲୋମଶ ଛାଗ ଯବନ ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟସ୍ଥାନରେ ଥିବାର ବୃହତ୍ ଶୃଙ୍ଗ ପ୍ରଥମ ରାଜା ।
ଦାନିଏଲ 8 : 22 (ORV)
ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ ।
ଦାନିଏଲ 8 : 23 (ORV)
ପୁଣି, ସେମାନଙ୍କ ରାଜ୍ୟର ପରିଣାମ ସମୟରେ ଯେତେବେଳେ ଆଜ୍ଞା ଲଙ୍ଘନକାରୀମାନଙ୍କର ଆଜ୍ଞା ଲଙ୍ଘନ ସମ୍ପୂର୍ଣ୍ଣ ହେବ, ସେତେବେଳେ ଭୟଙ୍କର ବଦନ ଓ ନିଗୂଢ଼ ବାକ୍ୟ-ଜ୍ଞାନୀ ଏକ ରାଜା ଉତ୍ପନ୍ନ ହେବ ।
ଦାନିଏଲ 8 : 24 (ORV)
ସେ ବଳରେ ପରାକ୍ରା; ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ ।
ଦାନିଏଲ 8 : 25 (ORV)
ପୁଣି, ଆପଣା କୌଶଳ ଦ୍ଵାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ଆତ୍ମବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ ।
ଦାନିଏଲ 8 : 26 (ORV)
ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା ।
ଦାନିଏଲ 8 : 27 (ORV)
ଅନନ୍ତର ମୁଁ ଦାନିୟେଲ କ୍ଳା; ହେଲି ଓ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି; ତହିଁ ଉତ୍ତାରେ ମୁଁ ଉଠି ରାଜକାର୍ଯ୍ୟ କଲି; ଆଉ, ମୁଁ ସେହି ଦର୍ଶନରେ ଚମତ୍କୃତ ହେଲି, ମାତ୍ର କେହି ସେ ଦର୍ଶନ ବୁଝିଲେ ନାହିଁ ।
❮
❯