କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 1 (ORV)
ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 2 (ORV)
ତୀମଥି କଲସୀରେ ଥିବା ସାଧୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀ ଭ୍ରାତୃବୃନ୍ଦଙ୍କ ନିକଟକୁ ଲେଖୁଅଛନ୍ତି; ଆମ୍ଭମାନଙ୍କ ପିତା ଈଶ୍ଵରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 3 (ORV)
ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ଵାସ ଏବଂ ସ୍ଵର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଭରସା ସକାଶେ ସମସ୍ତ ସାଧୁଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣି
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 4 (ORV)
ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ଵରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 5 (ORV)
ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ଵାରା ପୂର୍ବେ ଶୁଣିଅଛ ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 6 (ORV)
ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି ତାହା ଯେପରି ସମସ୍ତ ଜଗତରେ ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ଵରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 7 (ORV)
ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ; ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ଵସ୍ତ ସେବକ;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 8 (ORV)
ସେ ମଧ୍ୟ ଆତ୍ମାଙ୍କ ଦତ୍ତ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇଅଛନ୍ତି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 9 (ORV)
ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷା; ହେଉ ନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ଵରଙ୍କ ଅଭିମତ ଜ୍ଞାତ ହୋଇ
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 10 (ORV)
ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍, ଈଶ୍ଵରଙ୍କ ତତ୍ତ୍ଵଜ୍ଞାନରେ ବଢ଼ି, ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 11 (ORV)
ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ,
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 12 (ORV)
ପୁଣି ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 13 (ORV)
ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 14 (ORV)
ତାହାଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍, ପାପକ୍ଷମା ପାଇଅଛୁ ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 15 (ORV)
ସେ ଅଦୃଶ୍ୟ ଈଶ୍ଵରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ,
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 16 (ORV)
କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ଵର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ଵାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ଵ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ଵାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 17 (ORV)
ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ଵ ଅଛି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 18 (ORV)
ଆଉ, ସେ ମଣ୍ତଳୀରୂପ ଶରୀରର ମସ୍ତକ ସ୍ଵରୂପ, ସେ ଆଦି, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 19 (ORV)
କାରଣ ଈଶ୍ଵରଙ୍କ ସନ୍ତୋଷ ହେଲା ଯେ, ତାହାଙ୍କ-ଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ,
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 20 (ORV)
ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ଵାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ଵାରା ପୃଥିବୀ ବା ସ୍ଵର୍ଗରେ ସ୍ଥିତ ସମୟ ବିଷୟର ମିଳନ କରନ୍ତି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 21 (ORV)
ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ଵରଙ୍କଠାରୁ ପୃଥକ୍ ଓ ମନରେ ତାହାଙ୍କର ଶତ୍ରୁ ଥିଲ,
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 22 (ORV)
କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ଵାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 23 (ORV)
ତୁମ୍ଭେମାନେ ଯେବେ ବିଶ୍ଵାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହିସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ତଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 24 (ORV)
ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ତଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 25 (ORV)
ଈଶ୍ଵର ମୋତେ ଯେଉଁ ଭଣ୍ତାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ତଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ଵରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 26 (ORV)
ସେହି ନିଗୂଢ଼ ତତ୍ତ୍ଵ ପୂର୍ବଯୁଗ ଓ ପୂର୍ବପୁରୁଷ-ମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 27 (ORV)
ବିଜାତିମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ଵର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ଵର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ; ସେହି ନିଗୂଢ଼ ତତ୍ତ୍ଵ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ଵରୂପ;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 28 (ORV)
ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରି ପାରୁ;
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1 : 29 (ORV)
ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29