ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 1 (ORV)
ଭ୍ରାତୃ ଓ ପିତୃବୃନ୍ଦ, ମୁଁ ବର୍ତ୍ତମାନ ଆପଣ-ମାନଙ୍କ ନିକଟରେ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶ୍ରବଣ କରନ୍ତୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 2 (ORV)
ସେ ସେମାନଙ୍କ ନିକଟରେ ଏବ୍ରୀ ଭାଷାରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 3 (ORV)
ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ମୁଁ ଏହି ନଗରରେ ଲାଳିତପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ଆପଣମାନେ ସମସ୍ତେ ଆଜି ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ଵରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି;
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 4 (ORV)
ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 5 (ORV)
ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ସେମାନଙ୍କଠାରୁ ମୁଁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି ଦାମାସ୍କସ୍ରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 6 (ORV)
କିନ୍ତୁ ମୁଁ ଯାଉ ଯାଉ ଦାମାସ୍କସ୍ର ନିକଟବର୍ତ୍ତୀ ହୁଅନ୍ତେ, ପ୍ରାୟ ମଧ୍ୟାହ୍ନ ସମୟରେ ଅକସ୍ମାତ୍ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 7 (ORV)
ସେଥିରେ ମୁଁ ଭୂମିରେ ପଡ଼ିଗଲି, ଆଉ ମୋʼ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 8 (ORV)
ମୁଁ ଉତ୍ତର ଦେଲି, ପ୍ରଭୋ, ଆପଣ କିଏ? ତେଣୁ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 9 (ORV)
ଯେଉଁମାନେ ମୋʼ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ଵର ଶୁଣିଲେ ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 10 (ORV)
ସେଥିରେ ମୁଁ କହିଲି, ପ୍ରଭୋ, ମୁଁ କʼଣ କରିବି? ତେଣୁ ପ୍ରଭୁ ମୋତେ କହିଲେ, ଉଠ, ଦାମାସ୍କସ୍କୁ ଯାଅ, ଆଉ ଯେସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେସବୁ ତୁମ୍ଭକୁ ସେଠାରେ କୁହାଯିବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 11 (ORV)
ସେହି ଆଲୋକର ତେଜ ହେତୁ ମୁଁ ଦେଖି ନ ପାରିବାରୁ ମୋʼ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ଵାରା ଚାଳିତ ହୋଇ ଦାମାସ୍କସ୍କୁ ଆସିଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 12 (ORV)
ସେହି ସ୍ଥାନନିବାସୀ ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନିୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ ପ୍ରେରିତ. ୯:୧୭
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 13 (ORV)
ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଶାଉଲ ଭାଇ, ଦୃଷ୍ଟି ପ୍ରାପ୍ତ ହୁଅ । ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 14 (ORV)
ପୁଣି, ସେ କହିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ତାହାଙ୍କ ଇଚ୍ଛା ଜାଣିବା ନିମନ୍ତେ ଓ ସେହି ଧାର୍ମିକ ବ୍ୟକ୍ତିଙ୍କି ଦେଖିବା ନିମନ୍ତେ, ପୁଣି ତାହାଙ୍କ ମୁଖରୁ ବାଣୀ ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରିଅଛନ୍ତି,
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 15 (ORV)
କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ନିକଟରେ ତାହାଙ୍କର ସାକ୍ଷୀ ହେବ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 16 (ORV)
ଆଉ, ଏବେ ତୁମ୍ଭେ କାହିଁକି ବିଳମ୍ଵ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପସବୁ ଧୋଇ ପକାଅ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 17 (ORV)
ଏଥିଉତ୍ତାରେ ମୁଁ ଯିରୂଶାଲମକୁ ବାହୁଡ଼ିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 18 (ORV)
ସେ ମୋତେ କହିଲେ, ବିଳମ୍ଵ ନ କରି ଶୀଘ୍ର ଯିରୂଶାଲମରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 19 (ORV)
ସେଥିରେ ମୁଁ କହିଲି, ପ୍ରଭୋ, ମୁଁ ଯେ ଆପଣଙ୍କଠାରେ ବିଶ୍ଵାସୀମାନଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି;
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 20 (ORV)
ଆଉ, ଯେତେବେଳେ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 21 (ORV)
ସେଥିରେ ସେ ମୋତେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ବିଜାତିମାନଙ୍କ ନିକଟକୁ ପ୍ରେରଣ କରିବୁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 22 (ORV)
ଲୋକମାନେ ଏହି ପର୍ଯ୍ୟନ୍ତ ତାଙ୍କ କଥା ଶୁଣି ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାʼର ବଞ୍ଚି ରହିବା ଉଚିତ ନୁହେଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 23 (ORV)
ଆଉ, ଯେତେବେଳେ ସେମାନେ ଚିତ୍କାର କରି ଆପଣା ଆପଣା ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ,
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 24 (ORV)
ସେତେବେଳେ ସହସ୍ରସେନାପତି ତାଙ୍କୁ ଗଡ଼ ଭିତରକୁ ଘେନିଯିବା ପାଇଁ ଆଜ୍ଞା ଦେଲେ, ପୁଣି, ଲୋକେ କାହିଁକି ତାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ଵାରା ତାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 25 (ORV)
ସେମାନେ ତାଙ୍କୁ କଶା ମାରିବା ପାଇଁ ବାନ୍ଧିଲା ଉତ୍ତାରେ ସେ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 26 (ORV)
ସେହି ଶତସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କʼଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 27 (ORV)
ସେଥିରେ ସହସ୍ରସେନାପତି ଆସି ତାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ, ହଁ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 28 (ORV)
ସେଥିରେ ସହସ୍ରସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି । ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 29 (ORV)
ତେବେ, ଯେଉଁମାନେ ତାଙ୍କୁ ପରୀକ୍ଷା କରିବାକୁ ଉଦ୍ୟତ ଥିଲେ, ସେମାନେ ତତ୍କ୍ଷଣାତ୍ ସେଥିରୁ ନିବୃତ୍ତ ହେଲେ, ଆଉ ସହସ୍ରସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଓ ତାଙ୍କୁ ବାନ୍ଧିବାରୁ ଭୀତ ହେଲେ ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22 : 30 (ORV)
କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ଵାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟ ରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି ପାଉଲଙ୍କୁ ଘେନିଆଣି ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30

BG:

Opacity:

Color:


Size:


Font: