ଦିତୀୟ ଶାମୁୟେଲ 8 : 1 (ORV)
ଅନନ୍ତର ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ସେମାନଙ୍କ ମାତୃନଗରର କର୍ତ୍ତୃତ୍ଵ ନେଲେ ।
ଦିତୀୟ ଶାମୁୟେଲ 8 : 2 (ORV)
ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ । ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ⇧ ।
ଦିତୀୟ ଶାମୁୟେଲ 8 : 3 (ORV)
ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ ।
ଦିତୀୟ ଶାମୁୟେଲ 8 : 4 (ORV)
ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ଵାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ଵସମସ୍ତର ଗୋଡ଼-ଶିରା କାଟି ପକାଇଲେ,ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ଵ ରଖିଲେ ।
ଦିତୀୟ ଶାମୁୟେଲ 8 : 5 (ORV)
ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ ।
ଦିତୀୟ ଶାମୁୟେଲ 8 : 6 (ORV)
ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ । ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ ।
ଦିତୀୟ ଶାମୁୟେଲ 8 : 7 (ORV)
ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ ।
ଦିତୀୟ ଶାମୁୟେଲ 8 : 8 (ORV)
ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ ।
ଦିତୀୟ ଶାମୁୟେଲ 8 : 9 (ORV)
ଅନନ୍ତର ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,
ଦିତୀୟ ଶାମୁୟେଲ 8 : 10 (ORV)
ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମକୁ ତାଙ୍କ କତିକି ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା । ପୁଣି ଯୋରାମ୍ ଆପଣା ସଙ୍ଗେ ରୂପାପାତ୍ର ଓ ସୁନାପାତ୍ର ଓ ପିତ୍ତଳପାତ୍ର ନେଇ ଆସିଥିଲା ।
ଦିତୀୟ ଶାମୁୟେଲ 8 : 11 (ORV)
ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେସମସ୍ତ ଗୋଷ୍ଠୀକି ବଶୀଭୂତ କରିଥିଲେ, ସେମାନଙ୍କ ଠାରୁ,
ଦିତୀୟ ଶାମୁୟେଲ 8 : 12 (ORV)
ଅର୍ଥାତ୍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟ-ମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ ।
ଦିତୀୟ ଶାମୁୟେଲ 8 : 13 (ORV)
ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟ-ମାନଙ୍କର ଅଠର ହଜାର ଲୋକ ବଧ କରି ଫେରି ଆସି ବଡ଼ ନାମ ପାଇଲେ ।
ଦିତୀୟ ଶାମୁୟେଲ 8 : 14 (ORV)
ପୁଣି ସେ ଇଦୋମ ଦେଶରେ ପ୍ରହରୀଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ । ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ ।
ଦିତୀୟ ଶାମୁୟେଲ 8 : 15 (ORV)
ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ଵ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ ।
ଦିତୀୟ ଶାମୁୟେଲ 8 : 16 (ORV)
ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ ଥିଲା;
ଦିତୀୟ ଶାମୁୟେଲ 8 : 17 (ORV)
ପୁଣି ଅହୀଟୂବର ପୁତ୍ର ସାଦୋକ୍ ଓ ଅବୀୟାଥରର ପୁତ୍ର ଅହୀମେଲକ୍ ଯାଜକ ଥିଲେ; ସରାୟ ଲେଖକ ଥିଲା;
ଦିତୀୟ ଶାମୁୟେଲ 8 : 18 (ORV)
ଆଉ ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ଯାଜକ ଥିଲେ ।
❮
❯