ଦିତୀୟ ଶାମୁୟେଲ 20 : 1 (ORV)
ସେସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପାଧମ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ଵୁକୁ ଚାଲ ।
ଦିତୀୟ ଶାମୁୟେଲ 20 : 2 (ORV)
ତହିଁରେ ସମଗ୍ର ଇସ୍ରାଏଲ-ଲୋକ ଦାଉଦଙ୍କର ପଶ୍ଚାତ୍ଗମନରୁ ଫେରି ବିଖ୍ରିର ପୁତ୍ର ଶେବଃର ପଶ୍ଚାତ୍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ ।
ଦିତୀୟ ଶାମୁୟେଲ 20 : 3 (ORV)
ଏଉତ୍ତାରେ ଦାଉଦ ଯିରୂଶାଲମକୁ ଆପଣା ଗୃହକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପନିୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ପଡ଼ି ଯୋଗାଇଲେ, ମାତ୍ର ସେମାନଙ୍କର ସହବାସ କଲେ ନାହିଁ । ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ-ଦଶାରେ ରହିଲେ ।
ଦିତୀୟ ଶାମୁୟେଲ 20 : 4 (ORV)
ଏଉତ୍ତାରେ ରାଜା ଅମାସାକୁ କହିଲେ, ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋʼ କତିରେ ଏକତ୍ର କର ଓ ତୁମ୍ଭେ ଏଠାରେ ଉପସ୍ଥିତ ହୁଅ ।
ଦିତୀୟ ଶାମୁୟେଲ 20 : 5 (ORV)
ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ନିରୂପିତ ସମୟରୁ ଅଧିକ ବିଳମ୍ଵ କଲା ।
ଦିତୀୟ ଶାମୁୟେଲ 20 : 6 (ORV)
ତହିଁରେ ଦାଉଦ ଅବୀଶୟକୁ କହିଲେ, ଏବେ ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀରବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ ।
ଦିତୀୟ ଶାମୁୟେଲ 20 : 7 (ORV)
ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇବାକୁ ଯିରୂଶାଲମରୁ ବାହାରିଲେ ।
ଦିତୀୟ ଶାମୁୟେଲ 20 : 8 (ORV)
ସେମାନେ ଗିବୀୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ସମ୍ମୁଖବର୍ତ୍ତୀ ହେଲା । ସେସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ଼୍‍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା ।
ଦିତୀୟ ଶାମୁୟେଲ 20 : 9 (ORV)
ଏଥିରେ ଯୋୟାବ ଅମାସାକୁ ପଚାରିଲା, କି ଭାଇ, ତୁମ୍ଭର ମଙ୍ଗଳ? ତହୁଁ ଯୋୟାବ ଅମାସାକୁ ଚୁମ୍ଵନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା ।
ଦିତୀୟ ଶାମୁୟେଲ 20 : 10 (ORV)
ମାତ୍ର ଯୋୟାବର ହସ୍ତସ୍ଥିତ ଖଡ଼୍‍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ଼୍‍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା, ସେ ଦ୍ଵିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା । ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ ।
ଦିତୀୟ ଶାମୁୟେଲ 20 : 11 (ORV)
ଏଥି ମଧ୍ୟରେ ଯୋୟାବର ଜଣେ ଯୁବା ଲୋକ ତାହା ନିକଟରେ ଠିଆ ହୋଇ କହିଲା, ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ ।
ଦିତୀୟ ଶାମୁୟେଲ 20 : 12 (ORV)
ସେସମୟରେ ଅମାସା ରାଜଦାଣ୍ତ ମଧ୍ୟରେ ଆପଣା ରକ୍ତରେ ଲଟ୍ପଟ୍ ହୋଇ ପଡ଼ିଥିଲା । ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜଦାଣ୍ତରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ତେ ବସ୍ତ୍ର ପକାଇଦେଲା ।
ଦିତୀୟ ଶାମୁୟେଲ 20 : 13 (ORV)
ଅମାସା ରାଜଦାଣ୍ତରୁ ଅନ୍ତର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ ।
ଦିତୀୟ ଶାମୁୟେଲ 20 : 14 (ORV)
ଏଉତ୍ତାରେ ଯୋୟାବ ଇସ୍ରାଏଲର ଯାବତୀୟ ବଂଶ ମଧ୍ୟଦେଇ ଆବେଲ୍ ଓ ବୈଥ୍ମାଖା ଓ ସମସ୍ତ ବେରୀମ୍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ ।
ଦିତୀୟ ଶାମୁୟେଲ 20 : 15 (ORV)
ପୁଣି ସେମାନେ ଆସି ବୈଥ୍ମାଖାସ୍ଥିତ ଆବେଲ୍ରେ ଶେବଃକୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ, ତାହା ଗଡ଼ପାଚେରୀ ନିକଟରେ ନିର୍ମିତ ହେଲା; ତହିଁରେ ଯୋୟାବର ସମସ୍ତ ସଙ୍ଗୀ ଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ ।
ଦିତୀୟ ଶାମୁୟେଲ 20 : 16 (ORV)
ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, ଶୁଣ, ଶୁଣ, ମୁଁ ବିନୟ କରୁଅଛି, ଯୋୟାବକୁ ଏସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ, ମୁଁ ତାହା ସଙ୍ଗରେ କଥାବାର୍ତ୍ତା କରିବି ।
ଦିତୀୟ ଶାମୁୟେଲ 20 : 17 (ORV)
ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, ଆପଣ କʼଣ ଯୋୟାବ? ସେ ଉତ୍ତର କଲା, ହଁ । ତେବେ ସେ ସ୍ତ୍ରୀ ତାହାକୁ କହିଲା, ଆପଣା ଦାସୀର କଥା ଶୁଣନ୍ତୁ । ସେ ଉତ୍ତର କଲା, ମୁଁ ଶୁଣୁଅଛି ।
ଦିତୀୟ ଶାମୁୟେଲ 20 : 18 (ORV)
ତହୁଁ ସେ କହିଲା, ପୂର୍ବକାଳରେ ଲୋକମାନେ କହୁଥାʼନ୍ତି, ଲୋକେ ଆବେଲ୍ରେ ଅବଶ୍ୟ ପରାମର୍ଶ ପଚାରିବେ; ଆଉ ଏହିରୂପେ ସେମାନେ କାର୍ଯ୍ୟ ସମାପ୍ତ କଲେ ।
ଦିତୀୟ ଶାମୁୟେଲ 20 : 19 (ORV)
ମୁଁ ଇସ୍ରାଏଲର ଶା; ଓ ବିଶ୍ଵସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?
ଦିତୀୟ ଶାମୁୟେଲ 20 : 20 (ORV)
ଏଥିରେ ଯୋୟାବ ଉତ୍ତର କରି କହିଲା, ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋʼଠାରୁ ଦୂର ହେଉ ।
ଦିତୀୟ ଶାମୁୟେଲ 20 : 21 (ORV)
କଥା ସେପରି ନୁହେଁ; ମାତ୍ର ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାକୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି । ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ ।
ଦିତୀୟ ଶାମୁୟେଲ 20 : 22 (ORV)
ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା । ତହୁଁ ଲୋକମାନେ ବିଖ୍ରିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ । ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ଵୁକୁ ଗଲେ । ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ କତିକି ଫେରିଗଲା ।
ଦିତୀୟ ଶାମୁୟେଲ 20 : 23 (ORV)
ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା ।
ଦିତୀୟ ଶାମୁୟେଲ 20 : 24 (ORV)
ଆଉ ଅଦୋରାମ୍ ବେଠି-କର୍ମର ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ ଇତିହାସ-ଲେଖକ,
ଦିତୀୟ ଶାମୁୟେଲ 20 : 25 (ORV)
ଶିବା ଲେଖକ ଥିଲା; ପୁଣି ସାଦୋକ୍ ଓ ଅବୀୟାଥର ଯାଜକ ଥିଲେ;
ଦିତୀୟ ଶାମୁୟେଲ 20 : 26 (ORV)
ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ଯାଜକ ଥିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26

BG:

Opacity:

Color:


Size:


Font: