ପିତରଙ୍କ ଦିତୀୟ ପତ୍ର 3 : 1 (ORV)
ହେ ପ୍ରିୟମାନେ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟକୁ ଏହି ଦ୍ଵିତୀୟ ପତ୍ର ଲେଖୁଅଛି ।
ପିତରଙ୍କ ଦିତୀୟ ପତ୍ର 3 : 2 (ORV)
ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀମାନଙ୍କ ଦ୍ଵାରା ପୂର୍ବକାଳରେ ଉକ୍ତ ବାକ୍ୟସବୁ ପୁଣି ତୁମ୍ଭମାନଙ୍କ ପ୍ରେରିତ-ମାନଙ୍କ ଦ୍ଵାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞାଗୁଡ଼ିକ ସ୍ମରଣରେ ରଖ, ଏଥିନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହିସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି ।
ପିତରଙ୍କ ଦିତୀୟ ପତ୍ର 3 : 3 (ORV)
ପ୍ରଥମେ ଏହା ଜ୍ଞାତ ହୁଅ ଯେ, ଶେଷକାଳରେ ଆପଣା ଆପଣା ଅଭିଳାଷାନୁସାରେ ଆଚରଣକାରୀ ପରିହାସକ ଲୋକେ ଉପସ୍ଥିତ ହୋଇ ପରିହାସ କରି କହିବେ,
ପିତରଙ୍କ ଦିତୀୟ ପତ୍ର 3 : 4 (ORV)
ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷମାନଙ୍କର ମହାନିଦ୍ରାପ୍ରାପ୍ତ ହେବା ସମୟଠାରୁ ଏପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି ।
ପିତରଙ୍କ ଦିତୀୟ ପତ୍ର 3 : 5 (ORV)
ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ତଳ ଓ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା
ପିତରଙ୍କ ଦିତୀୟ ପତ୍ର 3 : 6 (ORV)
ଆଉ ତଦ୍ଦ୍ଵାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
ପିତରଙ୍କ ଦିତୀୟ ପତ୍ର 3 : 7 (ORV)
ପୁଣି, ଏହି ବର୍ତ୍ତମାନ ଆକାଶମଣ୍ତଳ ଓ ପୃଥିବୀ ସେହି ବାକ୍ୟ ଦ୍ଵାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି ।
ପିତରଙ୍କ ଦିତୀୟ ପତ୍ର 3 : 8 (ORV)
କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲିଯାଅ ନାହିଁ ।
ପିତରଙ୍କ ଦିତୀୟ ପତ୍ର 3 : 9 (ORV)
ବିଳମ୍ଵ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ଵ କରନ୍ତି ନାହିଁ କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି, ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।
ପିତରଙ୍କ ଦିତୀୟ ପତ୍ର 3 : 10 (ORV)
ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ । ସେହିଦିନ ଆକାଶମଣ୍ତଳ ମହାଶଦ୍ଦ ସହ ଲୋପ ପାଇବ, ପୁଣି ମୌଳିକ ବସ୍ତୁସବୁ ପ୍ରଚଣ୍ତ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ ।
ପିତରଙ୍କ ଦିତୀୟ ପତ୍ର 3 : 11 (ORV)
ଏହିସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ଵରଙ୍କ ଯେଉଁ ଦିନରେ ଆକାଶମଣ୍ତଳ ଜ୍ଵଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ତ ଉତ୍ତାପରେ ତରଳିଯିବ,
ପିତରଙ୍କ ଦିତୀୟ ପତ୍ର 3 : 12 (ORV)
ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ ।
ପିତରଙ୍କ ଦିତୀୟ ପତ୍ର 3 : 13 (ORV)
ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।
ପିତରଙ୍କ ଦିତୀୟ ପତ୍ର 3 : 14 (ORV)
ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହିସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯନି କର;
ପିତରଙ୍କ ଦିତୀୟ ପତ୍ର 3 : 15 (ORV)
ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର । ଆମ୍ଭମାନଙ୍କ ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାର ଦତ୍ତ ଜ୍ଞାନାନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି ।
ପିତରଙ୍କ ଦିତୀୟ ପତ୍ର 3 : 16 (ORV)
ସେ ଆପଣାର ସମସ୍ତ ପତ୍ରରେ ମଧ୍ୟ ଏହିସବୁ ବିଷୟ ଉଲ୍ଲେଖ କରି ସେହିପ୍ରକାରେ କହନ୍ତି; ସେହିସବୁରେ ଏପରି କେତେକ ବିଷୟ ଅଛି, ଯାହାକି ବୁଝିବାକୁ ଜଟିଳ, ପୁଣି ଅଶିକ୍ଷିତ ଚଞ୍ଚଳମତି ଲୋକେ ଆପଣା ଆପଣା ବିନାଶାର୍ଥେ ଅନ୍ୟ ସମସ୍ତ ଶାସ୍ତ୍ରର ଯେପରି, ସେସବୁର ମଧ୍ୟ ସେହିପରି ବିକୃତ ଅର୍ଥ କରନ୍ତି ।
ପିତରଙ୍କ ଦିତୀୟ ପତ୍ର 3 : 17 (ORV)
ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ପୂର୍ବରୁଏହିସବୁ ଜାଣି ସତର୍କ ହୋଇଥାଅ, କାଳେ ଦୁରାଚାରୀମାନଙ୍କ ଭ୍ରାନ୍ତିରେ ପଡ଼ିତୁମ୍ଭେମାନେ ମଧ୍ୟ ଆପଣାମାନଙ୍କ ଦୃଢ଼ତାରୁ ସ୍ଖଳିତ ହୁଅତ,
ପିତରଙ୍କ ଦିତୀୟ ପତ୍ର 3 : 18 (ORV)
ବରଞ୍ଚ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ । ବର୍ତ୍ତମାନ ଓ ଅନ; କାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର ।
❮
❯