ଦିତୀୟ ବଂଶାବଳୀ 7 : 1 (ORV)
ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା ।
ଦିତୀୟ ବଂଶାବଳୀ 7 : 2 (ORV)
ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା ।
ଦିତୀୟ ବଂଶାବଳୀ 7 : 3 (ORV)
ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ-ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ ।
ଦିତୀୟ ବଂଶାବଳୀ 7 : 4 (ORV)
ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ ।
ଦିତୀୟ ବଂଶାବଳୀ 7 : 5 (ORV)
ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ । ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ଵରଙ୍କ ଗୃହ ପ୍ରତିଷ୍ଠା କଲେ ।
ଦିତୀୟ ବଂଶାବଳୀ 7 : 6 (ORV)
ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସାଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହିସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ ।
ଦିତୀୟ ବଂଶାବଳୀ 7 : 7 (ORV)
ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ ସେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ଶଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦି, ହୋମବଳି ଓ ଭକ୍ଷ୍ୟ-ନୈବେଦ୍ୟ ଓ ମେଦକୁ ଧରି ପାରିଲା ନାହିଁ ।
ଦିତୀୟ ବଂଶାବଳୀ 7 : 8 (ORV)
ଏହିରୂପେ ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍ର ପ୍ରବେଶ-ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ କଲେ ।
ଦିତୀୟ ବଂଶାବଳୀ 7 : 9 (ORV)
ପୁଣି ଅଷ୍ଟମ ଦିନରେ ସେମାନେ ମହାସଭା କଲେ; କାରଣ ସେମାନେ ସାତ ଦିନ ଯଜ୍ଞବେଦିର ପ୍ରତିଷ୍ଠା ଓ ସାତ ଦିନ ଉତ୍ସବ କଲେ ।
ଦିତୀୟ ବଂଶାବଳୀ 7 : 10 (ORV)
ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ଵୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ ।
ଦିତୀୟ ବଂଶାବଳୀ 7 : 11 (ORV)
ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ ।
ଦିତୀୟ ବଂଶାବଳୀ 7 : 12 (ORV)
ଏଥି ଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ ।
ଦିତୀୟ ବଂଶାବଳୀ 7 : 13 (ORV)
ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ,
ଦିତୀୟ ବଂଶାବଳୀ 7 : 14 (ORV)
ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ଵେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ଵର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା ।
ଦିତୀୟ ବଂଶାବଳୀ 7 : 15 (ORV)
ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ ।
ଦିତୀୟ ବଂଶାବଳୀ 7 : 16 (ORV)
କାରଣ ଏହି ଗୃହରେ ଆମ୍ଭର ନାମ ଅନ; କାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ ।
ଦିତୀୟ ବଂଶାବଳୀ 7 : 17 (ORV)
ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ;
ଦିତୀୟ ବଂଶାବଳୀ 7 : 18 (ORV)
ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ଵ କରିବା ପାଇଁ ତୁମ୍ଭ ସମ୍ଵନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା ।
ଦିତୀୟ ବଂଶାବଳୀ 7 : 19 (ORV)
ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ;
ଦିତୀୟ ବଂଶାବଳୀ 7 : 20 (ORV)
ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା ।
ଦିତୀୟ ବଂଶାବଳୀ 7 : 21 (ORV)
ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ?
ଦିତୀୟ ବଂଶାବଳୀ 7 : 22 (ORV)
ତହିଁରେ ଲୋକେ ଉତ୍ତର କରି କହିବେ, ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ଵର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ଵନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇ ଅଛନ୍ତି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: