ଦିତୀୟ ବଂଶାବଳୀ 2 : 1 (ORV)
ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ ।
ଦିତୀୟ ବଂଶାବଳୀ 2 : 2 (ORV)
ପୁଣି ଶଲୋମନ ଭାରବହନାର୍ଥେ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ଵାବଧାରଣ ନିମନ୍ତେ ତିନି ହଜାର ଛଅ ଶହ ଲୋକ ନିଯୁକ୍ତ କଲେ ।
ଦିତୀୟ ବଂଶାବଳୀ 2 : 3 (ORV)
ଆଉ ଶଲୋମନ ସୋରର ରାଜ ହୂରମ୍ ନିକଟକୁ ଲୋକ ପଠାଇ କହିଲେ, ଆପଣ ମୋʼ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସକାଷ୍ଠ ପଠାଇଥିଲେ, ସେହିପରି ମୋʼ ପ୍ରତି ବ୍ୟବହାର କରନ୍ତୁ ।
ଦିତୀୟ ବଂଶାବଳୀ 2 : 4 (ORV)
ଦେଖନ୍ତୁ, ମୁଁ ସଦାପ୍ରଭୁ ମୋʼ ପରମେଶ୍ଵରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ଵଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୋଟୀ ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି । ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ ।
ଦିତୀୟ ବଂଶାବଳୀ 2 : 5 (ORV)
ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ଵର ମହାନ ଅଟନ୍ତି ।
ଦିତୀୟ ବଂଶାବଳୀ 2 : 6 (ORV)
ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ଵର୍ଗ ଓ ସ୍ଵର୍ଗର ସ୍ଵର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ଵଳାଇବା ପାଇଁ ତାହା କରିବି ।
ଦିତୀୟ ବଂଶାବଳୀ 2 : 7 (ORV)
ଏହେତୁ ମୋʼ ପିତା ଦାଉଦଙ୍କ ଦ୍ଵାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋʼ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା ଓ ରୂପା ଓ ପିତ୍ତଳ ଓ ଲୁହା ଓ ଧୂମ୍ର ଓ ସିନ୍ଦୂର ଓ ନୀଳସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋʼ କତିକି ପଠାଉନ୍ତୁ ।
ଦିତୀୟ ବଂଶାବଳୀ 2 : 8 (ORV)
ଆହୁରି ଲିବାନୋନ୍ରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋʼ କତିକି ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନ୍ରେ କାଷ୍ଠ କାଟିବାରେ ନିପୁଣ;
ଦିତୀୟ ବଂଶାବଳୀ 2 : 9 (ORV)
ଆଉ ଦେଖନ୍ତୁ, ମୋʼ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ ହେବ ।
ଦିତୀୟ ବଂଶାବଳୀ 2 : 10 (ORV)
ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳି-ମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି ।
ଦିତୀୟ ବଂଶାବଳୀ 2 : 11 (ORV)
ତହିଁରେ ସୋରର ରାଜା ହୂରମ୍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି ।
ଦିତୀୟ ବଂଶାବଳୀ 2 : 12 (ORV)
ହୂରମ୍ ଆହୁରି କହିଲା, ସ୍ଵର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି ।
ଦିତୀୟ ବଂଶାବଳୀ 2 : 13 (ORV)
ଏବେ ମୁଁ ମୋʼ ପିତା ହୂରମ୍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି,
ଦିତୀୟ ବଂଶାବଳୀ 2 : 14 (ORV)
ସେ ଦାନ୍ବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସୋରୀୟ ଲୋକ ଥିଲା, ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ, ନୀଳ, କ୍ଷୌମ ଓ ସିନ୍ଦୂରବର୍ଣ୍ଣ ସୂତ୍ରର କାର୍ଯ୍ୟରେ, ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ; ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋʼ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ ।
ଦିତୀୟ ବଂଶାବଳୀ 2 : 15 (ORV)
ଏହେତୁ ମୋʼ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ;
ଦିତୀୟ ବଂଶାବଳୀ 2 : 16 (ORV)
ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନ୍ରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ରପଥରେ ଯାଫୋରେ ଆପଣଙ୍କ ନିକଟରେ ପହୁଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇ ଯିବେ ।
ଦିତୀୟ ବଂଶାବଳୀ 2 : 17 (ORV)
ଅନନ୍ତର ଶଲୋମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ; ତହିଁରେ ଏକ ଲକ୍ଷ ତେପନ ହଜାର ଛଅ ଶହ ଲୋକ ମିଳିଲେ ।
ଦିତୀୟ ବଂଶାବଳୀ 2 : 18 (ORV)
ତହୁଁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ ତିନି ହଜାର ଛଅ ଶହ କାର୍ଯ୍ୟଶାସକ ନିଯୁକ୍ତ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18