ଦିତୀୟ ବଂଶାବଳୀ 14 : 1 (ORV)
ଏଥି ଉତ୍ତାରେ ଅବୀୟ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ, ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ, ଆଉ ତାଙ୍କର ପୁତ୍ର ଆସା ତାଙ୍କ ପଦରେ ରାଜ୍ୟ କଲେ । ଏହାଙ୍କ ଅଧିକାର ସମୟରେ ଦେଶ ଦଶ ବର୍ଷ ସୁସ୍ଥିର ରହିଲା ।
ଦିତୀୟ ବଂଶାବଳୀ 14 : 2 (ORV)
ପୁଣି ଆସା ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ;
ଦିତୀୟ ବଂଶାବଳୀ 14 : 3 (ORV)
କାରଣ ସେ ଅନ୍ୟ (ଦେବଗଣର) ଯଜ୍ଞବେଦି ଓ ଉଚ୍ଚସ୍ଥଳୀସକଳ ଦୂର କଲେ ଓ ସ୍ତମ୍ଭସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିସକଳ ଛେଦନ କଲେ;
ଦିତୀୟ ବଂଶାବଳୀ 14 : 4 (ORV)
ଆଉ ସେ ଯିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ଵର ସଦାପ୍ରଭୁଙ୍କର ଅନ୍ଵେଷଣ କରିବାକୁ, ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ ।
ଦିତୀୟ ବଂଶାବଳୀ 14 : 5 (ORV)
ଆହୁରି, ସେ ଯିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟପ୍ରତିମାସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା ।
ଦିତୀୟ ବଂଶାବଳୀ 14 : 6 (ORV)
ପୁଣି, ସେ ଯିହୁଦା ଦେଶରେ କେତେକ ପ୍ରାଚୀର-ବେଷ୍ଟିତ ନଗର ନିର୍ମାଣ କଲେ; କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା; ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ ।
ଦିତୀୟ ବଂଶାବଳୀ 14 : 7 (ORV)
ଏହେତୁ ସେ ଯିହୁଦାକୁ କହିଲେ, ଆସ, ଆମ୍ଭେମାନେ ଏହିସବୁ ନଗର ନିର୍ମାଣ କରି ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ, ଦ୍ଵାର ଓ ଅର୍ଗଳ ପ୍ରସ୍ତୁତ କରୁ; ଦେଶ ଅଦ୍ୟାପି ଆମ୍ଭମାନଙ୍କ ସମ୍ମୁଖରେ ଅଛି, ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କୁ ଅନ୍ଵେଷଣ କରିଅଛୁ; ଆମ୍ଭେମାନେ ତାହାଙ୍କର ଅନ୍ଵେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି । ତହୁଁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ ।
ଦିତୀୟ ବଂଶାବଳୀ 14 : 8 (ORV)
ଏହି ଆସାଙ୍କର ଯିହୁଦା ମଧ୍ୟରୁ ତିନି ଲକ୍ଷ ଢାଲ ଓ ବର୍ଚ୍ଛାଧାରୀ ଓ ବିନ୍ୟାମୀନ ମଧ୍ୟରୁ ଦୁଇ ଲକ୍ଷ ଅଶୀ ହଜାର ଢାଲ ଓ ଧନୁର୍ଦ୍ଧାରୀ, ଏକ ସୈନ୍ୟଦଳ ଥିଲେ; ଏସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ ।
ଦିତୀୟ ବଂଶାବଳୀ 14 : 9 (ORV)
ଏଉତ୍ତାରେ କୂଶ ଦେଶୀୟ ସେରହ ଦଶ ଲକ୍ଷ ସୈନ୍ୟ ଓ ତିନି ଶହ ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା; ସେ ମାରେଶା ପର୍ଯ୍ୟନ୍ତ ଆସିଲା ।
ଦିତୀୟ ବଂଶାବଳୀ 14 : 10 (ORV)
ସେତେବେଳେ ଆସା ତାହାକୁ ଭେଟିବାକୁ ଯାଆନ୍ତେ, ସେମାନେ ମାରେଶା ନିକଟସ୍ଥ ସଫାଥା ଉପତ୍ୟକାରେ ଯୁଦ୍ଧ ସଜାଇଲେ ।
ଦିତୀୟ ବଂଶାବଳୀ 14 : 11 (ORV)
ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ନିକଟରେ ଡାକ ପକାଇ କହିଲେ, ସଦାପ୍ରଭୋ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ଵର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ । ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ଵର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ ।
ଦିତୀୟ ବଂଶାବଳୀ 14 : 12 (ORV)
ଏଥିରେ ସଦାପ୍ରଭୁ ଆସା ସମ୍ମୁଖରେ ଓ ଯିହୁଦା ସମ୍ମୁଖରେ କୂଶୀୟମାନଙ୍କୁ ଆଘାତ କଲେ; ତହୁଁ କୂଶୀୟମାନେ ପଳାୟନ କଲେ ।
ଦିତୀୟ ବଂଶାବଳୀ 14 : 13 (ORV)
ଏଉତ୍ତାରେ ଆସା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର୍ ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ତହିଁରେ କୂଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ, ସେମାନେ ଆଉ ସବଳ ହୋଇ ଉଠି ପାରିଲେ ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ; ଏଣୁ ଯିହୁଦା-ଲୋକମାନେ ଅପାର ଲୁଟଦ୍ରବ୍ୟ ବହିନେଲେ ।
ଦିତୀୟ ବଂଶାବଳୀ 14 : 14 (ORV)
ଆଉ, ସେମାନେ ଗରାର୍ର ଚତୁର୍ଦ୍ଦିଗସ୍ଥ ନଗରସବୁ ଆଘାତ କଲେ; କାରଣ ସଦାପ୍ରଭୁଙ୍କ ଭୟ ସେହିସବୁ ନଗର ଉପରେ ଉପସ୍ଥିତ ହେଲା; ପୁଣି ସେମାନେ ସମସ୍ତ ନଗର ଲୁଟ କଲେ; କାରଣ ତହିଁ ମଧ୍ୟରେ ଅନେକ ଲୁଟଦ୍ରବ୍ୟ ଥିଲା ।
ଦିତୀୟ ବଂଶାବଳୀ 14 : 15 (ORV)
ମଧ୍ୟ ସେମାନେ ପଶୁପଲର ତମ୍ଵୁସବୁ ଆଘାତ କଲେ, ଆଉ ବିସ୍ତର ମେଷ ଓ ଉଷ୍ଟ୍ର ନେଇ ଯିରୂଶାଲମକୁ ଫେରିଗଲେ ।

1 2 3 4 5 6 7 8 9 10 11 12 13 14 15

BG:

Opacity:

Color:


Size:


Font: