ଦିତୀୟ ବଂଶାବଳୀ 1 : 1 (ORV)
ଅନନ୍ତର ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ଵର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ⇧ ।
ଦିତୀୟ ବଂଶାବଳୀ 1 : 2 (ORV)
ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ; ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶପ୍ରଧାନ ପ୍ରତ୍ୟେକ ଅଧିପତିଙ୍କି ଆଜ୍ଞା ଦେଲେ ।
ଦିତୀୟ ବଂଶାବଳୀ 1 : 3 (ORV)
ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ଵାରା ପ୍ରାନ୍ତରରେ ନିର୍ମିତ ପରମେଶ୍ଵରଙ୍କ ସମାଗମ-ତମ୍ଵୁ ସେଠାରେ ଥିଲା ।
ଦିତୀୟ ବଂଶାବଳୀ 1 : 4 (ORV)
ମାତ୍ର ଦାଉଦ କିରୀୟତ୍-ଯୀୟାରୀମଠାରୁ ପରମେଶ୍ଵରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ଵୁ ସ୍ଥାପନ କରିଥିଲେ ।
ଦିତୀୟ ବଂଶାବଳୀ 1 : 5 (ORV)
ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ଵେଷଣ କଲେ ।
ଦିତୀୟ ବଂଶାବଳୀ 1 : 6 (ORV)
ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ଵୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକି ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ ।
ଦିତୀୟ ବଂଶାବଳୀ 1 : 7 (ORV)
ସେହି ରାତ୍ରି ପରମେଶ୍ଵର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭକୁ କଅଣ ଦେବା, ତାହା ମାଗ ।
ଦିତୀୟ ବଂଶାବଳୀ 1 : 8 (ORV)
ତହିଁରେ ଶଲୋମନ ପରମେଶ୍ଵରଙ୍କୁ କହିଲେ, ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ ।
ଦିତୀୟ ବଂଶାବଳୀ 1 : 9 (ORV)
ଏବେ, ହେ ସଦାପ୍ରଭୋ ପରମେଶ୍ଵର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ ।
ଦିତୀୟ ବଂଶାବଳୀ 1 : 10 (ORV)
ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରି ପାରିବ?
ଦିତୀୟ ବଂଶାବଳୀ 1 : 11 (ORV)
ତହିଁରେ ପରମେଶ୍ଵର ଶଲୋମନଙ୍କୁ କହିଲେ, ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀ-ମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ;
ଦିତୀୟ ବଂଶାବଳୀ 1 : 12 (ORV)
ଏଣୁ ଏହି କଥା ତୁମ୍ଭର ହୃଦ୍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ ।
ଦିତୀୟ ବଂଶାବଳୀ 1 : 13 (ORV)
ତହୁଁ ଶଲୋମନ ଗିବୀୟୋନସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ଵୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ ।
ଦିତୀୟ ବଂଶାବଳୀ 1 : 14 (ORV)
ଏଉତ୍ତାରେ ଶଲୋମନ ରଥ ଓ ଅଶ୍ଵାରୋହୀ-ମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରିଶହ ରଥ ଓ ବାର ହଜାର ଅଶ୍ଵାରୋହୀ ଥିଲେ; ସେମାନଙ୍କୁ ସେ ରଥନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ ।
ଦିତୀୟ ବଂଶାବଳୀ 1 : 15 (ORV)
ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସକାଷ୍ଠକୁ ତଳଭୂମିସ୍ଥ ଡିମିରି ବୃକ୍ଷ ପରି କଲେ ।
ଦିତୀୟ ବଂଶାବଳୀ 1 : 16 (ORV)
ଆଉ ଶଲୋମନଙ୍କର ଅଶ୍ଵସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ ।
ଦିତୀୟ ବଂଶାବଳୀ 1 : 17 (ORV)
ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ଵର ମୂଲ୍ୟ ଏକ ଶହ ପଚାଶ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ଵାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଯିବାର ରୀତି ଥିଲା ।
❮
❯