ପିତରଙ୍କ ପ୍ରଥମ ପତ୍ 4 : 1 (ORV)
ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣା- ମାନଙ୍କୁ ସୁସଜ୍ଜିତ କର (କାରଣ ଯେ ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି),
ପିତରଙ୍କ ପ୍ରଥମ ପତ୍ 4 : 2 (ORV)
ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ଵରଙ୍କ ଇଚ୍ଛାନୁସାରେ କ୍ଷେପଣ କର ।
ପିତରଙ୍କ ପ୍ରଥମ ପତ୍ 4 : 3 (ORV)
ଯେଣୁ ବିଜାତିମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ;
ପିତରଙ୍କ ପ୍ରଥମ ପତ୍ 4 : 4 (ORV)
ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି;
ପିତରଙ୍କ ପ୍ରଥମ ପତ୍ 4 : 5 (ORV)
କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ତାହାଙ୍କ ଛାମୁରେ ସେମାନଙ୍କୁ ନିକାଶ ଦେବାକୁ ହେବ ।
ପିତରଙ୍କ ପ୍ରଥମ ପତ୍ 4 : 6 (ORV)
କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ଵରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ ।
ପିତରଙ୍କ ପ୍ରଥମ ପତ୍ 4 : 7 (ORV)
ମାତ୍ର ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ । ଅତଏବ ସୁବୁଦ୍ଧି ହୁଅ, ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ,
ପିତରଙ୍କ ପ୍ରଥମ ପତ୍ 4 : 8 (ORV)
ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।
ପିତରଙ୍କ ପ୍ରଥମ ପତ୍ 4 : 9 (ORV)
କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର;
ପିତରଙ୍କ ପ୍ରଥମ ପତ୍ 4 : 10 (ORV)
ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହଦାନ ପାଇଅଛ, ସେହିପ୍ରକାରେ ଈଶ୍ଵରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ତାରଘରିଆ ସ୍ଵରୂପେ ତଦ୍ଦ୍ଵାରା ପରସ୍ପରର ସେବା କର;
ପିତରଙ୍କ ପ୍ରଥମ ପତ୍ 4 : 11 (ORV)
କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ଵରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ଵରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵର ଗୌରବାନ୍ଵିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର । ଆମେନ୍ ।
ପିତରଙ୍କ ପ୍ରଥମ ପତ୍ 4 : 12 (ORV)
ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;
ପିତରଙ୍କ ପ୍ରଥମ ପତ୍ 4 : 13 (ORV)
ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବଧ୍ୟ ।
ପିତରଙ୍କ ପ୍ରଥମ ପତ୍ 4 : 14 (ORV)
ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ଵରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି ।
ପିତରଙ୍କ ପ୍ରଥମ ପତ୍ 4 : 15 (ORV)
ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୁରାଚାରୀ, କି ଅନଧିକାରଚର୍ଚ୍ଚାକାରୀ ହୋଇ ଦଣ୍ତ ଭୋଗ ନ କରୁ;
ପିତରଙ୍କ ପ୍ରଥମ ପତ୍ 4 : 16 (ORV)
କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ତ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ ।
ପିତରଙ୍କ ପ୍ରଥମ ପତ୍ 4 : 17 (ORV)
କାରଣ ଈଶ୍ଵରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ଵରଙ୍କ ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ!
ପିତରଙ୍କ ପ୍ରଥମ ପତ୍ 4 : 18 (ORV)
ପୁଣି ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ?
ପିତରଙ୍କ ପ୍ରଥମ ପତ୍ 4 : 19 (ORV)
ଅତଏବ, ଯେଉଁମାନେ ଈଶ୍ଵରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ଵସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: