ପ୍ରଥମ ରାଜାବଳୀ 7 : 1 (ORV)
ଅନନ୍ତର ଶଲୋମନ ତେର ବର୍ଷ ଆପଣା ଗୃହ ନିର୍ମାଣ କରିବାରେ ଲାଗି ଆପଣାର ସମୁଦାୟ ଗୃହ ସମାପ୍ତ କଲେ ।
ପ୍ରଥମ ରାଜାବଳୀ 7 : 2 (ORV)
କାରଣ ସେ ଲିବାନୋନ-ଅରଣ୍ୟ-ଗୃହ ନିର୍ମାଣ କଲେ; ତହିଁର ଦୀର୍ଘତା ଏକ ଶହ ହାତ ଓ ତହିଁର ପ୍ରସ୍ଥ ପଚାଶ ହାତ ଓ ତହିଁର ଉଚ୍ଚତା ତିରିଶ ହାତ, ଚାରି ଧାଡ଼ି ଏରସ କାଷ୍ଠର ସ୍ତମ୍ଭ ଉପରେ ଏରସ କାଷ୍ଠର କଡ଼ି ଦେଇ ତାହା ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 7 : 3 (ORV)
ଆଉ ସ୍ତମ୍ଭମାନର ଉପରିସ୍ଥିତ ପଞ୍ଚଚାଳିଶ କଡ଼ି ଉପରେ ଏରସ କାଷ୍ଠର ଛାତ କଲେ; ଧାଡ଼ିକେ ପନ୍ଦର ଲେଖାଏଁ ।
ପ୍ରଥମ ରାଜାବଳୀ 7 : 4 (ORV)
ପୁଣି ତିନି ଧାଡ଼ି ଖିଡ଼ିକି ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା ।
ପ୍ରଥମ ରାଜାବଳୀ 7 : 5 (ORV)
ଖିଡ଼ିକିର ସମସ୍ତ ଦ୍ଵାର ଓ ଚୌକାଠ ଚାରି ଚୌରସ ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା ।
ପ୍ରଥମ ରାଜାବଳୀ 7 : 6 (ORV)
ଆହୁରି ସେ ସ୍ତମ୍ଭଶ୍ରେଣୀର ବରଣ୍ତା କଲେ; ତହିଁର ଦୀର୍ଘତା ପଚାଶ ହାତ, ପ୍ରସ୍ଥ ତିରିଶ ହାତ; ତହିଁ ସମ୍ମୁଖରେ ଆଉ ଏକ ବରଣ୍ତା କଲେ ଓ ତହିଁ ସମ୍ମୁଖରେ ସ୍ତମ୍ଭ ଓ ମୋଟ କଡ଼ିମାନ ଦେଲେ ।
ପ୍ରଥମ ରାଜାବଳୀ 7 : 7 (ORV)
ପୁଣି ସେ ବିଚାରାର୍ଥେ ସିଂହାସନର ବରଣ୍ତା, ଅର୍ଥାତ୍, ବିଚାର-ବରଣ୍ତା କଲେ; ଆଉ ଚଟାଣକୁ ଚଟାଣ ଏରସ କାଷ୍ଠରେ ଆଚ୍ଛାଦିତ କଲେ ।
ପ୍ରଥମ ରାଜାବଳୀ 7 : 8 (ORV)
ଆଉ ତାଙ୍କର ବାସଗୃହ, ବରଣ୍ତାଭିତର ଅନ୍ୟ ପ୍ରାଙ୍ଗଣର କାର୍ଯ୍ୟ ପରି ଥିଲା । ଆଉ ଶଲୋମନ ଆପଣା ଭାର୍ଯ୍ୟା ଫାରୋର କନ୍ୟା ନିମନ୍ତେ ସେହି ବରଣ୍ତା ପରି ଏକ ଗୃହ ମଧ୍ୟ ନିର୍ମାଣ କଲେ ।
ପ୍ରଥମ ରାଜାବଳୀ 7 : 9 (ORV)
ଏହିସବୁ ଭିତ୍ତିମୂଳ ଅବଧି ମୁଣ୍ତାଳି ପର୍ଯ୍ୟନ୍ତ ଭିତରେ ଓ ବାହାରେ ଖୋଦିତ ପ୍ରସ୍ତରର ପରିମାଣାନୁସାରେ କରତରେ ଚିରା ବହୁମୂଲ୍ୟ ପ୍ରସ୍ତର ଦ୍ଵାରା ନିର୍ମିତ ହେଲା । ପୁଣି ବାହାରେ ବୃହତ ପ୍ରାଙ୍ଗଣ ପର୍ଯ୍ୟନ୍ତ ସେହିରୂପ ହେଲା ।
ପ୍ରଥମ ରାଜାବଳୀ 7 : 10 (ORV)
ଆଉ ଦଶ ହାତ ଓ ଆଠ ହାତର ବଡ଼ ବଡ଼ ଓ ବହୁମୂଲ୍ୟ ପ୍ରସ୍ତରରେ ଭିତ୍ତିମୂଳ ହେଲା ।
ପ୍ରଥମ ରାଜାବଳୀ 7 : 11 (ORV)
ପୁଣି ଉପରେ ପରିମାଣାନୁସାରେ ବହୁମୂଲ୍ୟ ଓ ଖୋଦିତ ପ୍ରସ୍ତର ଓ ଏରସ କାଷ୍ଠ ଥିଲା ।
ପ୍ରଥମ ରାଜାବଳୀ 7 : 12 (ORV)
ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଓ ଗୃହ-ବରଣ୍ତାରେ, ସେପରି ବୃହତ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ତିନି ଧାଡ଼ି ଖୋଦିତ ପ୍ରସ୍ତର ଓ ଏକ ଧାଡ଼ି ଏରସ-କଡ଼ି ଥିଲା ।
ପ୍ରଥମ ରାଜାବଳୀ 7 : 13 (ORV)
ଅନନ୍ତର ଶଲୋମନ ରାଜା ଲୋକ ପଠାଇ ହୀରମ୍କୁ ସୋରରୁ ଅଣାଇଲେ ।
ପ୍ରଥମ ରାଜାବଳୀ 7 : 14 (ORV)
ସେ ନପ୍ତାଲି-ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତାହାର ପିତା ସୋର ନଗରସ୍ଥ ଏକ କାଂସ୍ୟକାର ଥିଲା; ପୁଣି ସେ ପିତ୍ତଳର ସମସ୍ତ କାର୍ଯ୍ୟ କରିବାକୁ ଜ୍ଞାନ ଓ ବୁଦ୍ଧି ଓ ବିଦ୍ୟାରେ ପରିପୂର୍ଣ୍ଣ ଥିଲା । ପୁଣି ସେ ଶଲୋମନ ରାଜାଙ୍କ ନିକଟକୁ ଆସି ତାଙ୍କର ସମସ୍ତ କାର୍ଯ୍ୟ କଲା ।
ପ୍ରଥମ ରାଜାବଳୀ 7 : 15 (ORV)
ଆଉ ସେ ଅଠର ହାତ ଉଚ୍ଚ ଓ ବାର ହାତ ପରିଧିରେ ଦୁଇ ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ।
ପ୍ରଥମ ରାଜାବଳୀ 7 : 16 (ORV)
ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା; ଏକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଓ ଅନ୍ୟ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା ।
ପ୍ରଥମ ରାଜାବଳୀ 7 : 17 (ORV)
ସ୍ତମ୍ଭ-ମଥାନର ସେହି ମୁଣ୍ତାଳି ନିମନ୍ତେ ଜାଲିକାର୍ଯ୍ୟର ଜାଲି ଓ ଜଞ୍ଜିର କାର୍ଯ୍ୟର ମାଳା ଥିଲା, ଏକ ମୁଣ୍ତାଳି ପାଇଁ ସାତ ଓ ଅନ୍ୟ ମୁଣ୍ତାଳି ପାଇଁ ସାତ ।
ପ୍ରଥମ ରାଜାବଳୀ 7 : 18 (ORV)
ଏହିପରି ସେ ସ୍ତମ୍ଭ ନିର୍ମାଣ କଲା; ସ୍ତମ୍ଭ-ମଥାନରେ ଥିବା ମୁଣ୍ତାଳିର ଆଚ୍ଛାଦନାର୍ଥକ ପ୍ରତ୍ୟେକ ଜାଲିକାର୍ଯ୍ୟ ଉପରେ ଚତୁର୍ଦ୍ଦିଗରେ ଦୁଇ ଧାଡ଼ି ଡାଳିମ୍ଵ ଥିଲା ଓ ସେ ଅନ୍ୟ ମୁଣ୍ତାଳି ନିମନ୍ତେ ତଦ୍ରୂପ କଲା ।
ପ୍ରଥମ ରାଜାବଳୀ 7 : 19 (ORV)
ପୁଣି ବରଣ୍ତା ଭିତର ସ୍ତମ୍ଭ-ମଥାନର ମୁଣ୍ତାଳି ଚାରି ହାତ ଶୋଷଣପୁଷ୍ପ-କର୍ମବିଶିଷ୍ଟ ଥିଲା ।
ପ୍ରଥମ ରାଜାବଳୀ 7 : 20 (ORV)
ଆଉ ଦୁଇ ସ୍ତମ୍ଭର ଉପରିଭାଗରେ ମଧ୍ୟ ମୁଣ୍ତାଳି ଥିଲା, ତାହା ଜାଲିକର୍ମ ସନ୍ନିକଟ ଗର୍ଭ ପାଖରେ ଥିଲା; ପୁଣି ଅନ୍ୟ ମୁଣ୍ତାଳି ଉପରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ ଦୁଇ ଶହ ଡାଳିମ୍ଵ ଥିଲା ।
ପ୍ରଥମ ରାଜାବଳୀ 7 : 21 (ORV)
ଆହୁରି ସେ ମନ୍ଦିରର ବରଣ୍ତାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍ (ତହିଁରେ ବଳ) ଦେଲା ।
ପ୍ରଥମ ରାଜାବଳୀ 7 : 22 (ORV)
ପୁଣି ସେହି ସ୍ତମ୍ଭ-ମଥାନ ଉପରେ ଶୋଷଣପୁଷ୍ପ-କର୍ମ ଥିଲା; ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା ।
ପ୍ରଥମ ରାଜାବଳୀ 7 : 23 (ORV)
ଅନନ୍ତର ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ର ରୂପ ପାତ୍ର ନିର୍ମାଣ କଲା, ତାହା ଏକ ଫନ୍ଦରୁ ଅନ୍ୟ ଫନ୍ଦ ଯାଏ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ ଓ ତହିଁର ପରିଧି ତିରିଶ ହାତ ପରିମିତ ଥିଲା ।
ପ୍ରଥମ ରାଜାବଳୀ 7 : 24 (ORV)
ଆଉ ଫନ୍ଦ ତଳେ ଚତୁର୍ଦ୍ଦିଗରେ କଳିକାମାନ ପରିବେଷ୍ଟିତ ଥିଲା, ତାହା ହାତକେ ଦଶ ଲେଖାଏଁ ସମୁଦ୍ରରୂପ ପାତ୍ରକୁ ବେଷ୍ଟନ କରି ରହିଲା; ପାତ୍ର ଢଳା ହେବା ବେଳେ ଏହି କଳିକାମାନ ଦୁଇ ଧାଡ଼ିରେ ଢଳା ଯାଇଥିଲା ।
ପ୍ରଥମ ରାଜାବଳୀ 7 : 25 (ORV)
ଏହି ପାତ୍ର ଦ୍ଵାଦଶ ଗୋରୁ ଉପରେ ସ୍ଥାପିତ ଥିଲା, ସେମାନଙ୍କ ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ସେମାନଙ୍କ ଉପରେ ସମୁଦ୍ରରୂପ ପାତ୍ର ସ୍ଥାପିତ ଥିଲା ଓ ସେସମସ୍ତର ପଶ୍ଚାତ୍ଭାଗ ଭିତରକୁ ଥିଲା ।
ପ୍ରଥମ ରାଜାବଳୀ 7 : 26 (ORV)
ସେହି ପାତ୍ର ଚାରି ଅଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, ଶୋଷଣପୁଷ୍ପ ତୁଲ୍ୟ ଥିଲା; ତହିଁରେ ଦୁଇ ହଜାର ମହଣ ଧରିଲା ।
ପ୍ରଥମ ରାଜାବଳୀ 7 : 27 (ORV)
ପୁଣି ସେ ଦଶ ପିତ୍ତଳ ବଇଠି କଲା; ପ୍ରତ୍ୟେକ ବଇଠିର ଦୈର୍ଘ୍ୟ ଚାରି ହାତ ଓ ପ୍ରସ୍ଥ ଚାରି ହାତ ଓ ଉଚ୍ଚତା ତିନି ହାତ ଥିଲା ।
ପ୍ରଥମ ରାଜାବଳୀ 7 : 28 (ORV)
ସେସବୁ ବଇଠିର ଗଠନ ଏହିରୂପ, ଯଥା, ସେସବୁର ମଧ୍ୟଦେଶ ଥିଲା; ସେହିସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା;
ପ୍ରଥମ ରାଜାବଳୀ 7 : 29 (ORV)
ପୁଣି ବିଟର ମଧ୍ୟବର୍ତ୍ତା ସେହିସବୁ ମଧ୍ୟଦେଶରେ ସିଂହ ଓ ଗୋରୁ ଓ କିରୂବମାନେ ଥିଲେ; ଆଉ ବିଟ ଉପରେ ଏକ ବଇଠି ଥିଲା; ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା ।
ପ୍ରଥମ ରାଜାବଳୀ 7 : 30 (ORV)
ଆହୁରି ପ୍ରତ୍ୟେକ ବୈଠିର ପିତ୍ତଳମୟ ଚାରି ଚକ୍ର ଓ ପିତ୍ତଳର ଅଖ ଥିଲା ଓ ଚାରିକୋଣରେ ସ୍ଥାପିତ ଅବଲମ୍ଵନ ଥିଲା; ସେହିସବୁ ଢଳାକର୍ମର ଅବଲମ୍ଵନ ପ୍ରକ୍ଷାଳନ-ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ଵରେ ମାଳା ଥିଲା ।
ପ୍ରଥମ ରାଜାବଳୀ 7 : 31 (ORV)
ପୁଣି ତହିଁର ମୁଣ୍ତାଳି ମଧ୍ୟରେ ଓ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବଇଠିର କର୍ମାନୁସାରେ ଗୋଲାକାର ଓ ଦେଢ଼ ହସ୍ତ ପରିମିତ; ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ଓ ତହିଁର ମଧ୍ୟଦେଶସବୁ ଗୋଲାକାର ନୋହି ଚତୁଷ୍କୋଣ ଥିଲା ।
ପ୍ରଥମ ରାଜାବଳୀ 7 : 32 (ORV)
ପୁଣି ମଧ୍ୟଦେଶ ତଳେ ଚାରିଚକ୍ର ଓ ଚକ୍ରର ଅଖ ବୈଠିକିରେ ସଂଯୁକ୍ତ ଥିଲା; ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା ।
ପ୍ରଥମ ରାଜାବଳୀ 7 : 33 (ORV)
ଆଉ ସେହିସବୁ ଚକ୍ରର କର୍ମ ରଥଚକ୍ରର କର୍ମ ତୁଲ୍ୟ ଥିଲା; ତହିଁର ଅଖ ଓ ନେମି ଓ ନାଭି ଓ ଅରସବୁ ଢଳାକର୍ମର ଥିଲା ।
ପ୍ରଥମ ରାଜାବଳୀ 7 : 34 (ORV)
ପୁଣି ପ୍ରତ୍ୟେକ ବୈଠିକିର ଚାରିକୋଣରେ ଚାରି ଅବଲମ୍ଵନ ଥିଲା, ସେହି ଅବଲମ୍ଵନ ବୈଠିକି ଦେହରେ ନିର୍ମିତ ଥିଲା ।
ପ୍ରଥମ ରାଜାବଳୀ 7 : 35 (ORV)
ଆଉ ବୈଠିକି ମୁଣ୍ତରେ ଅର୍ଦ୍ଧ ହସ୍ତ ଉଚ୍ଚ ଏକ ଗୋଲାକାର ବେଢ଼ ଥିଲା; ପୁଣି ବୈଠିକି ଉପରିସ୍ଥ ଅବଲମ୍ଵନ ଓ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା ।
ପ୍ରଥମ ରାଜାବଳୀ 7 : 36 (ORV)
ପୁଣି ସେ ତହିଁର ଅବଲମ୍ଵନ ପ୍ରଦେଶରେ ଓ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୂବ ଓ ସିଂହ ଓ ଖର୍ଜ୍ଜୁର ବୃକ୍ଷ ଖୋଳି ଚତୁର୍ଦ୍ଦିଗରେ ମାଳା ଦେଲା ।
ପ୍ରଥମ ରାଜାବଳୀ 7 : 37 (ORV)
ଏହିରୂପେ ସେ ଏକ ଛାଞ୍ଚ ଓ ଏକ ପରିମାଣ ଓ ଏକ ଆକାରରେ ସେହି ଦଶ ବୈଠିକିଯାକ ନିର୍ମାଣ କଲା ।
ପ୍ରଥମ ରାଜାବଳୀ 7 : 38 (ORV)
ଏଉତ୍ତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; ଏକ ଏକ ପାତ୍ର ଚାଳିଶ ମହଣ ଧରେ; ପ୍ରତ୍ୟେକ ପାତ୍ର ଚାରି ହସ୍ତ ପରିମିତ; ପୁଣି ଦଶ ବୈଠିକିର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ-ପାତ୍ର ରହିଲା ।
ପ୍ରଥମ ରାଜାବଳୀ 7 : 39 (ORV)
ପୁଣି ସେ ଗୃହର ଦକ୍ଷିଣ ପାର୍ଶ୍ଵରେ ପାଞ୍ଚ ଓ ଗୃହର ବାମ ପାର୍ଶ୍ଵରେ ପାଞ୍ଚ ବୈଠିକି ରଖିଲା; ଆଉ ଗୃହର ଦକ୍ଷିଣ ପାର୍ଶ୍ଵରେ ପୂର୍ବଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲା ।
ପ୍ରଥମ ରାଜାବଳୀ 7 : 40 (ORV)
ପୁଣି ହୀରମ୍ ଏହିସବୁ ପ୍ରକ୍ଷାଳନ-ପାତ୍ର ଓ କରଚୁଲି ଓ କୁଣ୍ତ ନିର୍ମାଣ କଲା । ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ହୀରମ୍ ଯେ ଯେ କର୍ମରେ ପ୍ରବୃତ୍ତ ହୋଇଥିଲା, ସେସକଳ ସମାପ୍ତ କଲା;
ପ୍ରଥମ ରାଜାବଳୀ 7 : 41 (ORV)
ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଓ ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ;
ପ୍ରଥମ ରାଜାବଳୀ 7 : 42 (ORV)
ଆଉ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ଵ; ଅର୍ଥାତ୍, ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ଵ;
ପ୍ରଥମ ରାଜାବଳୀ 7 : 43 (ORV)
ଆଉ ଦଶ ବୈଠିକି ଓ ସେହିସବୁ ବୈଠିକି ଉପରେ ଦଶ ପ୍ରକ୍ଷାଳନ-ପାତ୍ର
ପ୍ରଥମ ରାଜାବଳୀ 7 : 44 (ORV)
ଓ ଏକ ସମୁଦ୍ରରୂପ ପାତ୍ର ଓ ସେହି ସମୁଦ୍ର ପାତ୍ର ତଳେ ବାର ଗୋରୁ
ପ୍ରଥମ ରାଜାବଳୀ 7 : 45 (ORV)
ଓ ହାଣ୍ତି ଓ କରଚୁଲି ଓ କୁଣ୍ତ, ଏହି ଯେସକଳ ପାତ୍ର ହୀରମ୍ ଶଲୋମନ ରାଜାଙ୍କ ପାଇଁ ସଦାପ୍ରଭୁଙ୍କ ଗୃହରେ ନିର୍ମାଣ କଲା, ତାହାସବୁ ଉଜ୍ଜ୍ଵଳ ପିତ୍ତଳର ଥିଲା ।
ପ୍ରଥମ ରାଜାବଳୀ 7 : 46 (ORV)
ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ ।
ପ୍ରଥମ ରାଜାବଳୀ 7 : 47 (ORV)
ଆଉ ଅତ୍ୟ; ବାହୁଲ୍ୟ ହେତୁ ଶଲୋମନ ସେହିସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ ।
ପ୍ରଥମ ରାଜାବଳୀ 7 : 48 (ORV)
ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍, ସ୍ଵର୍ଣ୍ଣବେଦି ଓ ଦର୍ଶନୀୟ ରୋଟୀ ସ୍ଥାପନାର୍ଥେ ସ୍ଵର୍ଣ୍ଣର ମେଜ;
ପ୍ରଥମ ରାଜାବଳୀ 7 : 49 (ORV)
ପୁଣି ଗର୍ଭାଗାର ସମ୍ମୁଖର ଦକ୍ଷିଣରେ ପାଞ୍ଚ ଓ ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ ଓ ସୁବର୍ଣ୍ଣର ପୁଷ୍ପ ଓ ପ୍ରଦୀପ ଓ ଚିମୁଟା
ପ୍ରଥମ ରାଜାବଳୀ 7 : 50 (ORV)
ଓ ନିର୍ମଳ ସୁବର୍ଣ୍ଣର ପାତ୍ର ଓ କତୁରୀ ଓ କୁଣ୍ତ ଓ ଚମସ ଓ ଅଙ୍ଗାରଧାନୀ; ପୁଣି ଅନ୍ତରାଗାରର, ଅର୍ଥାତ୍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବିଜା କଲେ ।
ପ୍ରଥମ ରାଜାବଳୀ 7 : 51 (ORV)
ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜା ଯେସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ, ତାହା ସମାପ୍ତ କଲେ । ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ସାମଗ୍ରୀ, ଅର୍ଥାତ୍, ରୂପା ଓ ସୁନା ଓ ପାତ୍ରସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ତାରରେ ରଖିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51

BG:

Opacity:

Color:


Size:


Font: