ପ୍ରଥମ ରାଜାବଳୀ 14 : 1 (ORV)
ସେହି ସମୟରେ ଯାରବୀୟାମଙ୍କର ପୁତ୍ର ଅବୀୟ ପୀଡ଼ିତ ହେଲା ।
ପ୍ରଥମ ରାଜାବଳୀ 14 : 2 (ORV)
ତହୁଁ ଯାରବୀୟାମ ଆପଣା ଭାର୍ଯ୍ୟାକୁ କହିଲେ, ମୁଁ ବିନୟ କରୁଅଛି, ଉଠ, ପୁଣି ତୁମ୍ଭେ ଯାରବୀୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ଶୀଲୋକୁ ଯାଅ; ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋʼ ବିଷୟରେ ଯେ କହିଥିଲା, ସେହି ଅହୀୟ ଭବିଷ୍ୟଦ୍ବକ୍ତା ସେଠାରେ ଅଛି ।
ପ୍ରଥମ ରାଜାବଳୀ 14 : 3 (ORV)
ପୁଣି ଆପଣା ସଙ୍ଗେ ଦଶ ରୋଟୀ ଓ କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ; ବାଳକର କଅଣ ହେବ, ତାହା ସେ ତୁମ୍ଭକୁ ଜଣାଇବ ।
ପ୍ରଥମ ରାଜାବଳୀ 14 : 4 (ORV)
ଏଥିରେ ଯାରବୀୟାମଙ୍କର ଭାର୍ଯ୍ୟା ସେପରି କଲା ଓ ସେ ଉଠି ଶୀଲୋକୁ ଯାଇ ଅହୀୟର ଗୃହରେ ଉପସ୍ଥିତ ହେଲା । ସେହି ସମୟରେ ଅହୀୟ ଦେଖି ପାରୁ ନ ଥିଲା; କାରଣ ବୟସ ହେତୁରୁ ତାହାର ଚକ୍ଷୁ ସ୍ତବ୍ଧ ହୋଇଥିଲା ।
ପ୍ରଥମ ରାଜାବଳୀ 14 : 5 (ORV)
ଏଥି ମଧ୍ୟରେ ସଦାପ୍ରଭୁ ଅହୀୟକୁ କହିଲେ, ଦେଖ, ଯାରବୀୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି; କାରଣ ସେ ପୀଡ଼ିତ ଅଛି; ତାହାକୁ ତୁମ୍ଭେ ଏପରି ଏପରି କହିବ; କାରଣ ସେ ଆସିବା ବେଳେ ଆପଣାକୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ ।
ପ୍ରଥମ ରାଜାବଳୀ 14 : 6 (ORV)
ଆଉ ସେ ଦ୍ଵାର ଦେଇ ଆସିବା ବେଳେ ଏପରି ହେଲା ଯେ, ଅହୀୟ ତାହାର ପାଦ-ଶଦ୍ଦ ଶୁଣି କହିଲା, ହେ ଯାରବୀୟାମଙ୍କର ଭାର୍ଯ୍ୟେ, ତୁମ୍ଭେ ଭିତରକୁ ଆସ; କାହିଁକି ତୁମ୍ଭେ ଆପଣାକୁ ଅନ୍ୟ ପରି ଦେଖାଉଅଛ? ମୁଁ ଦୁଃସହନୀୟ ସମ୍ଵାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି ।
ପ୍ରଥମ ରାଜାବଳୀ 14 : 7 (ORV)
ତୁମ୍ଭେ ଯାଇ ଯାରବୀୟାମକୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି; ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ
ପ୍ରଥମ ରାଜାବଳୀ 14 : 8 (ORV)
ଓ ଦାଉଦ-ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ; ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞାସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ, କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତଃକରଣ ସହିତ ଆମ୍ଭର ଅନୁଗତ ହେଲା, ତାହା ପରି ତୁମ୍ଭେ ହୋଇ ନାହଁ;
ପ୍ରଥମ ରାଜାବଳୀ 14 : 9 (ORV)
ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ, ପୁଣି ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତିମାମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ;
ପ୍ରଥମ ରାଜାବଳୀ 14 : 10 (ORV)
ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଟୋଇଦିଏ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ଝାଟୋଇ ଦେବା ।
ପ୍ରଥମ ରାଜାବଳୀ 14 : 11 (ORV)
ଯାରବୀୟାମର କେହି ନଗରରେ ମଲେ, କୁକ୍କୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାକୁ ଖାଇବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି ।
ପ୍ରଥମ ରାଜାବଳୀ 14 : 12 (ORV)
ଏନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ; ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ ।
ପ୍ରଥମ ରାଜାବଳୀ 14 : 13 (ORV)
ପୁଣି ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ; ମାତ୍ର ଯାରବୀୟାମ ସମ୍ପର୍କୀୟ କେବଳ ସେ କବର ପାଇବ; କାରଣ ଯାରବୀୟାମ-ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ପ୍ରତି ତାହାରିଠାରେ କିଛି ସଦ୍ଭାବ ଦେଖାଯାଏ ।
ପ୍ରଥମ ରାଜାବଳୀ 14 : 14 (ORV)
ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହିଦିନ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବ; ମାତ୍ର କଅଣ? ଏବେ ତାହା ଘଟିବ ।
ପ୍ରଥମ ରାଜାବଳୀ 14 : 15 (ORV)
କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ; ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନଭିନ୍ନ କରିବେ; ଯେହେତୁ ସେମାନେ ଆପଣାମାନଙ୍କର ଆଶେରା ମୂର୍ତ୍ତିମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି ।
ପ୍ରଥମ ରାଜାବଳୀ 14 : 16 (ORV)
ପୁଣି ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ଵାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହିସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ ।
ପ୍ରଥମ ରାଜାବଳୀ 14 : 17 (ORV)
ଏଉତ୍ତାରେ ଯାରବୀୟାମଙ୍କର ଭାର୍ଯ୍ୟା ଉଠି ଚାଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା; ଆଉ ସେ ଗୃହର ଦ୍ଵାରବନ୍ଧ ନିକଟରେ ପହୁଞ୍ଚିଲା କ୍ଷଣେ ବାଳକ ମଲା ।
ପ୍ରଥମ ରାଜାବଳୀ 14 : 18 (ORV)
ତହିଁରେ ସଦାପ୍ରଭୁ ଆପଣା ଦାସ ଅହୀୟ ଭବିଷ୍ୟଦ୍ବକ୍ତାର ହସ୍ତରେ ଯେପରି କହିଥିଲେ, ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ ।
ପ୍ରଥମ ରାଜାବଳୀ 14 : 19 (ORV)
ଏହି ଯାରବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ସେ କିରୂପେ ଯୁଦ୍ଧ କଲେ ଓ କିରୂପେ ରାଜ୍ୟ କଲେ, ଦେଖ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖାଅଛି ।
ପ୍ରଥମ ରାଜାବଳୀ 14 : 20 (ORV)
ପୁଣି ଯାରବୀୟାମଙ୍କର ରାଜତ୍ଵକାଳ ବାଇଶ ବର୍ଷ; ତହିଁ ଉତ୍ତାରେ ସେ ଆପଣା ପିତୃଗଣ ସହିତ ଶୟନ କଲେ ଓ ତାଙ୍କର ପୁତ୍ର ନାଦବ୍ ତାଙ୍କର ପଦରେ ରାଜ୍ୟ କଲେ ।
ପ୍ରଥମ ରାଜାବଳୀ 14 : 21 (ORV)
ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା-ଦେଶରେ ରାଜ୍ୟ କଲେ । ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ-ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ଅମ୍ମୋନୀୟା ନୟମା ।
ପ୍ରଥମ ରାଜାବଳୀ 14 : 22 (ORV)
ମାତ୍ର ଯିହୁଦା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା; ପୁଣି ସେମାନଙ୍କ ପୂର୍ବପୁରୁଷମାନେ ଯାହା ଯାହା କରିଥିଲେ, ସେସବୁ ଅପେକ୍ଷା ସେମାନେ ଆପଣାମାନଙ୍କ କୃତ ପାପ ଦ୍ଵାରା ତାହାଙ୍କୁ ଅଧିକ କୋପାନ୍ଵିତ କଲେ ।
ପ୍ରଥମ ରାଜାବଳୀ 14 : 23 (ORV)
କାରଣ ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷମୂଳେ ଆପଣାମାନଙ୍କ ପାଇଁ ଉଚ୍ଚସ୍ଥଳୀ ଓ ସ୍ତମ୍ଭ ଓ ଆଶେରାମୂର୍ତ୍ତିମାନ ନିର୍ମାଣ କଲେ;
ପ୍ରଥମ ରାଜାବଳୀ 14 : 24 (ORV)
ପୁଣି ଦେଶରେ ମଧ୍ୟ ସଦୋମୀ ଲୋକେ ଥିଲେ; ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ ।
ପ୍ରଥମ ରାଜାବଳୀ 14 : 25 (ORV)
ଆଉ ରିହବୀୟାମ ରାଜାଙ୍କର ପଞ୍ଚମ ବର୍ଷରେ ମିସରର ରାଜା ଶୀଶକ୍ ଯିରୂଶାଲମ ବିରୁଦ୍ଧରେ ଆସିଲା;
ପ୍ରଥମ ରାଜାବଳୀ 14 : 26 (ORV)
ପୁଣି ସେ ସଦାପ୍ରଭୁଙ୍କ ଗୃହର ଧନ ଓ ରାଜଗୃହର ଧନ ନେଇଗଲା; ସେ ସମସ୍ତ ପଦାର୍ଥ ନେଇଗଲା; ଆହୁରି ଶଲୋମନଙ୍କର ନିର୍ମିତ ସୁବର୍ଣ୍ଣ-ଢାଲ ନେଇଗଲା ।
ପ୍ରଥମ ରାଜାବଳୀ 14 : 27 (ORV)
ଏଥିରେ ରିହବୀୟାମ ରାଜା ସେସବୁର ବଦଳେ ପିତ୍ତଳ-ଢାଲ କରି ରାଜଗୃହର ଦ୍ଵାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ ।
ପ୍ରଥମ ରାଜାବଳୀ 14 : 28 (ORV)
ପୁଣି ରାଜା ଯେତେଥର ସଦାପ୍ରଭୁଙ୍କ ଗୃହକୁ ଗଲେ, ସେତେଥର ପ୍ରହରୀମାନେ ତାହା ନେଇ ଗଲେ, ଆଉ ତାହାସବୁ ପ୍ରହରୀ-ଶାଳାକୁ ଫେରାଇ ଆଣିଲେ ।
ପ୍ରଥମ ରାଜାବଳୀ 14 : 29 (ORV)
ଏହି ରିହବୀୟାମଙ୍କର ଅବଶିଷ୍ଟ ବୃତ୍ତା; ଓ ସମସ୍ତ କ୍ରିୟା କି ଯିହୁଦା-ରାଜଗଣର ଇତିହାସ ପୁସ୍ତକରେ ଲେଖା ନାହିଁ?
ପ୍ରଥମ ରାଜାବଳୀ 14 : 30 (ORV)
ଏହି ରିହବୀୟାମ ଓ ଯାରବୀୟାମଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଥିଲା ।
ପ୍ରଥମ ରାଜାବଳୀ 14 : 31 (ORV)
ଏଉତ୍ତାରେ ରିହବୀୟାମ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଆପଣା ପିତୃଲୋକଙ୍କ ସହିତ ଦାଉଦ-ନଗରରେ କବର ପାଇଲେ; ତାଙ୍କର ମାତାର ନାମ ଅମ୍ମୋନୀୟା ନୟମା । ଆଉ ତାଙ୍କର ପୁତ୍ର ଅବୀୟାମ ତାଙ୍କର ପଦରେ ରାଜ୍ୟ କଲେ ।
❮
❯