ଯୋହନଙ୍କ ପ୍ରଥମ ପତ୍ର 5 : 1 (ORV)
ଯେକେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ଵାସ କରେ, ସେ ଈଶ୍ଵରଙ୍କଠାରୁ ଜାତ; ଆଉ, ଯେକେହି ଜନ୍ମ- ଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ଲୋକକୁ ମଧ୍ୟ ପ୍ରେମ କରେ, ।
ଯୋହନଙ୍କ ପ୍ରଥମ ପତ୍ର 5 : 2 (ORV)
ଆମ୍ଭେମାନେ ଯେତେବେଳେ ଈଶ୍ଵରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ଦ୍ଵାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ ।
ଯୋହନଙ୍କ ପ୍ରଥମ ପତ୍ର 5 : 3 (ORV)
କାରଣ ଈଶ୍ଵରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ଵରୂପ ନୁହେଁ ।
ଯୋହନଙ୍କ ପ୍ରଥମ ପତ୍ର 5 : 4 (ORV)
ଯେକେହି ଈଶ୍ଵରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ଵାସ ।
ଯୋହନଙ୍କ ପ୍ରଥମ ପତ୍ର 5 : 5 (ORV)
ଯୀଶୁ ଈଶ୍ଵରଙ୍କ ପୁତ୍ର, ଏହା ଯେ ବିଶ୍ଵାସ କରେ, ତାହାଛଡ଼ା ଆଉ କିଏ ଜଗତକୁ ଜୟ କରେ?
ଯୋହନଙ୍କ ପ୍ରଥମ ପତ୍ର 5 : 6 (ORV)
ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ;
ଯୋହନଙ୍କ ପ୍ରଥମ ପତ୍ର 5 : 7 (ORV)
ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ ।
ଯୋହନଙ୍କ ପ୍ରଥମ ପତ୍ର 5 : 8 (ORV)
ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ ।
ଯୋହନଙ୍କ ପ୍ରଥମ ପତ୍ର 5 : 9 (ORV)
ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ଵରଙ୍କ ସାକ୍ଷ୍ୟ ତାହାଠାରୁଶ୍ରେଷ୍ଠ, ଆଉ ଈଶ୍ଵରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ଵନ୍ଧେ ସାକ୍ଷ୍ୟ ଦେଇଅଛନ୍ତି ।
ଯୋହନଙ୍କ ପ୍ରଥମ ପତ୍ର 5 : 10 (ORV)
ଯେ ଈଶ୍ଵରଙ୍କ ପୁତ୍ରଙ୍କଠାରେ ବିଶ୍ଵାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ଵରଙ୍କ ସାକ୍ଷ୍ୟ ବିଶ୍ଵାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ଵର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ଵାସ କରି ନାହିଁ ।
ଯୋହନଙ୍କ ପ୍ରଥମ ପତ୍ର 5 : 11 (ORV)
ସେହି ସାକ୍ଷ୍ୟ ଏହି ଯେ, ଈଶ୍ଵର ଆମ୍ଭମାନଙ୍କୁ ଅନ; ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି ।
ଯୋହନଙ୍କ ପ୍ରଥମ ପତ୍ର 5 : 12 (ORV)
ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ଵରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ ।
ଯୋହନଙ୍କ ପ୍ରଥମ ପତ୍ର 5 : 13 (ORV)
ଈଶ୍ଵରଙ୍କ ପୁତ୍ରଙ୍କ ନାମରେ ବିଶ୍ଵାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନ; ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି ।
ଯୋହନଙ୍କ ପ୍ରଥମ ପତ୍ର 5 : 14 (ORV)
ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି ।
ଯୋହନଙ୍କ ପ୍ରଥମ ପତ୍ର 5 : 15 (ORV)
ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ ।
ଯୋହନଙ୍କ ପ୍ରଥମ ପତ୍ର 5 : 16 (ORV)
କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ଵର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ । ମୃତ୍ୟୁଜନକ ପାପ ଅଛିଜ; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ ।
ଯୋହନଙ୍କ ପ୍ରଥମ ପତ୍ର 5 : 17 (ORV)
ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଯାହା ମୃତ୍ୟୁଜନକ ନୁହେଁ, ଏପରି ପାପ ଅଛି ।
ଯୋହନଙ୍କ ପ୍ରଥମ ପତ୍ର 5 : 18 (ORV)
ଯେକେହି ଈଶ୍ଵରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଞ୍ଚ ସେ ଈଶ୍ଵରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ ।
ଯୋହନଙ୍କ ପ୍ରଥମ ପତ୍ର 5 : 19 (ORV)
ଆମ୍ଭେମାନେ ଯେ ଈଶ୍ଵରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ ।
ଯୋହନଙ୍କ ପ୍ରଥମ ପତ୍ର 5 : 20 (ORV)
ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ଵରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ । ସେ ସତ୍ୟ ଈଶ୍ଵର ଓ ଅନ; ଜୀବନ ଅଟନ୍ତି ।
ଯୋହନଙ୍କ ପ୍ରଥମ ପତ୍ର 5 : 21 (ORV)
ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର ।
❮
❯