ପ୍ରଥମ ବଂଶାବଳୀ 4 : 1 (ORV)
ଯିହୁଦାର ସନ୍ତାନଗଣ; ପେରସ୍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ ।
ପ୍ରଥମ ବଂଶାବଳୀ 4 : 2 (ORV)
ପୁଣି ଶୋବଲର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି ଯହତ୍ ଅହୂମୟ ଓ ଲହଦକୁ ଜାତ କଲା । ଏମାନେ ସରିୟୀୟ ଗୋଷ୍ଠୀ ।
ପ୍ରଥମ ବଂଶାବଳୀ 4 : 3 (ORV)
ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା ।
ପ୍ରଥମ ବଂଶାବଳୀ 4 : 4 (ORV)
ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍ଲେହମ୍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ ।
ପ୍ରଥମ ବଂଶାବଳୀ 4 : 5 (ORV)
ପୁଣି ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ ।
ପ୍ରଥମ ବଂଶାବଳୀ 4 : 6 (ORV)
ନାରା ତାହାର ଔରସରେ ଅହୁଷମକୁ ଓ ହେଫରକୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା । ଏମାନେ ନାରାର ସନ୍ତାନ ।
ପ୍ରଥମ ବଂଶାବଳୀ 4 : 7 (ORV)
ଆଉ ହିଲାର ସନ୍ତାନ ସେରତ୍, ଯିତ୍ସୋହର ଓ ଇତ୍ନନ୍ ।
ପ୍ରଥମ ବଂଶାବଳୀ 4 : 8 (ORV)
ପୁଣି ହକ୍କୋସ୍ ଆନୂବକୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା ।
ପ୍ରଥମ ବଂଶାବଳୀ 4 : 9 (ORV)
ପୁଣି ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ ।
ପ୍ରଥମ ବଂଶାବଳୀ 4 : 10 (ORV)
ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତା; ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର । ତହିଁରେ ପରମେଶ୍ଵର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ ।
ପ୍ରଥମ ବଂଶାବଳୀ 4 : 11 (ORV)
ଶୂହର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା ।
ପ୍ରଥମ ବଂଶାବଳୀ 4 : 12 (ORV)
ଇଷ୍ଟୋନ୍ ବୈଥ୍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା । ଏମାନେ ରେକାର ଲୋକ ।
ପ୍ରଥମ ବଂଶାବଳୀ 4 : 13 (ORV)
କନସର ପୁତ୍ର ଅନିୀୟେଲ ଓ ସରାୟ; ଅନିୀୟେଲର ପୁତ୍ରମାନେ; ହଥତ୍ ।
ପ୍ରଥମ ବଂଶାବଳୀ 4 : 14 (ORV)
ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
ପ୍ରଥମ ବଂଶାବଳୀ 4 : 15 (ORV)
ଆଉ ଯିଫୁନ୍ନିର ପୁତ୍ର କାଲେବ୍ଙ୍କରସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ ।
ପ୍ରଥମ ବଂଶାବଳୀ 4 : 16 (ORV)
ଯିହଲିଲେର ପୁତ୍ରଗଣ; ସୀଫ୍ ଓ ସୀଫା ଓ ତୀରୀୟ ଓ ଅସାରେଲ ।
ପ୍ରଥମ ବଂଶାବଳୀ 4 : 17 (ORV)
ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା ।
ପ୍ରଥମ ବଂଶାବଳୀ 4 : 18 (ORV)
ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା । ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା ।
ପ୍ରଥମ ବଂଶାବଳୀ 4 : 19 (ORV)
ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ ।
ପ୍ରଥମ ବଂଶାବଳୀ 4 : 20 (ORV)
ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍ । ଆଉ ଯିଶୟିର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍ ।
ପ୍ରଥମ ବଂଶାବଳୀ 4 : 21 (ORV)
ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
ପ୍ରଥମ ବଂଶାବଳୀ 4 : 22 (ORV)
ପୁଣି, ଯୋକୀମ୍ ଓ କୋଷେବାର ଲୋକମାନେ ଓ ଯୋୟାଶ୍ ଓ ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍ । ଏ ଅତି ପୁରାତନ କଥା ।
ପ୍ରଥମ ବଂଶାବଳୀ 4 : 23 (ORV)
ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ ।
ପ୍ରଥମ ବଂଶାବଳୀ 4 : 24 (ORV)
ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ୍, ସେରହ, ଶୌଲ୍;
ପ୍ରଥମ ବଂଶାବଳୀ 4 : 25 (ORV)
ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିସ୍ମ ।
ପ୍ରଥମ ବଂଶାବଳୀ 4 : 26 (ORV)
ପୁଣି, ମିସ୍ମର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର୍, ତାହାର ପୁତ୍ର ଶିମୟି ।
ପ୍ରଥମ ବଂଶାବଳୀ 4 : 27 (ORV)
ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ ।
ପ୍ରଥମ ବଂଶାବଳୀ 4 : 28 (ORV)
ଆଉ, ସେମାନେ ବେର୍ଶେବାରେ ଓ ମୋଲାଦାରେ ଓ ହତ୍ସରଶୁୟାଲ୍ରେ
ପ୍ରଥମ ବଂଶାବଳୀ 4 : 29 (ORV)
ଓ ବିଲାରେ ଓ ଏତ୍ସମରେ ଓ ତୋଲଦରେ
ପ୍ରଥମ ବଂଶାବଳୀ 4 : 30 (ORV)
ଓ ବଥୂୟେଲରେ ଓ ହର୍ମାରେ ଓ ସିକ୍ଲଗ୍ରେ
ପ୍ରଥମ ବଂଶାବଳୀ 4 : 31 (ORV)
ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା ।
ପ୍ରଥମ ବଂଶାବଳୀ 4 : 32 (ORV)
ଆଉ, ଗ୍ରାମସୁଦ୍ଧା ଐଟମ୍ ଓ ଐନ୍, ରିମ୍ମୋନ୍ ଓ ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
ପ୍ରଥମ ବଂଶାବଳୀ 4 : 33 (ORV)
ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା । ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି ।
ପ୍ରଥମ ବଂଶାବଳୀ 4 : 34 (ORV)
ଆଉ, ମଶୋବବ୍ ଓ ଯମ୍ଭେକ ଓ ଅମତ୍ସୀୟର ପୁତ୍ର ଯୋଶ
ପ୍ରଥମ ବଂଶାବଳୀ 4 : 35 (ORV)
ଓ ଯୋୟେଲ୍, ପୁଣି ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବୀୟର ପୁତ୍ର ଯେହୂ;
ପ୍ରଥମ ବଂଶାବଳୀ 4 : 36 (ORV)
ଇଲୀୟୋ-ଐନୟ ଓ ଯାକୋବା ଓ ଯିଶୋହାୟ ଓ ଅସାୟ ଓ ଅଦୀୟେଲ ଓ ଯିଶୀମିୟେଲ ଓ ବନାୟ;
ପ୍ରଥମ ବଂଶାବଳୀ 4 : 37 (ORV)
ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ;
ପ୍ରଥମ ବଂଶାବଳୀ 4 : 38 (ORV)
ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ ।
ପ୍ରଥମ ବଂଶାବଳୀ 4 : 39 (ORV)
ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ ।
ପ୍ରଥମ ବଂଶାବଳୀ 4 : 40 (ORV)
ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶା; ଓ ନିର୍ବିରୋଧ ଥିଲା; କାରଣ ହାମ୍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ ।
ପ୍ରଥମ ବଂଶାବଳୀ 4 : 41 (ORV)
ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା ।
ପ୍ରଥମ ବଂଶାବଳୀ 4 : 42 (ORV)
ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍ ପର୍ବତକୁ ଗଲେ ।
ପ୍ରଥମ ବଂଶାବଳୀ 4 : 43 (ORV)
ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।
❮
❯