ପ୍ରଥମ ବଂଶାବଳୀ 19 : 1 (ORV)
ଏଥି ଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍ ମରନ୍ତେ, ତାହାର ପୁତ୍ର ତାହାର ପଦରେ ରାଜା ହେଲା ।
ପ୍ରଥମ ବଂଶାବଳୀ 19 : 2 (ORV)
ତହିଁରେ ଦାଉଦ କହିଲେ, ମୁଁ ନାହଶ୍ର ପୁତ୍ର ହାନୂନ୍ ପ୍ରତି ଦୟା ପ୍ରକାଶ କରିବି, କାରଣ ତାହାର ପିତା ମୋʼ ପ୍ରତି ଦୟା ପ୍ରକାଶ କରିଥିଲା । ତେଣୁ ଦାଉଦ ତାହାକୁ ପିତୃଶୋକରୁ ସାନ୍ତ୍ଵନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ । ତହୁଁ ଦାଉଦଙ୍କର ଦାସମାନେ ହାନୂନ୍କୁ ସାନ୍ତ୍ଵନା କରିବା ନିମନ୍ତେ ଅମ୍ମୋନ-ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ ।
ପ୍ରଥମ ବଂଶାବଳୀ 19 : 3 (ORV)
ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ଵନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ କତିକି ଆସି ନାହାନ୍ତି?
ପ୍ରଥମ ବଂଶାବଳୀ 19 : 4 (ORV)
ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୌର କଲା ଓ ସେମାନଙ୍କ ପିଚାପାଖ ବସ୍ତ୍ର ମଝିରୁ କାଟିପକାଇ ସେମାନଙ୍କୁ ବିଦାୟ କରି ଦେଲା ।
ପ୍ରଥମ ବଂଶାବଳୀ 19 : 5 (ORV)
ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେନ୍ତକାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ । ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରିଆସ ।
ପ୍ରଥମ ବଂଶାବଳୀ 19 : 6 (ORV)
ଏଥିରେ ଅମ୍ମୋନ-ସନ୍ତାନଗଣ ଆପଣାମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ଵରୂପ କରିଥିବାର ଦେଖନ୍ତେ, ହାନୂନ୍ ଓ ଅମ୍ମୋନ-ସନ୍ତାନଗଣ ମେସୋପଟାମିଆ ଓ ଅରାମ-ମାଖା ଓ ସୋବାରୁ ରଥ ଓ ଅଶ୍ଵାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ ଏକ ସହସ୍ର ତାଳ; ରୂପା ପଠାଇଲେ ।
ପ୍ରଥମ ବଂଶାବଳୀ 19 : 7 (ORV)
ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ । ପୁଣି ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ ।
ପ୍ରଥମ ବଂଶାବଳୀ 19 : 8 (ORV)
ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟସମସ୍ତଙ୍କୁ ପଠାଇଲେ ।
ପ୍ରଥମ ବଂଶାବଳୀ 19 : 9 (ORV)
ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ନଗର-ଦ୍ଵାର ନିକଟରେ ଯୁଦ୍ଧ ସାଜିଲେ; ଆଉ ଯେଉଁ ରାଜାମାନେ ଆସିଥିଲେ, ସେମାନେ କ୍ଷେତ୍ରରେ ଅଲଗା ରହିଲେ ।
ପ୍ରଥମ ବଂଶାବଳୀ 19 : 10 (ORV)
ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା ।
ପ୍ରଥମ ବଂଶାବଳୀ 19 : 11 (ORV)
ଆଉ ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବୀଶୟ ହସ୍ତରେ ସମର୍ପଣ କଲା; ତହୁଁ ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଆପଣାମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ ।
ପ୍ରଥମ ବଂଶାବଳୀ 19 : 12 (ORV)
ପୁଣି ସେ କହିଲା, ଯେବେ ଅରାମୀୟମାନେ ମୋତେ ବଳିବେ, ତେବେ ତୁମ୍ଭେ ମୋହର ସାହାଯ୍ୟ କରିବ; ମାତ୍ର ଯେବେ ଅମ୍ମୋନ-ସନ୍ତାନମାନେ ତୁମ୍ଭକୁ ବଳିବେ, ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି ।
ପ୍ରଥମ ବଂଶାବଳୀ 19 : 13 (ORV)
ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରସମୂହ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ ।
ପ୍ରଥମ ବଂଶାବଳୀ 19 : 14 (ORV)
ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମୀୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ, ସେମାନେ ତାହା ସମ୍ମୁଖରୁ ପଳାଇଲେ ।
ପ୍ରଥମ ବଂଶାବଳୀ 19 : 15 (ORV)
ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ; ତହୁଁ ଯୋୟାବ ଯିରୂଶାଲମକୁ ଆସିଲା ।
ପ୍ରଥମ ବଂଶାବଳୀ 19 : 16 (ORV)
ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମୀୟମାନଙ୍କୁ ବାହାର କରି ଆଣିଲେ । ହଦରେଷରର ସେନାପତି ଶୋଫକ୍ ସେମାନଙ୍କର ଅଗ୍ରଣୀ ଥିଲା ।
ପ୍ରଥମ ବଂଶାବଳୀ 19 : 17 (ORV)
ତହୁଁ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହେଲେ, ଆଉ ସେମାନଙ୍କ ନିକଟରେ ଉପସ୍ଥିତ; ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ । ତହିଁରେ ଦାଉଦ ଅରାମୀୟ-ମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ, ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ ।
ପ୍ରଥମ ବଂଶାବଳୀ 19 : 18 (ORV)
ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କର ସାତ ସହସ୍ର ରଥାରୂଢ଼ ଓ ଚାଳିଶ ସହସ୍ର ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ଶୋଫକ୍କୁ ବଧ କଲେ ।
ପ୍ରଥମ ବଂଶାବଳୀ 19 : 19 (ORV)
ତହୁଁ ହଦରେଷରର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ; ପୁଣି ଅରାମୀୟମାନେ ଅମ୍ମୋନ-ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19

BG:

Opacity:

Color:


Size:


Font: