ଯିଖରିୟ 7 : 1 (IRVOR)
ଛଳନାପୂର୍ଣ୍ଣ ଉପବାସ ପୁଣି, ଦାରୀୟାବସ ରାଜାର ରାଜତ୍ୱର ଚତୁର୍ଥ ବର୍ଷରେ,କିଷ୍ଲେବ ନାମକ ନବମ ମାସର ଚତୁର୍ଥ ଦିନରେ ଯିଖରୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
ଯିଖରିୟ 7 : 2 (IRVOR)
ସେହି ସମୟରେ ବେଥେଲ୍ସ୍ଥ ଲୋକମାନେ ଶରେତ୍ସର, ରେଗମ୍ମେଲକ ଓ ସେମାନଙ୍କର ଲୋକମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ବିନତି କରିବା ପାଇଁ ପ୍ରେରଣ କରିଥିଲେ,
ଯିଖରିୟ 7 : 3 (IRVOR)
ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହର ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଏହି କଥା ପଚାରିଲେ, ସେମାନେ କହିଲେ, “ମୁଁ ଏତେ ବର୍ଷଯାଏ ଯେପରି କରି ଆସିଅଛି, ସେପରି ମୁଁ କି ପଞ୍ଚମ ମାସରେ ଆପଣାକୁ ଉପବାସ କରି ବିଳାପ କରିବି ?”
ଯିଖରିୟ 7 : 4 (IRVOR)
ସେତେବେଳେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା,
ଯିଖରିୟ 7 : 5 (IRVOR)
ଦେଶର ସମଗ୍ର ଲୋକଙ୍କୁ ଓ ଯାଜକମାନଙ୍କୁ ଏହି କଥା କୁହ, “ତୁମ୍ଭେମାନେ ଏହି ସତୁରି ବର୍ଷଯାକ, ପଞ୍ଚମ ମାସରେ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲା ବେଳେ ତୁମ୍ଭେମାନେ କି ପ୍ରକୃତରେ ଆମ୍ଭ ଉଦ୍ଦେଶ୍ୟରେ ଉପବାସ କଲ ?
ଯିଖରିୟ 7 : 6 (IRVOR)
ପୁଣି, ତୁମ୍ଭେମାନେ ଭୋଜନ କଲା ବେଳେ ଓ ପାନ କଲା ବେଳେ କି ଆପଣାମାନଙ୍କ ପାଇଁ ଭୋଜନ କରୁ ନାହଁ ଓ ଆପଣାମାନଙ୍କ ପାଇଁ ପାନ କରୁ ନାହଁ ?
ଯିଖରିୟ 7 : 7 (IRVOR)
ଯିରୂଶାଲମ ବସତିବିଶିଷ୍ଟ ଓ ସମୃଦ୍ଧ ଅବସ୍ଥାରେ ଥିବା ବେଳେ, ପୁଣି ତହିଁର ଚତୁର୍ଦ୍ଦିଗସ୍ଥ ନଗରସକଳ, ଆଉ ଦକ୍ଷିଣ ଦେଶ ଓ ନିମ୍ନଭୂମି ବସତିବିଶିଷ୍ଟ ଥିବା ବେଳେ ସଦାପ୍ରଭୁ ପୂର୍ବକାଳର ଭବିଷ୍ୟଦ୍ବକ୍ତାଗଣଙ୍କ ଦ୍ୱାରା ଯେଉଁ ସକଳ ବାକ୍ୟ ପ୍ରଚାର କରାଇଅଛନ୍ତି, ତାହା କି ତୁମ୍ଭମାନଙ୍କର ଶୁଣିବାର ଉଚିତ୍ ନୁହେଁ ?”
ଯିଖରିୟ 7 : 8 (IRVOR)
ନିର୍ବାସନର କାରଣ - ଅବାଧ୍ୟତା ଏଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିଖରୀୟଙ୍କ ନିକଟରେ ଉପସ୍ଥିତ ହେଲା,
ଯିଖରିୟ 7 : 9 (IRVOR)
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର।
ଯିଖରିୟ 7 : 10 (IRVOR)
ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।”
ଯିଖରିୟ 7 : 11 (IRVOR)
ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ ଓ ଶକ୍ତଗ୍ରୀବ ହେଲେ ଓ ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ।
ଯିଖରିୟ 7 : 12 (IRVOR)
ହଁ, ସେମାନେ ଯେପରି ବ୍ୟବସ୍ଥା ଓ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଆତ୍ମା ଦ୍ୱାରା ପୂର୍ବକାଳର ଭବିଷ୍ୟଦ୍ବକ୍ତାଗଣର ହସ୍ତରେ ଯେଉଁ ଯେଉଁ ବାକ୍ୟ କହି ପଠାଇଲେ, ତାହା ଯେପରି ନ ଶୁଣିବେ, ଏଥିପାଇଁ ସେମାନେ ଆପଣା ଆପଣା ଅନ୍ତଃକରଣ ହୀରକ ପ୍ରସ୍ତର ତୁଲ୍ୟ କଠିନ କଲେ। ଏଥିସକାଶୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରୁ ମହାକୋପ ଉପସ୍ଥିତ ହେଲା।
ଯିଖରିୟ 7 : 13 (IRVOR)
ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ମୁଁ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ଆମ୍ଭେ ଶୁଣିବା ନାହିଁ,
ଯିଖରିୟ 7 : 14 (IRVOR)
ମାତ୍ର ଯେଉଁ ଗୋଷ୍ଠୀଗଣକୁ ସେମାନେ ଜାଣି ନାହାନ୍ତି, ସେହି ସମସ୍ତଙ୍କ ମଧ୍ୟରେ ଘୂର୍ଣ୍ଣିବାୟୁ ଦ୍ୱାରା ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଏହି ପ୍ରକାରେ ସେମାନଙ୍କ ଦେଶ ଧ୍ୱଂସର ସ୍ଥାନ ହେଲା, ତହିଁରେ କୌଣସି ମନୁଷ୍ୟ ତହିଁର ମଧ୍ୟଦେଇ ଗମନାଗମନ କଲା ନାହିଁ; କାରଣ ସେମାନେ ସୁନ୍ଦର ଦେଶକୁ ଧ୍ୱଂସର ସ୍ଥାନ କଲେ।”
❮
❯
1
2
3
4
5
6
7
8
9
10
11
12
13
14